ହାଇପରମାଗନେସେମିଆ
ହାଇପରମାଗନେସେମିଆ (Hypermagnesemia) | |
---|---|
ବିଭାଗ | ଅନ୍ତସ୍ରାବୀ ବିଜ୍ଞାନ (Endocrinology) |
ଲକ୍ଷଣ | ଦୌର୍ବଲ୍ୟ (Weakness), ଦ୍ୱନ୍ଦ୍ୱ (confusion), ଶ୍ୱାସକ୍ରିୟା ଅବସାଦ (decreased breathing rate)[୧] |
କାରଣ | ବୃକ୍କ ଫେଲ (Kidney failure), ଚିକିତ୍ସା ଜନିତ (treatment induced), ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ବାତ (seizures), ଦୀର୍ଘକାଳୀନ ସ୍ଥାନୀୟ ରକ୍ତହୀନତା (ischemia)[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ସ୍ତର > ୧.୧ ମିମୋଲ/ଲି (୨.୬ ମିଗ୍ରା/ଡେଲି)[୧][୩] |
ଚିକିତ୍ସା | କ୍ୟାଲସିଅମ କ୍ଲୋରାଇଡ (Calcium chloride), ଶିରାଭ୍ୟନ୍ତର ନର୍ମାଲ ସାଲାଇନ (intravenous normal saline) ସହିତ ଫୁରୋସେମାଇଡ (furosemide), ହେମୋଡାଏଲିସିସ (hemodialysis)[୧] |
ପୁନଃପୌନିକ | ଅସାଧାରଣ[୩] |
ହାଇପରମାଗନେସେମିଆ (ଇଂରାଜୀ ଭାଷାରେ Hypermagnesemia) ଏକ ଇଲେକ୍ଟ୍ରୋଲାଇଟ ବିକାର (electrolyte disorder) ଯେଉଁଥିରେ ରକ୍ତରେ ଉଚ୍ଚ ମାତ୍ରାର ମାଗନେସିଅମ (magnesium) ଥାଏ ।[୩] ଏଥିରେ ଦୌର୍ବଲ୍ୟ (Weakness), ଦ୍ୱନ୍ଦ୍ୱ (confusion), ଶ୍ୱାସକ୍ରିୟା ଅବସାଦ (decreased breathing rate) ଓ ହାଇପୋରିଫ୍ଲେକ୍ସିଆ (decreased reflexes) ଆଦି ଲକ୍ଷଣମାନ ଦେଖାଯାଏ ।[୧][୩] ରୋଗ ଜଟିଳ ହେଲେ ନିମ୍ନ ରକ୍ତଚାପ (low blood pressure) ଓ ହୃଦ୍ପାତ (Cardiac arrest) ହୋଇପାରେ ।[୪][୧]
ସାଧାରଣତଃ ବୃକ୍କ ଫେଲ (Kidney failure) ବା ଅଧିକ ମାଗନେସିଅମ ଥିବା ଆଣ୍ଟାସିଡ ସେବନ ଯୋଗୁ ଚିକିତ୍ସା ଜନିତ (treatment induced) ହାଇପରମାଗନେସେମିଆ ହୁଏ ।[୧][୫] ଅଳ୍ପ ସାଧାରଣ କେଶ୍ରେ ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ବାତ (seizures), ଦୀର୍ଘକାଳୀନ ସ୍ଥାନୀୟ ରକ୍ତହୀନତା (ischemia) ଯୋଗୁ ହୋଇପାରେ ।[୨] ମାଗନେସିଅମ ରକ୍ତ ସ୍ତର ରକ୍ତ ସ୍ତର > ୧.୧ ମିମୋଲ/ଲି (୨.୬ ମିଗ୍ରା/ଡେଲି)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ ହୁଏ ।[୧][୩] ୨.୯ ମିମୋଲ/ଲି (୭ ମିଗ୍ରା/ଡେଲି)ରୁ ଅଧିକ ସ୍ତର ଥିଲେ ସାଂଘାତିକ ବିବେଚନା କରାଯାଏ ।[୪] ଇସିଜି (ECG) ପରିବର୍ତ୍ତନ ମଧ୍ୟ ଥାଇପାରେ । [୧]
ମାଗନେସିଅମ ଚିକିତ୍ସାରେ ଥିଲେ ତୁରନ୍ତ ବନ୍ଦ କରିଦିଆଯାଏ ।[୨] ଅତ୍ୟଧିକ ମାଗନେସିଅମ ସ୍ତର ଥିଲେ କ୍ୟାଲସିଅମ କ୍ଲୋରାଇଡ (Calcium chloride), ଶିରାଭ୍ୟନ୍ତର ନର୍ମାଲ ସାଲାଇନ (intravenous normal saline) ସହିତ ଫୁରୋସେମାଇଡ (furosemide), ହେମୋଡାଏଲିସିସ (hemodialysis) ଆଦି ଚିକିତ୍ସା କରାଯାଏ ।[୧] ହାଇପରମାଗନେସେମିଆ ଏକ ବିରଳ ଅବସ୍ଥା ।[୩] ରୋଗୀ ଡାକ୍ତରଖାନାରେ ଥିଲେ ଏହି ରୋଗ ହାର ୧୦% ହୋଇପାରେ। [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. doi:10.1016/j.resuscitation.2010.08.015. PMID 20956045.
- ↑ ୨.୦ ୨.୧ ୨.୨ ୨.୩ Ronco, Claudio; Bellomo, Rinaldo; Kellum, John A.; Ricci, Zaccaria (2017). Critical Care Nephrology (in ଇଂରାଜୀ). Elsevier Health Sciences. p. 344. ISBN 9780323511995.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Hypermagnesemia". Merck Manuals Professional Edition. Retrieved 28 October 2018.
- ↑ ୪.୦ ୪.୧ Lerma, Edgar V.; Nissenson, Allen R. (2011). Nephrology Secrets (in ଇଂରାଜୀ). Elsevier Health Sciences. p. 568. ISBN 0323081274.
- ↑ Romani, Andrea, M.P. (2013). "Chapter 3. Magnesium in Health and Disease". In Astrid Sigel; Helmut Sigel; Roland K. O. Sigel (eds.). Interrelations between Essential Metal Ions and Human Diseases. Metal Ions in Life Sciences. Vol. 13. Springer. pp. 49–79. doi:10.1007/978-94-007-7500-8_3.
{{cite book}}
: CS1 maint: multiple names: authors list (link)
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |