ଗଙ୍ଗୁବାଈ କୋଠେବାଲୀ

ଉଇକିପିଡ଼ିଆ‌ରୁ
(Gangubai Kothewaliରୁ ଲେଉଟି ଆସିଛି)
ଗଙ୍ଗୁବାଈ ହରଜୀବନଦାସ
ଜନ୍ମ
ଗଙ୍ଗା ହରଜୀବନଦାସ

କାଠିଆୱାଡ଼, ବ୍ରିଟିଶ ଶାସିତ ଭାରତ
( ବର୍ତ୍ତମାନରଗୁଜରାଟ )
ମୃତ୍ୟୁସେପ୍ଟେମ୍ବର ୮, ୧୯୭୭(୧୯୭୭-୦୯-୦୮)[୧]
ମୁମ୍ବାଇ, ଭାରତ
ଅନ୍ୟ ନାମଗଙ୍ଗୁବାଈ କୋଠେବାଲୀ
ଗଙ୍ଗୁବାଈ କାଠିଆୱାଡ଼ି
ବୃତ୍ତିବେଶ୍ୟା

ଗଙ୍ଗୁବାଈ କୋଠେବାଲୀ ଜଣେ ଭାରତୀୟ ବେଶ୍ୟା ଥିଲେ । ତାଙ୍କ ପ୍ରକୃତ ନାମ ଥିଲା ଗଙ୍ଗା ହରଜୀବନଦାସ । ସେ ଗଙ୍ଗୁବାଈ କାଠିଆୱାଡ଼ି ବା ଗଙ୍ଗୁବାଈ ହରଜୀବନଦାସ ନାମରେ ମଧ୍ୟ ପରିଚିତ ଥିଲେ । ୧୯୬୦ ଦଶକରେ ସେ ମୁମ୍ବାଇର କାମାଥିପୁରା ଅଞ୍ଚଳରେ ବ୍ୟେଶ୍ୟାବୃତ୍ତି କରୁଥିଲେ ।

ଜୀବନୀ[ସମ୍ପାଦନା]

ଗଙ୍ଗୁବାଈଙ୍କ ସ୍ୱାମୀ ରମଣୀକ ଲାଲ ତାଙ୍କୁ କାମାଥିପୁରାର ଏକ ବେଶ୍ୟାଳୟରେ ବିକି ଦେଇଥିଲେ । ଗଙ୍ଗୁବାଈ ଅନିଚ୍ଛାସତ୍ତ୍ୱେ ବେଶ୍ୟାବୃତ୍ତିରେ ଲିପ୍ତ ହୋଇଥିଲେ । କ୍ରମେ ସେ ତାଙ୍କର ପ୍ରଭାବ ବଢ଼ିଥିଲା ଓ ସେ ବେଶ୍ୟାପଡ଼ାର ମୁଖ୍ୟ ହୋଇଥିଲେ । ତାଙ୍କର ଅଣ୍ଡରୱାର୍ଲ୍ଡ଼ ସହିତ ସମ୍ପର୍କ ଯୋଗୁ ସେ ବିଭିନ୍ନ ଅପରାଧିକ କାର୍ଯ୍ୟ କରାଇ ପାରୁଥିଲେ । ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଭେଟି ବେଶ୍ୟାମାନଙ୍କର ସମସ୍ୟା ଓ ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ନିମନ୍ତେ ଅଲୋଚନା କରିଥିଲେ ।[୨][୩]

ହୁସେନ ଜୈଦୀଙ୍କ ପୁସ୍ତକ ଅନୁଯାୟୀ, ୧୬ ବର୍ଷ ବୟସରେ ଗଙ୍ଗା ନିଜ ଭାବୀସ୍ୱାମୀ ରମଣୀକ ଲାଲଙ୍କ ସହ ବିବାହ କରିବାପାଇଁ ଲୁଚିକରି ମୁମ୍ବାଇକୁ ପଳାଇ ଆସିଥିଲେ । ବିବାହର କେତୋଟି ଦିନ ମଧ୍ୟରେ ରମଣୀକ ଗଙ୍ଗାଙ୍କୁ ୫୦୦ଟଙ୍କା ବିନିମୟରେ ଏକ ବେଶ୍ୟାଳୟରେ ବିକି ଦେଇଥିଲେ । ଗଙ୍ଗା ଅନିଚ୍ଛାକୃତ ଭାବେ ସେହି ବେଶ୍ୟାଳୟରେ ରହି ବେଶ୍ୟାବୃତ୍ତିରେ ଲିପ୍ତ ରହିଥିଲେ । କ୍ରମେ ସେ ଏକ ବେଶ୍ୟାଳୟରେ ମୁଖ୍ୟ ପାଲଟିଥିଲେ ।

