ଫୈସଲାବାଦ
ଫୈସଲାବାଦ
فیصل آباد | |
|---|---|
| Nickname: The Manchester of Pakistan | |
| Coordinates: 31°25′0″N 73°5′28″E / 31.41667°N 73.09111°E | |
| Country | |
| Settled | 1892 |
| Founded by | James Broadwood Lyall |
| Named for | Faisal of Saudi Arabia |
| Government | |
| • Mayor | None (vacant)[୧] |
| • Commissioner | Silwat Saeed[୨] |
| Area | |
| • City | 1,330 km2 (512 sq mi) |
| • Land | 840 km2 (325 sq mi) |
| • Water | 430 km2 (165 sq mi) 33% |
| • Metro | 5,860 km2 (2261 sq mi) |
| • Rank | 3rd |
| Elevation | 186 m (610 ft) |
| Population (2024)[୩] | |
| • City | ୩୮,୦୦,୧୯୩ |
| • Rank | 3rd, Pakistan |
| • Density | 2,900/km2 (7,400/sq mi) |
| Demonym | Faisalabadi |
| Time zone | UTC+05:00 (PKT) |
| Postal code | 38000 |
| Area code | 041 |
| Former Name | Lyallpur |
| Official Languages | Urdu, English |
| Native language | Punjabi |
| Languages (1981) | 98.2% Punjabi 1.8% Others[୪] |
| GDP | $80 billion (2024) |
ଫୈସଲାବାଦ (/ fɑːɪsɑːlˌbɑːd /; ପଞ୍ଜାବୀ, ଉର୍ଦ୍ଦୁ: فیصل آباد ) ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ପଞ୍ଜାବୀ ଭାଷାଭାଷୀ ସହର । ୨୦୨୪ ମସିହାରେ ଏହି ସହରର ଆନୁମାନିକ ଜନସଂଖ୍ୟା 3.8 ନିୟୁତ । ଇତିହାସରୁ ଜଣାଯାଏ, ପଞ୍ଜାବ ପ୍ରାନ୍ତର ସବୁଠାରୁ ବଡ ଗ୍ରାମ ଲାଇଲିପୁର ବ୍ରିଟିଶ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଥିଲା । ଏହାକୁ ୨୦୦୧ ମସିହାରେ ଏକ ନଗରର ମାନ୍ୟତା ପୂର୍ବକ ପୁନର୍ଗଠନ କରାଯାଇଥିଲା । ଫୈସଲାବାଦ ଜିଲ୍ଲାର ସମୁଦାୟ କ୍ଷେତ୍ରଫଳ ହେଉଛି 5,856 ବର୍ଗ କିଲୋମିଟର (କିମ୍ବା ୨,୨୬୧ବର୍ଗ ମାଇଲ) ; କିନ୍ତୁ ଫୈସଲାବାଦ ନଗର ଉନ୍ନୟନ ନିଗମ (FDA) ଅଧୀନରେ ରହିଛି ମାତ୍ର ୧୩୨୬ ବର୍ଗ କିମି (କିମ୍ବା ୫୧୨ ବର୍ଗ ମାଇଲ) ।[୫]
ଏହାର ଉନ୍ନତ ଭିତ୍ତିଭୂମି (ସଡ଼କ, ରେଳ ଏବଂ ବିମାନ ପରିବହନକୁ ସଂଯୋଗ କରିବା) କାରଣରୁ ଫୈସଲାବାଦ ଏକ ପ୍ରମୁଖ ଶିଳ୍ପ ଏବଂ ବିତରଣ କେନ୍ଦ୍ରରେ ପରିଣତ ହୋଇଛି | ବୟନ ଶିଳ୍ପର ବ୍ୟାପକତା ହେତୁ ଏହାକୁ "ପାକିସ୍ତାନର ମଞ୍ଚେଷ୍ଟର" ବୋଲି କୁହାଯାଏ ।[୬] ୨୦୧୩ ସୁଦ୍ଧା, ଫୈସଲାବାଦର ଜିଡିପି ୪୩ ବିଲିୟନ ଡ଼ଲାର ଭାବେ ଆକଳନ କରାଯାଇଥିଲା ଏବଂ ୨୦୨୫ ମସିହାରେ 5.7% ଅଭିବୃଦ୍ଧି ହାରରେ ୮୭ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପଞ୍ଜାବର ଜିଡିପିରେ ଫୈସଲାବାଦର ୧୦ ପ୍ରତିଶତରୁ ଅଧିକ ଅବଦାନ ରହିଛି । କୃଷି ଏବଂ ଶିଳ୍ପ ଏହାର ମୁଖ୍ୟ ଆୟର ସ୍ରୋତ ଅଟେ |
