ଆଇସୋନିଆଜିଡ/ରିଫାମ୍ପିସିନ

ଉଇକିପିଡ଼ିଆ‌ରୁ
(Isoniazid/rifampicinରୁ ଲେଉଟି ଆସିଛି)
ଆଇସୋନିଆଜିଡ/ରିଫାମ୍ପିସିନ
Combination of
IsoniazidAnti-tuberculosis medication
RifampicinAnti-tuberculosis medication
Clinical data
Trade namesIsonaRif, Rifamate, others
Pregnancy
category
  • US: C (Risk not ruled out)
ATC code

ଆଇସୋନିଆଜିଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Isoniazid/rifampicin ବା isoniazid/rifampin) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହା ଏକ ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ ଯେଉଁଥିରେ ଆଇସୋନିଆଜିଡରିଫାମ୍ପିସିନ/ରିଫାମ୍ପିନ ଥାଏ । ଏହା ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସ‌ହିତ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]

ଆଇସୋନିଆଜିଡ/ରିଫାମ୍ପିସିନର ଉପାଦାନମାନଙ୍କର ଗୁଣ ଅନୁସାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୧] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶାରୀରିକ ନୟନ୍ତ୍ରଣ ଅଭାବ, ଅରୁଚି, ଅଇ, କାଲୁଆ ଅନୁଭବ ଓ ଥକ୍କା ଅନୁଭବ ହୋଇପାରେ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems)ଦେଖାଯାଇପାରେ ।[୨] ପିଲାମାନଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୧] ଗର୍ଭାବସ୍ଥାରେ ଏହି ଔଷଧର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୫.୧୦ ଆମେରିକୀୟ ଡଲାର ।[୫] ଇଂଲାଣ୍ଡରେ ଏହାର ଏକ ମାସ ଔଷଧ ଖର୍ଚ୍ଚ ପ୍ରାୟ ୨୮.୧୧ ପାଉଣ୍ଡ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 142. ISBN 9789241547659. Retrieved 8 December 2016.
  2. ୨.୦ ୨.୧ "Isoniazid/rifampin Side Effects in Detail - Drugs.com". www.drugs.com. Retrieved 18 December 2016.
  3. "Isoniazid / rifampin Use During Pregnancy | Drugs.com". www.drugs.com. Retrieved 18 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Rifampicin + Isoniazid". International Drug Price Indicator Guide. Retrieved 8 December 2016.[permanent dead link]
  6. British national formulary : BNF 69 (69 ed.). British Medical Association. 2015. p. 403. ISBN 9780857111562.