ଇନଫାଣ୍ଟାଇଲ ହେମାଞ୍ଜିଓମା

ଉଇକିପିଡ଼ିଆ‌ରୁ
(Infantile haemangiomaରୁ ଲେଉଟି ଆସିଛି)

ଲେଖା ଚାଲିଛି...

ଇନଫାଣ୍ଟାଇଲ ହେମାଞ୍ଜିଓମା (Infantile haemangioma)
Hemangioma, capillary hemangioma, capillary angioma, juvenile [୧]
ଗୋଟିଏ ଛୋଟ ହେମାଞ୍ଜିଓମାର ଚିତ୍ର
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology), gastroenterology
ଲକ୍ଷଣଉତ୍‌ଥିତ ଲାଲ ବା ନୀଳ ଦାଗ (lesion)[୨]
ଆକ୍ରାନ୍ତ ସମୟଜୀବନର ପ୍ରଥମ ୪ ସପ୍ତାହ [୧]
ବିପଦ କାରକମହିଳା, ଶ୍ୱେତ ଲୋକ (white people), preemies, ସ୍ୱଳ୍ପ ଜନ୍ମ ଓଜନର (low birth weight ଶିଶୁ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଚେହେରା [୧]
ସଠିକ ରୋଗ ନିର୍ଣ୍ଣୟକନ‌ଜେନିଟାଲ ହେମାଞ୍ଜିଓମା (Congenital hemangioma), ପାୟୋଜେନିକ ଗ୍ରାନୁଲୋମା (pyogenic granuloma), କାପୋସିଫର୍ମ ହେମାଞ୍ଜିଓଏଣ୍ଡୋଥେଲିଓମା (kaposiform hemangioendothelioma), ଟଫଟେଡ ଆଞ୍ଜିଓମା (tufted angioma), ଭେନସ ମାଲଫର୍ମେସନ (venous malformation)[୧]
ଔଷଧପ୍ରୋପ୍ରାନୋଲୋଲ୍, କର୍ଟିକୋସ୍ଟିରଏଡ (steroids)[୩][୧]
ଚିକିତ୍ସାନିକଟ ପର୍ଯ୍ୟବେକ୍ଷଣ, ଔଷଧ[୩][୧]
ପୁନଃପୌନିକ୫% [୩]

ଇନଫାଣ୍ଟାଇଲ ହେମାଞ୍ଜିଓମା (ଇଂରାଜୀ ଭାଷାରେ Infantile hemangiomas/ IH) ଏକ ପ୍ରକାର ମୃଦୁ ରକ୍ତନଳୀ ଅର୍ବୁଦ (vascular tumor) ଯାହା ଶିଶୁମାନଙ୍କ ଦେହରେ ହୁଏ ।[୧] ଚର୍ମରେ ଉତ୍‌ଥିତ ଲାଲ ବା ନୀଳ ଦାଗ (lesion) ଦେଖାଯାଏ ।[୨] ଜୀବନର ପ୍ରଥମ ୪ ମାସରେ ଏହା ସୃଷ୍ଟି ହୋଇ ୫ ମାସ ପର୍ଯ୍ୟନ୍ତ ରହିବା ପରେ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ସଙ୍କୁଚିତ ହୋଇଯାଏ ।[୧] ଚମରେ କିଛିଟା ଦାଗ ରହିଯାଏ ।[୧][୩] ରୋଗ ସାଂଘାତିକ ହୋଇଗଲେ ଯନ୍ତ୍ରଣା, ରକ୍ତସ୍ରାବ, ଘାଆ (ulcer), ହୃଦ୍‌ପାତ, ଅସୁନ୍ଦର (disfigurement) ଇତ୍ୟଦି ଅବସ୍ଥା ସୃଷ୍ଟି ହୋଇପାରେ । [୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ପ୍ରାୟ୧୦% ରୋଗୀଙ୍କର ପରିବାରରେ ଏହା ଚାଲୁରହେ ।[୧] ଏହା ସ‌ହିତ ଅଳ୍ପ କେତେକ ଅନ୍ୟ ରୋଗ (PHACE syndrome) ମଧ୍ୟ ଦେଖାଯାଏ ।[୧] ଲକ୍ଷଣ ଓ ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]

ପର୍ଯ୍ୟବେକ୍ଷଣ ବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଅନ୍ୟ କିଛି କରାଯାଏନାହିଁ । [୩][୧] ସମସ୍ୟା ଥିବା କ୍ଷେତ୍ରରେ ପ୍ରୋପ୍ରାନୋଲୋଲ୍, କର୍ଟିକୋସ୍ଟିରଏଡ (steroids) ଦିଆଯାଇପାରେ ।[୩][୧] ବେଳେ ବେଳେ ଅପରେଶନ ବା ଲେଜର (laser treatment) ଚିକିତ୍ସା କରାଯାଇପାରେ ।[୧]

ଶିଶୁମାନଙ୍କ ଦେହରେ ହେଉଥିବା ମୃଦୁ ଅର୍ବୁଦ (benign tumor) ମଧ୍ୟରୁ ଏହା ସର୍ବାଧିକ ଦେଖାଯାଏ ଓ ପ୍ରାୟ ୫% ଥାଏ ।[୩][୧] ସାଧାରଣତଃ ମହିଳା, ଶ୍ୱେତ ଲୋକ (white people), preemies, ସ୍ୱଳ୍ପ ଜନ୍ମ ଓଜନର (low birth weight ଶିଶୁଙ୍କ ଦେହରେ ଏହା ଦେଖାଯାଏ ।[୧] ଗ୍ରୀକ୍ ଭାଷାର ହେମା (αίμα) ଶବ୍ଦର ଅର୍ଥ ରକ୍ତ, ଆଞ୍ଜିଓ (αγγείο) ଶବ୍ଦର ଅର୍ଥ ରକ୍ତନଳୀ ଓ ଓମା (-ωμα) ଶବ୍ଦର ଅର୍ଥ ଅର୍ବୁଦମାନଙ୍କୁ ନେଇ ହେମାଞ୍ଜିଓମା ଶବ୍ଦଟି ଗଠିତ ହୋଇଛି । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Darrow, DH; Greene, AK; Mancini, AJ; Nopper, AJ (October 2015). "Diagnosis and Management of Infantile Hemangioma". Pediatrics. 136 (4): e1060-104. doi:10.1542/peds.2015-2485. PMID 26416931.
  2. ୨.୦ ୨.୧ "Infantile Hemangiomas". Merck Manuals Professional Edition. Retrieved 7 January 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Krowchuk, DP; Frieden, IJ; Mancini, AJ; Darrow, DH; Blei, F; Greene, AK; Annam, A; Baker, CN; Frommelt, PC; Hodak, A; Pate, BM; Pelletier, JL; Sandrock, D; Weinberg, ST; Whelan, MA; SUBCOMMITTEE ON THE MANAGEMENT OF INFANTILE, HEMANGIOMAS. (January 2019). "Clinical Practice Guideline for the Management of Infantile Hemangiomas". Pediatrics. 143 (1). doi:10.1542/peds.2018-3475. PMID 30584062.
  4. Lexicon Orthopaedic Etymology (in ଇଂରାଜୀ). CRC Press. 1999. p. 16. ISBN 9789057025976.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