ସରକାରୀ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଉଇକିପିଡ଼ିଆ‌ରୁ
(Government Aviation Training Instituteରୁ ଲେଉଟି ଆସିଛି)


ସରକାରୀ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଗତି), ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ କାର୍ଯ୍ୟକ୍ଷମ ଏକ ବିମାନ ଚାଳନା ଶିକ୍ଷାକେନ୍ଦ୍ର । ଏହା ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବୈମାନିକ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ । ଅନୁଷ୍ଠାନଟି ୧୯୪୬ ମସିହାରେ ଏକ "ଫ୍ଲାଇଙ୍ଗ କ୍ଳବ" ଭାବରେ ଆରମ୍ଭ କରାଯାଇଥିଲା । ଅଭିପ୍ରାୟ ଥିଲା ବେସାମରିକ ବୈମାନିକ ଚାଳନାରା ପ୍ରଶିକ୍ଷଣ ପ୍ରଦାନ କରିବା । ବିଭିନ୍ନ ବିତ୍ତିୟ ଅନିୟମିତତା ଓ ପରିଚାଳନାରେ ତୃଟିକୁ ନେଇ ଅନୁଷ୍ଠାନଟି କ୍ରମେ ରୁଗ୍ଗଣ ହୋଇ ପଡିଥିଲା । ବର୍ତ୍ତମାନ ଏହା ସରକାରୀ-ବେସରକାରୀ ଭାଗିଦାରୀ ମଡେଲ ଭାବରେ ପରିଚାଳିତ ହେଉଛି ।[୧] ଏହି ଅନୁଷ୍ଠାନଟି "ଏରୋ କ୍ଳବ ଅଫ ଇଣ୍ଡିଆ" ସହିତ ଅନୁବନ୍ଧିତ ।[୨] ଏରୋ କ୍ଳବଦ୍ୱାରା ଏହି ଅନୁଷ୍ଠାନଟିକୁ ଦେଶର ଦ୍ୱିତୀୟ ସବ୍ରଶ୍ରେଷ୍ଠ ଫ୍ଲାଇଙ୍ଗ କ୍ଳବର ମାନ୍ୟତା ମଧ୍ୟ ମିଳିଛି ।[୩]

ଆଧାର[ସମ୍ପାଦନା]

  1. http://timesofindia.indiatimes.com/city/bhubaneswar/States-top-aviation-club-completes-70-years/articleshow/53582590.cms
  2. http://timesofindia.indiatimes.com/city/bhubaneswar/Government-Aviation-Training-Institute-faces-payment-problems/articleshow/23445646.cms
  3. ସମ୍ବାଦ ୨୪/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬ http://sambadepaper.com/Details.aspx?id=281643&boxid=31319942. Retrieved 24 August 2016. {{cite news}}: Missing or empty |title= (help)[permanent dead link]

ବାହାର ଆଧାର[ସମ୍ପାଦନା]