Jump to content

ହିଙ୍ଗୁଳା ମନ୍ଦିର

ଉଇକିପିଡ଼ିଆ‌ରୁ
(Hingula Templeରୁ ଲେଉଟି ଆସିଛି)

ହିଙ୍ଗୁଳା ମନ୍ଦିର ( ହିଙ୍ଗୁଳା ପୀଠ) ତାଳଚେର ଗଡ଼ର ଗୋପାଳପ୍ରସାଦ ଗ୍ରାମରେ ଅବସ୍ଥିତ । ଏହି ଅଗ୍ନୀରୂପା ମା’ ପରମ ବୈଷ୍ଣବୀ ନାରାୟଣୀ ଶୁମ୍ଭ ନିଶୁମ୍ବଙ୍କୁ ବଧ କରି ସୁବଳ ଓ ଦୁନ୍ଦୁଭିଙ୍କୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ । ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ମା ହିଙ୍ଗୁଳା ଅନ୍ୟତମ । ତାଳଚେରସ୍ଥ ଏହି ପ୍ରସିଦ୍ଧ ହିଙ୍ଗୁଳାଙ୍କ ସମ୍ପର୍କରେ ଜନଶ୍ରୁତିରୁ ଜଣାଯାଏ ଯେ, ଏଠାରେ ପ୍ରବାହିତ ସିଙ୍ଗଡା ନଦୀରେ ଅକସ୍ମାତ ଜ୍ୱାଳାମୁଖୀ ଅଗ୍ନିଙ୍କର ଆବିର୍ଭାବ ଘଟିଲେ ହିଙ୍ଗୁଳାଙ୍କ ଅଧିଷ୍ଠାନ କରାଯାଉଥିଲା ଏବଂ କାଳକ୍ରମେ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ଅଗ୍ନିଜ୍ୱାଳା ରୂପେ ପୂଜାତା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହେବାରେ ଲାଗିଲା । କ୍ରମେ ଏହା ହିଙ୍ଗୁଳାପୀଠକୁ ରୂପାନ୍ତରିତ ହେଇଥିଲା ।

କିମ୍ବଦନ୍ତୀ

[ସମ୍ପାଦନା]

ରାଜ୍ୟର ଇଷ୍ଟଦେବୀ ରୂପେ ମା ହିଙ୍ଗୁଳା ନନ୍ଦରାଜା ବିଦ୍ଧର୍ବରେ ପୂଜା ପାଉଥିଲେ । ମାଆଙ୍କ କୃପାରୁ ରାଜା ନନ୍ଦ ସଦାସର୍ବଦା ଅମୃତମଣୋହୀ କରୁଥିଲେ । ହିଙ୍ଗୁଳାଙ୍କ ମହିମାରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା । ସେହି ସମୟରେ ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ୱାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ବାଟ ଖୋଜୁଥିଲେ । ସ୍ୱପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ । ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ । ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ୱାଦିଷ୍ଟ ହେଲା । [] ମା ହିଙ୍ଗୁଳା ଶ୍ରୀକ୍ଷେତ୍ରକୁ ଯିବା ବାଟରେ ତାଳଚେର ଗଡ଼ର ଗୋପାଳପ୍ରସାଦଠାରେ ଅବସ୍ଥାପିତ ହେଲେ ଏବଂ ଏହା ହିଙ୍ଗୁଳା ପୀଠ ଭାବେ ଖ୍ୟାତ ହେଲା ।

ପୌରାଣିକ

[ସମ୍ପାଦନା]

