Jump to content

ଉତ୍ତାପ କ୍ଲାନ୍ତି

ଉଇକିପିଡ଼ିଆ‌ରୁ
(Heat exhaustionରୁ ଲେଉଟି ଆସିଛି)
ଉତ୍ତାପ କ୍ଲାନ୍ତି
Heat stress[]
Differentiation between heat exhaustion and heat stroke
ବିଭାଗEmergency medicine
ଲକ୍ଷଣHeadache, nausea, lightheadedness, sweating, increased body temperature[]
କାରଣHigh temperatures with not enough fluids[]
ବିପଦ କାରକOlder age, high blood pressure, intense exercise[][]
ଚିକିତ୍ସାMoving to a cool environment, drinking fluids, putting cool water on the body[]
ପୁନଃପୌନିକ4 per 10,000 ER visits (USA)[]

ଉତ୍ତାପ କ୍ଲାନ୍ତି କୁହାଯାଏ ଯେତେବେଳେ ଅତ୍ୟଧିକ ଉତ୍ତାପ ସଂସ୍ପର୍ଶ ଜନିତ ଝାଳ ବୋହିବା ଯୋଗୁ ଅତ୍ୟଧିକ ଜଳ ଓ ଲବଣ କମିଯିବା ଫଳରେ ଶରୀରରେ ଅନେକ ପ୍ରତିକ୍ରିୟା ହୁଏ । [] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ହାଲୁକା ମୁଣ୍ଡ, ଝାଳ ବୋହିବା ଏବଂ ଶରୀରର ତାପମାତ୍ରା ବୃଦ୍ଧି ପାଏ କିନ୍ତୁ ୪୦.୫° ସେ (୧୦୪° ଫା)ରୁ ଅଧିକ ନୁହେଁ ।[] [] ଲକ୍ଷଣମାନଙ୍କର ଆରମ୍ଭ ଶୀଘ୍ର କିମ୍ବା ଅନେକ ଦିନ ଧରି ହୋଇପାରେ। [] [] ଚିକିତ୍ସା ନ ପାଇଲେ ଅଂଶୁଘାତ ହୋଇପାରେ ।[]

ଏହାର କାରଣରେ ଉଚ୍ଚ ତାପମାତ୍ରା ସଂସ୍ପର୍ଶ ଥାଇ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଶରୀରରେ ନଥିଲେ ଏହିପରି ପରିସ୍ଥିତ ଉତ୍ପନ୍ନ ହୁଏ ।[] ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ତ‌ଥା ଅଳ୍ପ ବୟସ, ଉଚ୍ଚ ରକ୍ତଚାପ ଏବଂ ତୀବ୍ର ବ୍ୟାୟାମ ହୋଇଥାଏ ।[] [] [] ଏହା ମଧ୍ୟମ ଗମ୍ଭୀରତାର ଏକ ପ୍ରକାର ଉତ୍ତାପ ରୋଗ ।[] [] ଅଂଶୁଘାତ ପରି ଏଥିରେ ମାନସିକ ଦ୍ୱନ୍ଦ୍ୱ ହୁଏ ନାହିଁ ।[]

ଏହାର ପରିଚାଳନାରେ ଏକ ଶୀତଳ ପରିବେଶକୁ ଯିବା, ଥଣ୍ଡା ତରଳ ପଦାର୍ଥ ପିଇବା ଏବଂ ଶରୀର ଉପରେ ଥଣ୍ଡା ପାଣି ରଖିବା ଆବଶ୍ୟକ ହୁଏ ।[] ବ୍ୟାୟାମ ବନ୍ଦ କରାଯିବା ଉଚିତ ଏବଂ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ଦୂରେଇ ରହିବା ଉଚିତ୍ ।[] ଜରୁରୀକାଳୀନ ବିଭାଗରେ ରୋଗୀ ଅବସ୍ଥାର ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଏ ।[] ଉତ୍ତାପ ଅଭ୍ୟାସ ଏବଂ ସୁସ୍ଥ ରହିବା ତାଲିମ ବିପଦକୁ ହ୍ରାସ କରିପାରେ ।[]

ଗରମ ଥକାପଣ ବା ଉତ୍ତାପ କ୍ଲାନ୍ତି ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ ।[] ଯୁକ୍ତରାଷ୍ଟ୍ରରେ ୧୦,୦୦୦ ଜଣଙ୍କ ମଧ୍ୟରୁ ୪ ଜଣ ଜରୁରୀକାଳୀନ ବିଭାଗକୁ ଯିବା ଆବଶ୍ୟକ ହୁଏ ।[] ଆଗାମୀ କିଛି ଦଶନ୍ଧି ମଧ୍ୟରେ ଉତ୍ତାପ ରୋଗ ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି ।[] ଶୀତତାପ ନିୟନ୍ତ୍ରିତ ସ୍ଥାନଗୁଡିକର ଉପଲବ୍ଧତା ସହିତ ଶୀତ-ତାପ ନିୟନ୍ତ୍ରଣ ପାଇଁ ସୁପାରିଶ କରାଯାଇଥିବା ଯୋଜନା ସୁପାରିଶ କରାଯାଏ ।[]

  1. 1 2 3 4 Leiva, DF; Church, B (January 2022). "Heat Illness". PMID 31971756. {{cite journal}}: Cite journal requires |journal= (help)
  2. 1 2 3 4 5 6 7 8 9 "Heat Stress Related Illness | NIOSH | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 May 2022. Archived from the original on 13 January 2022. Retrieved 10 July 2022.
  3. 1 2 3 "Heat Illness". medlineplus.gov. Archived from the original on 4 July 2016. Retrieved 10 July 2022.
  4. 1 2 3 4 Gauer, R; Meyers, BK (15 April 2019). "Heat-Related Illnesses". American family physician. 99 (8): 482–489. PMID 30990296.
  5. 1 2 3 4 5 6 7 8 Kenny, Glen P.; Wilson, Thad E.; Flouris, Andreas D.; Fujii, Naoto (2018). "Heat exhaustion". Handbook of Clinical Neurology. 157: 505–529. doi:10.1016/B978-0-444-64074-1.00031-8. PMID 30459023.