ସୌକତ ଖାନ ନାମକ ଏକ ଗୁଣ୍ଡା ଗଙ୍ଗୁବାଈଙ୍କୁ ହଇରାଣ କରୁଥିଲା । ଗଙ୍ଗୁବାଈ ସୌକତ ଖାନଙ୍କ ବିରୋଧରେ ସେତେବେଳର ଅଣ୍ଡରୱାର୍ଲ୍ଡ଼ ଡନ କରିମ ଲାଲାଠାରେ ଅଭିଯୋଗ କରିଥିଲେ । କରିମ ଲାଲାଙ୍କ ତାଗିଦରେ ସୌକତ ଖାନ ସାବାଡ଼ ହୋଇଥିଲେ । ଗଙ୍ଗୁବାଈ, କରିମ ଲାଲାଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ । କରିମ ଲାଲାଙ୍କ ଭଉଣୀ ଭାବରେ ଗଙ୍ଗୁବାଈଙ୍କ ପ୍ରତିପତ୍ତି ବଢ଼ିଥିଲା । ସେ ସମୟରେ କାମାଥିପୁରାଠାରେ ସେଣ୍ଟ ଆନ୍ଥୋନୀ ଗାର୍ଲ୍ସ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ କାମାଥିପୁରା ବେଶ୍ୟାପଡ଼ା ବିସ୍ଥାପିତ କରିବା ପାଇଁ ଆଦେଶ ଆସିଥିଲା । ଗଙ୍ଗୁବାଈ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଭେଟି ଏହି ଆଦେଶ ବିରୁଦ୍ଧରେ ଆପତ୍ତି କରିଥିଲେ । ତାଙ୍କ କଥାରୁ କାମାଥିପୁରା ବେଶ୍ୟାପଡ଼ା ବିସ୍ଥାପିତ ହେବାରୁ ରକ୍ଷା ପାଇଥିଲା ।

ଗଙ୍ଗୁବାଈ ଅନାଥ ଶିଶୁମାନଙ୍କ ସମସ୍ୟା ସମାଧାନ ନିମନ୍ତେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ବେଶ୍ୟାପଡ଼ାରେ ଆସି ପହଞ୍ଚୁଥିବା ନୂଆ ଝିଅମାନଙ୍କୁ ବୁଝାସୁଝା କରି ଏ ବୃତ୍ତିରୁ ରକ୍ଷା କରି ନିଜନିଜ ଘରକୁ ଫେରେଇ ପାରୁଥିଲେ । ସେଥିପାଇଁ ତାଙ୍କୁ ଗଙ୍ଗୁବାଈ ଗଙ୍ଗା ମା ବୋଲି ମଧ୍ୟ ସମ୍ବୋଧନ କରାଯାଉଥିଲା । ଗଙ୍ଗୁବାଈଙ୍କର ମୃତ୍ୟୁପରେ ତାଙ୍କର ଛବି ଓ ପ୍ରତିମା ବିଭିନ୍ନ ବେଶ୍ୟାଳୟମାନଙ୍କରେ ରଖାଯାଉଥିଲା ।

୨୦୧୧ରେ ପ୍ରକାଶିତ ହୁସେନ ଜୈଦୀଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ ମୁମ୍ବାଇରେ ଗଙ୍ଗୁବାଈଙ୍କ ଜୀବନୀ ଲେଖା ହୋଇଛି । ଏହି ପୁସ୍ତକ ଉପରେ ପର୍ଯ୍ୟବେସିତ ଓ ସଞ୍ଜୟ ଲିଲା ଭଂସାଲୀଙ୍କ ନିର୍ଦ୍ଦେଶିନାରେ ଚଳଚ୍ଚିତ୍ର ଗଙ୍ଗୁବାଈ କାଠିଆୱାଡ଼ି ୨୦୨୨ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଗଙ୍ଗୁବାଈଙ୍କ ଚରିତ୍ରରେ ଅଭିନୟ କରିଥିଲେ ।[୪][୫]

ଆଧାର[ସମ୍ପାଦନା]

  1. "Gangubai's daughter speaks to outlook". Youtube. Outlook. 3 March 2022.
  2. "Know Gangubai Kothewali, The Legendary Brothel Madam Alia Bhatt Will Be Playing In SLB's Next". Desimartini (in ଇଂରାଜୀ). 2019-09-22. Retrieved 2020-01-21.
  3. "गंगूबाई कोठेवाली-पति ने ₹500 में बेचा था,भंसाली उनपर फिल्म बनाएंगे". Quint Hindi (in ହିନ୍ଦୀ). 2019-09-25. Retrieved 2020-01-21.
  4. "Alia Bhatt begins shooting for Gangubai Kathiawadi, shares pic of her trailer:'Look what Santa gave me this year'". Hindustan Times. 27 December 2019. Retrieved 27 December 2019.
  5. "Who was Gangubai Kathiawadi: The real woman behind Alia Bhatt's latest character". Vogue India (in Indian English). 15 January 2020. Retrieved 2020-01-21.