ଗୋପାଳଗଡସ୍ଥ ଦେବୀ ହିଙ୍ଗୁଳା ହେଲେ ଅଗ୍ନି ଦୁର୍ଗା ଏହି ପୀଠ ସହ ଶ୍ରୀ କ୍ଷେତ୍ର ଜଗନ୍ନାଥଙ୍କ ସମ୍ପର୍କ ପୁରାଣ ବର୍ଣ୍ଣିତ ।[] ବିଦର୍ଭ ନରପତି ନଳଙ୍କ ସହ ଦେବୀ ହିଙ୍ଗୁଳାଙ୍କ ଶ୍ରୀ କ୍ଷେତ୍ର ଆଗମନ ସମୟରେ ଗୋପାଳ ପ୍ରସାଦଠାରେ ଦେବୀଙ୍କର ଶକ୍ତି ପୀଠ ଓ ଜଗନ୍ନାଥ ମନ୍ଦିରରେ ତାଙ୍କର କର୍ମକ୍ଷେତ୍ର ହେବ ବୋଲି ଦେବୀ ନଳ ରାଜାଙ୍କୁ ଜଣାଇଲେ। [] ଉକ୍ତ ପୌରଣିକ ଉକ୍ତିରୁ ଜଣାଯାଏ ଯେ, ପୂର୍ବରୁ ଏଠାରେ ହିଙ୍ଗୁଳାଙ୍କ କୌଣସି ଉପାସନା ପୀଠ ନ ଥିଲା। ଦେବୀ କେବେଠାରୁ ଏଠାରେ ପୂଜିତା ବା କେବେଠାରୁ ତାଳଚେରରେ ହିଙ୍ଗୁଳା ଉପାସନା ଆରମ୍ଭ ହେଲା ଯାହାକି ଆଜି ପର୍ଯ୍ୟନ୍ତ ମା’ ରୂପରେ ଧର୍ମ, ବିଶ୍ୱାସ, ନିଷ୍ଠା ଓ ଲୋକ ସଂସ୍କୃତି ଅଧ୍ୟରେ ଆବଦ୍ଧ । ଦେବୀ ହିଙ୍ଗୁଳାଙ୍କ ଉତ୍ପତି ବା ଏ ଅଞ୍ଚଳକୁ ଦେବୀଙ୍କ ଆଗମନରୁ ସୂଚନା ମିଳେ କି, କେହି ନା କେହି ଉନ୍ନତ ସଭ୍ୟତାର ଅଗ୍ନି ପୂଜକ ଏଠାରେ ଅଗ୍ନିପୂଜା ବା ଦେବୀ ହିଙ୍ଗୁଳାଙ୍କୁ ସ୍ଥାପନ କରିଥିଲେ। ଦେବୀ ହିଙ୍ଗୁଳାଙ୍କ ଉଭା ସ୍ଥଳୀରେ କୋଇଲାର ବେଦି ଉପରେ ଦେବୀଙ୍କର ଅଗ୍ନି ସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ । ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ହିଙ୍ଗୁଳ ଶବ୍ଦରୁ ଆନୀତ । ଯାହାକି ବିଶ ନାଶକ ଏକ ଆୟୁର୍ବେଦ ଔଷଧ, ହିଙ୍ଗୁଳ ବା ଲୋହିତ ବର୍ଣ୍ଣ । ଏହି ପୀଠରେ ଦେବୀ ଅଗ୍ନି ସ୍ୱରୁପିଣୀ । ତାଳଚେରସ୍ଥ ଗୋପାଳ ପ୍ରସାଦରେ ପ୍ରକୃତିକ ଭାବେ କୋଇଲାରେ ଅଗ୍ନି ସଂଯୋଗ ଓ ଦେବୀ ହିଙ୍ଗୁଳାଙ୍କ ଧରାପୃଷ୍ଠରେ ଅବତୀର୍ଣ୍ଣ ଏକ ଧାର୍ମିକ ପରମ୍ପରା ମଧ୍ୟରେ ଏକ ସଂପର୍କର ସେତୁ ଯୁଗ ଯୁଗ ଧରି ପ୍ରବାହମାନ

  1. ୧.୦ ୧.୧ "Fire deity brings in thousands to Talcher Hingula Yatra". dailypioneer.com. Archived from the original on 5 December 2019. Retrieved 21 April 2016.
  2. http://www.orissa.gov.in/e-magazine/Orissareview/june2006/engpdf/75-76.pdf