ଗୋପାଳ ପ୍ରଧାନ
ଦେଖଣା
(Gopal Pradhanରୁ ଲେଉଟି ଆସିଛି)
ଗୋପାଳ ପ୍ରଧାନ | |
---|---|
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୭ | |
ପୂର୍ବ ଅଧିକାରୀ | ସାରଙ୍ଗଧର ପ୍ରଧାନ |
ପର ଅଧିକାରୀ | ରଞ୍ଜିତ କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଉଦୟଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଫେବୃଆରୀ ୧୯୩୫ |
ମୃତ୍ୟୁ | ୫ ଅକ୍ଟୋବର ୧୯୮୬ | (ବୟସ ୫୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ସୁଭଦ୍ରା ପ୍ରଧାନ |
ବାପା/ବୋଉ | ସିଙ୍ଗ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୋପାଳ ପ୍ରଧାନ (୧୦ ଫେବୃଆରୀ ୧୯୩୫ - ୫ ଅକ୍ଟୋବର ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୋପାଳ ପ୍ରଧାନ ୧୯୩୫ ମସିହାର ଫେବୃଆରୀ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସିଙ୍ଗ ପ୍ରଧାନ ଓ ପତ୍ନୀଙ୍କ ନାମ ସୁଭଦ୍ରା ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୋପାଳ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଉଦୟଗିରି | ସ୍ୱତନ୍ତ୍ର ପାର୍ଟି |
୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଉଦୟଗିରି | ସ୍ୱତନ୍ତ୍ର ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଉଦୟଗିରି | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟ
[ସମ୍ପାଦନା]ଗୋପାଳ ୧୯୮୬ ମସିହାର ଅକ୍ଟୋବର ୫ ତାରିଖରେ ୫୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gopal Pradhan". odishaassembly.nic.in. Odisha Assembly. Retrieved 4 May 2021.