ହାଇପରମାଗନେସେମିଆ

ଉଇକିପିଡ଼ିଆ ରୁ
(Hypermagnesemia ରୁ ଲେଉଟି ଆସିଛି)
Jump to navigation Jump to search
ହାଇପରମାଗନେସେମିଆ (Hypermagnesemia)
Mg-TableImage.svg
ମାଗନେସିଅମ (Magnesium)
ବିଭାଗଅନ୍ତସ୍ରାବୀ ବିଜ୍ଞାନ (Endocrinology)
ଲକ୍ଷଣଦୌର୍ବଲ୍ୟ (Weakness), ଦ୍ୱନ୍ଦ୍ୱ (confusion), ଶ୍ୱାସକ୍ରିୟା ଅବସାଦ (decreased breathing rate)[୧]
କାରଣବୃକ୍‌କ ଫେଲ (Kidney failure), ଚିକିତ୍ସା ଜନିତ (treatment induced), ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ବାତ (seizures), ଦୀର୍ଘକାଳୀନ ସ୍ଥାନୀୟ ରକ୍ତ‌ହୀନତା (ischemia)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ସ୍ତର > ୧.୧ ମିମୋଲ/ଲି (୨.୬ ମିଗ୍ରା/ଡେଲି)[୧][୩]
ଚିକିତ୍ସାକ୍ୟାଲସିଅମ କ୍ଲୋରାଇଡ (Calcium chloride), ଶିରାଭ୍ୟନ୍ତର ନର୍ମାଲ ସାଲାଇନ (intravenous normal saline) ସ‌ହିତ ଫୁରୋସେମାଇଡ (furosemide), ହେମୋଡାଏଲିସିସ (hemodialysis)[୧]
ପୌନଃପୁନିକଅସାଧାରଣ[୩]

ହାଇପରମାଗନେସେମିଆ (ଇଂରାଜୀ ଭାଷାରେ Hypermagnesemia) ଏକ ଇଲେକ୍ଟ୍ରୋଲାଇଟ ବିକାର (electrolyte disorder) ଯେଉଁଥିରେ ରକ୍ତରେ ଉଚ୍ଚ ମାତ୍ରାର ମାଗନେସିଅମ (magnesium) ଥାଏ ।[୩] ଏଥିରେ ଦୌର୍ବଲ୍ୟ (Weakness), ଦ୍ୱନ୍ଦ୍ୱ (confusion), ଶ୍ୱାସକ୍ରିୟା ଅବସାଦ (decreased breathing rate) ଓ ହାଇପୋରିଫ୍ଲେକ୍ସିଆ (decreased reflexes) ଆଦି ଲକ୍ଷଣମାନ ଦେଖାଯାଏ ।[୧][୩] ରୋଗ ଜଟିଳ ହେଲେ ନିମ୍ନ ରକ୍ତଚାପ (low blood pressure) ଓ ହୃଦ୍‌ପାତ (Cardiac arrest) ହୋଇପାରେ ।[୪][୧]

ସାଧାରଣତଃ ବୃକ୍‌କ ଫେଲ (Kidney failure) ବା ଅଧିକ ମାଗନେସିଅମ ଥିବା ଆଣ୍ଟାସିଡ ସେବନ ଯୋଗୁ ଚିକିତ୍ସା ଜନିତ (treatment induced) ହାଇପରମାଗନେସେମିଆ ହୁଏ ।[୧][୫] ଅଳ୍ପ ସାଧାରଣ କେଶ୍‌ରେ ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ବାତ (seizures), ଦୀର୍ଘକାଳୀନ ସ୍ଥାନୀୟ ରକ୍ତ‌ହୀନତା (ischemia) ଯୋଗୁ ହୋଇପାରେ ।[୨] ମାଗନେସିଅମ ରକ୍ତ ସ୍ତର ରକ୍ତ ସ୍ତର > ୧.୧ ମିମୋଲ/ଲି (୨.୬ ମିଗ୍ରା/ଡେଲି)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ ହୁଏ ।[୧][୩] ୨.୯ ମିମୋଲ/ଲି (୭ ମିଗ୍ରା/ଡେଲି)ରୁ ଅଧିକ ସ୍ତର ଥିଲେ ସାଂଘାତିକ ବିବେଚନା କରାଯାଏ ।[୪] ଇସିଜି (ECG) ପରିବର୍ତ୍ତନ ମଧ୍ୟ ଥାଇପାରେ । [୧]

ମାଗନେସିଅମ ଚିକିତ୍ସାରେ ଥିଲେ ତୁରନ୍ତ ବନ୍ଦ କରିଦିଆଯାଏ ।[୨] ଅତ୍ୟଧିକ ମାଗନେସିଅମ ସ୍ତର ଥିଲେ କ୍ୟାଲସିଅମ କ୍ଲୋରାଇଡ (Calcium chloride), ଶିରାଭ୍ୟନ୍ତର ନର୍ମାଲ ସାଲାଇନ (intravenous normal saline) ସ‌ହିତ ଫୁରୋସେମାଇଡ (furosemide), ହେମୋଡାଏଲିସିସ (hemodialysis) ଆଦି ଚିକିତ୍ସା କରାଯାଏ ।[୧] ହାଇପରମାଗନେସେମିଆ ଏକ ବିରଳ ଅବସ୍ଥା ।[୩] ରୋଗୀ ଡାକ୍ତରଖାନାରେ ଥିଲେ ଏହି ରୋଗ ହାର ୧୦% ହୋଇପାରେ। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. doi:10.1016/j.resuscitation.2010.08.015. PMID 20956045.
  2. ୨.୦ ୨.୧ ୨.୨ ୨.୩ Ronco, Claudio; Bellomo, Rinaldo; Kellum, John A.; Ricci, Zaccaria (2017). Critical Care Nephrology (in ଇଂରାଜୀ). Elsevier Health Sciences. p. 344. ISBN 9780323511995.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Hypermagnesemia". Merck Manuals Professional Edition. Retrieved 28 October 2018.
  4. ୪.୦ ୪.୧ Lerma, Edgar V.; Nissenson, Allen R. (2011). Nephrology Secrets (in ଇଂରାଜୀ). Elsevier Health Sciences. p. 568. ISBN 0323081274.
  5. Romani, Andrea, M.P. (2013). "Chapter 3. Magnesium in Health and Disease". In Astrid Sigel; Helmut Sigel; Roland K. O. Sigel. Interrelations between Essential Metal Ions and Human Diseases. Metal Ions in Life Sciences. 13. Springer. pp. 49–79. doi:10.1007/978-94-007-7500-8_3.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