ଅଂଶୁଘାତ
ଅଂଶୁଘାତ (Heat stroke) | |
---|---|
ଇଂରାଜୀ ପ୍ରତିଶବ୍ଦ - Sun stroke, siriasis[୧] | |
ବିଭାଗ | ଆପାତସ୍ଥିତି ଚିକିତ୍ସା (Emergency medicine) |
ଲକ୍ଷଣ | ଅତ୍ୟଧିକ ଶାରୀରିକ ଉତ୍ତାପ (High body temperature), ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ[୨] |
କାରଣ | ଅତ୍ୟଧିକ ବାହ୍ୟ ଉତ୍ତାପ, ଅଧିକ ଶାରୀରିକ ପରିଶ୍ରମ (physical exertion)[୩][୪] |
ବିପଦ କାରକ | ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ।[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଉପରେ ପର୍ଯ୍ୟବସିତ[୪] |
ସଠିକ ରୋଗ ନିର୍ଣ୍ଣୟ | ନିଉରୋଲେପ୍ଟିକ ମ୍ୟାଲିଗନାଣ୍ଟ ସିଣ୍ଡ୍ରୋମ (Neuroleptic malignant syndrome), ମ୍ୟାଲେରିଆ, ମେନିଞ୍ଜାଇଟିସ[୪] |
ଚିକିତ୍ସା | ଦୃତ ଶୀତଳିକରଣ, ସାହାଯ୍ୟକାରୀ ଯତ୍ନ (supportive care)[୩] |
Prognosis | ବ୍ୟାୟାମ ଜନିତ - <୫%, ଅନ୍ୟ କାରଣରୁ ୬୫% ପର୍ଯ୍ୟନ୍ତ ।[୪] |
ମୃତ୍ୟୁ ସାନ୍ଦ୍ରତା | > ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୬୦୦[୩] |
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ ।[୩] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blood pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ ।[୨] ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ ।[୪] ଅଧିକ ଜଟିଳ ହେଲେ ଅପସ୍ମାର ବାତ Seizures, ରାବଡୋମାୟୋଲାଇସିସ, ବୃକ୍କ ଫେଲ (kidney failure) ଆଦି ଲକ୍ଷଣମାନ ଦେଖାଯାଏ ।[୪]
ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ ।[୩][୪] ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ ।[୪] ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ ।[୪] ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ ।[୪] ଏହା ଏକ ପ୍ରକାର ହାଇପରଥର୍ମିଆ (hyperthermia) ବା ଉଚ୍ଚତାପମାତ୍ରା ବେମାରୀ ।[୪] ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ ।[୪]
ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ ।[୫] ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ ।[୩] ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ ।[୩] ବରଫ ପ୍ୟାକ (ice packs) ରୁଟିନ ଭାବରେ ଦିଆଯାଏ ନାହିଁ ।[୩]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ ।[୩] ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ ।[୪] ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।[୪]
ଆଧାର
[ସମ୍ପାଦନା]- ↑ Herrick, RT (1986). "Heat illness in the athlete: siriasis is serious". Alabama Medicine. 55 (10): 28, 33–37. PMID 3706086.
- ↑ ୨.୦ ୨.୧ "Warning Signs and Symptoms of Heat-Related Illness". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on ଜୁଲାଇ 13, 2017. Retrieved ଜୁଲାଇ 17, 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Gaudio, FG; Grissom, CK (April 2016). "Cooling Methods in Heat Stroke". The Journal of emergency medicine. 50 (4): 607–16. doi:10.1016/j.jemermed.2015.09.014. PMID 26525947.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ Leon, LR; Bouchama, A (April 2015). "Heat stroke". Comprehensive Physiology. 5 (2): 611–47. doi:10.1002/cphy.c140017. PMID 25880507.
- ↑ "Tips for Preventing Heat-Related Illness|Extreme Heat". www.cdc.gov (in ଆମେରିକୀୟ ଇଂରାଜୀ). ଜୁନ 19, 2017. Archived from the original on ଜୁଲାଇ 29, 2017. Retrieved ଜୁଲାଇ 17, 2017.
External links
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Heat stroke on MedicineNet.com