ଜଠରାନ୍ତ୍ର ଛିଦ୍ର
| ଜଠରାନ୍ତ୍ର ଛିଦ୍ର | |
|---|---|
| ଛିଦ୍ରଯୁକ୍ତ ଜଠରାନ୍ତ୍ର,[୧] | |
ଡାହାଣ ଥୋରାସିକ ଡାଏଫ୍ରାମ ତଳ ଭାଗରେ ମୁକ୍ତ ବାୟୁ ଥିବା ଚିତ୍ର- ଜଠରାନ୍ତ୍ର ଛିଦ୍ରର ଚିହ୍ନ । | |
| ବିଭାଗ | gastroenterology[*], ଆଶୁ ଚିକିତ୍ସା[*] |
| ଆଇସିଡ଼ି-୧୦ | K63.1, S36.9 |
| ଆଇସିଡ଼ି-୯-ସିଏମ୍ | 569.83, 863.9 |
| ରୋଗ ଡାଟାବେସ | 34042 |
| ମେଡ଼ିସିନ-ପ୍ଲସ | 000235 |
| ଇ-ମେଡ଼ିସିନ | med/2822 |
ଜଠରାନ୍ତ୍ର ଛିଦ୍ର (ଇଂରାଜୀ ଭାଷାରେ Gastrointestinal perforation ବା ruptured bowel) ନାମ ଦିଆଯାଏ ଯେତେବେଳେ ଜଠରାନ୍ତ୍ରର କାନ୍ଥରେ (wall of part of the gastrointestinal tract) ଛିଦ୍ର ହୋଇଯାଏ ।[୨] ଜଠରାନ୍ତ୍ର ମଧ୍ୟରେ ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ଅନ୍ତର୍ଭୁକ୍ତ ।[୨][୧] ଏ ରୋଗରେ ଉଦରରେ ସାଂଘାତିକ ଯନ୍ତ୍ରଣା ଓ ଦରଜ ହୁଏ ।[୨] ପାକସ୍ଥଳୀ ବା ଗ୍ରହଣୀରେ (early part of the small intestine) ଛିଦ୍ର ଥିଲେ ହଠାତ ଯନ୍ତ୍ରଣା ହୁଏ କିନ୍ତୁ ବୃହଦନ୍ତ୍ରରେ ଛିଦ୍ର ଥିଲେ ଧୀରେ ଧୀରେ ଯନ୍ତ୍ରଣା ବୃଦ୍ଧି ହୁଏ ।[୨] ଏହି ଯନ୍ତ୍ରଣା ଲାଗିରହେ ।[୨] ସେପ୍ସିସ (Sepsis), ଦୃତ ହୃଦଗତି ହାର, ଦୃତ ଶ୍ୱାସକ୍ରିୟା ହାର, ଜ୍ୱର ଓ ଦ୍ୱିଧା (confusion) ହୁଏ ।[୨]
ଏ ରୋଗର କାରଣ: ମୂନିଆ ଅସ୍ତ୍ରାଘାତ ଯେପରି ଛୁରୀ, ମୂନିଆ ପଦାର୍ଥ ଖାଇଲେ, କୋଲୋନୋସ୍କୋପି ପ୍ରକ୍ରିୟାରେ, ଭଲଭ୍ୟୁଲସ, କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ, ପାକସ୍ଥଳୀ ଘାଆ, ଆନ୍ତ୍ର ବନ୍ଧନୀ (ମେସେଣ୍ଟେରି) ରକ୍ତାଳ୍ପତା, ସି ଡିଫିସିଲ ସହିତ ଅନେକ ସଂଖ୍ୟକ ସଂକ୍ରମଣ ।[୨] ଅନ୍ତନଳୀରେ ଛିଦ୍ର ହେବା ଯୋଗୁ ଏଥିରେ ଥିବା ପଦାର୍ଥ ଉଦର ଗୁହାରେ (abdominal cavity) ପ୍ରବେଶ କରେ ।[୨] ଉଦରରେ ଜୀବାଣୁ ପ୍ରବେଶ କଲାପରେ ପେରିଟୋନାଇଟିସ ହୁଏ ଓ ପୁଞ୍ଜିତ ପୂଜ ତିଆରି ହୋଇଯାଏ ।[୨] ଗାସ୍ଟ୍ରିକ ଏସିଡ ଯୋଗୁ ପାକସ୍ଥଳୀରେ ଛିଦ୍ର ହୋଇ କେମିକାଲ ପେରିଟୋନାଇଟିସ ହୁଏ ।[୨] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ସିଟି ସ୍କାନ ଏକ ପସନ୍ଦ ଯୋଗ୍ୟ ପ୍ରଣାଳୀ; କିନ୍ତୁ ସାଧାରଣ ଏକ୍ସ-ରେ ଚିତ୍ରରେ ମୁକ୍ତ ବାୟୁ ଚିତ୍ର ଦେଖି ଛିଦ୍ର ଥିବା ନିର୍ଣ୍ଣୟ କରାଯାଏ ।[୨]