ଇମିପେନେମ/ସିଲାସ୍ଟାଟିନ

ଉଇକିପିଡ଼ିଆ‌ରୁ
(Imipenem/cilastatinରୁ ଲେଉଟି ଆସିଛି)
ଇମିପେନେମ/ସିଲାସ୍ଟାଟିନ
Combination of
ImipenemCarbapenem antibiotic
CilastatinDehydropeptidase inhibitor
Clinical data
Trade namesPrimaxin, Tienam, Cilasafe, others
AHFS/Drugs.commonograph
MedlinePlusa605011
Pregnancy
category
  • US: C (Risk not ruled out)
Routes of
administration
IV, IM
ATC code
Legal status
Legal status
Identifiers
CAS Number
PubChem CID
ChemSpider
ChEMBL
  (verify)

ଇମିପେନେମ/ସିଲାସ୍ଟାଟିନ (ଇଂରାଜୀ ଭାଷାରେ Imipenem/cilastatin, ବିକ୍ରୟ ନାମ ପ୍ରାଇମାକ୍ସିନ/Primaxin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହା ଇମିପେନେମ (imipenem) ଓ ସିଲାସ୍ଟାଟିନ cilastatin ଔଷଧ ଦ୍ୱୟର ମିଶ୍ରଣରେ ତିଆରି ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ନିମୋନିଆ, ସେପ୍ସିସ, ଗଣ୍ଠି ସଂକ୍ରମଣ ( joint infection), ମୂତ୍ରନଳୀ ସଂକ୍ରମଣ (urinary tract infections), ଏଣ୍ଡୋକାର୍ଡ଼ାଇଟିସ (endocarditis) ଉଦର ସଂକ୍ରମଣ (intra-abdominal infections) ଇତ୍ୟାଦି ରୋଗରେ ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ବା ମାସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଓ ଇଞ୍ଜେକସନ ନେବା ସ୍ଥାନରେ କଷ୍ଟ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ଆନାଫାଇଲସସି୍ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୧] ଗର୍ଭାବସ୍ଥରେ ଏହା ଶିଶୁ ପ୍ରତି ନିରାପଦ କି ନୁହେଁ, ସ୍ପଷ୍ଟ ଜଣାଯାଇନାହିଁ ।[୨] କାର୍ବାପେନେମ (carbapenem) ପରିବାରର ଇମିପେନେମ ଏକ ଔଷଧ ଯାହା ଜୀବ ଆବରଣକୁ (cell wall) ବାଧା ଦିଏ । ସିଲାସ୍ଟାଟିନ ଔଷଧ ଡିହାଇଡ୍ରୋପେପ୍ଟାଇଜ ୧ର କାର୍ଯ୍ୟକୁ ଅବରୋଧ କରିବାଦ୍ୱାରା ଇମିପେନେମ କ୍ଷୟ ପ୍ରକ୍ରିୟାର ପ୍ରତିରୋଧ ହୁଏ ।[୧]

ସନ ୧୯୮୭ରେ ପ୍ରଥମେ ଇମିପେନେମ/ସିଲାସ୍ଟାଟିନ ଔଷଧର ବିକ୍ରୟ ଆରମ୍ଭ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧୨.୬୮ରୁ ୬୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ୨୦୦ଡଲାରରୁ ଅଧିକ ଥାଏ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Imipenem and Cilastatin". The American Society of Health-System Pharmacists. Retrieved 8 December 2016.
  2. "Cilastatin / imipenem Use During Pregnancy | Drugs.com". www.drugs.com. Retrieved 10 December 2016.
  3. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Imipenem + Cilastatin". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.