ଇତିହାସ
[ସମ୍ପାଦନା]ଫୈସଲାବାଦର ଇତିହାସ କେବଳ ଏକ ଶତାବ୍ଦୀ ପୁରୁଣା | ୧୮୮୦ ମସିହାରେ ନିମ୍ନ ଚେନାବ ଉପତ୍ୟକାର ଉପନିବେଶିକରଣ ସମୟରେ ଏହି ସହର ପ୍ରତିଷ୍ଠିତ ହୋଇଥିଲା | ବ୍ରିଟିଶ ସରକାର ରାୟ ବାହାଦୂର ଭବାନୀଦାସ ସିକ୍କାଙ୍କୁ ଏହି ସହରର ଜାଗିର ପ୍ରଦାନ କରିଥିଲେ | ଭାରତ ବିଭାଜନ ପରେ ତାଙ୍କ ବଂଶଧରମାନେ ଭାରତରେ ଅବସ୍ଥାନ କଲେ | ପ୍ରଥମେ ଏହି ସହରର ନାମ ଥିଲେ ଲିଆଲିପୁର । କେନାଲ ଉପନିବେଶ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ପାଇଁ ପଞ୍ଜାବର ଲେଫ୍ଟନାଣ୍ଟ-ଗଭର୍ଣ୍ଣର ସାର୍ ଜେମ୍ସ ବ୍ରଡଉଡ୍ ଲିଆଲିଙ୍କ ସମ୍ମାନାର୍ଥେ ଏହି ସହରର ଏପରି ନାମକରଣ କରାଯାଇଥିଲା । ଲିଆଲ୍ ଉପନାମ ପୁର୍ ନାମ ସହିତ ଯୋଡି ହୋଇଥିଲା, ଯାହାର ଅର୍ଥ ସଂସ୍କୃତରେ 'ସହର' |
୧ ସେପ୍ଟେମ୍ବର ୧୯୭୭ରେ, ପାକିସ୍ତାନ ସରକାର ଅନେକ ଆର୍ଥିକ ଅବଦାନ ଦେଇଥିବା ସାଉଦି ଆରବର ରାଜା ଫୈସଲଙ୍କ ସମ୍ମାନାର୍ଥେ ଲିଆଲପୁରରୁ ଫୈସଲାବାଦ ('ଫୈସଲ ସହର')ରେ ସହରର ନାମ ପରିବର୍ତ୍ତନ କରିଥିଲେ।[୭][୮]
ସଂସ୍କୃତି
[ସମ୍ପାଦନା]କରାଚି ଏବଂ ଲାହୋର ପରେ ପାକିସ୍ତାନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ଫୈସଲାବାଦ ବାଣିଜ୍ୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ଅଟେ ।[୯]ଏଥି ସହ ଏହି ସହର ଏହାର ପ୍ରାଚୀନ ଔପନିବେଶିକ ଐତିହ୍ୟ ପାଇଁ ଲୋକପ୍ରିୟତା ହାସଲ କରିଛି । ୧୯୮୨ ମସିହାରେ ପଞ୍ଜାବ ସରକାର ଫିସଲାବାଦ କଳା ପରିଷଦ ପ୍ରତିଷ୍ଠା କରିଥିଲେ, ଯାହା ପଞ୍ଜାବ କଳା ପରିଷଦର ଏକ ବିଭାଗ ଯାହା ସୂଚନା, ସଂସ୍କୃତି ଏବଂ ଯୁବ ବ୍ୟାପାର ବିଭାଗଦ୍ୱାରା ପ୍ରଶାସନିକ ତଦାରଖ କରାଯାଇଥାଏ । ସ୍ଥପତି ନାଏର ଅଲି ଦାଦାଙ୍କଦ୍ୱାରା ପରିକଳ୍ପିତ ଫୈସଲାବାଦ କଳା ପରିଷଦ କୋଠା ୨୦୦୬ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଅଡିଟୋରିୟମକୁ ପାକିସ୍ତାନୀ ସଂଗୀତଜ୍ଞ ତଥା ଗାୟକ ସ୍ୱର୍ଗତ ନୁସରତ ଫତେହ ଅଲି ଖାନଙ୍କ ନାମରେ ନାମିତ କରାଯାଇଥିଲା ।
ପର୍ବପର୍ବାଣି
[ସମ୍ପାଦନା]ପଞ୍ଜାବୀ ଲୋକମାନେ ପଞ୍ଜାବ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ ତଥା ଧାର୍ମିକ ପର୍ବ ପାଳନ କରନ୍ତି । ଫୈସଲାବାଦ ସହର ପ୍ରତିବର୍ଷ ୧୪ ଅଗଷ୍ଟରେ କମିଶନର ଅଫିସ୍ ପ୍ରାଙ୍ଗଣରେ ପାକିସ୍ତାନ ପତାକା ଉତ୍ତୋଳନ କରି ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ ।[୧୦]
ବସନ୍ତର ଆଗମନ ହୁଅନ୍ତେ ବାର୍ଷିକ "ରଙ୍ଗ-ଇ-ବାହର" ପର୍ବ ପାଳିତ ହୁଏ ଯେଉଁଠାରେ ନଗର ପ୍ରଶାସନ ପାର୍କ ଏବଂ ଉଦ୍ୟାନ କୃଷି ପ୍ରାଧିକରଣ ଜିନ୍ନା ବଗିଚାରେ ଏକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଥାଏ | କୃଷି ବିଶ୍ୱବିଦ୍ୟାଳୟ ସେମାନଙ୍କର ମୁଖ୍ୟ କ୍ୟାମ୍ପସରେ ଏକ ସମାନ କାର୍ଯ୍ୟକ୍ରମ ଆୟୋଜନ କରେ ଯାହା 'କିଷାନ ମେଳା' ନାମରେ ଜଣାଶୁଣା |[୧୧]
ମୁସଲମାନ ସଂଖ୍ୟାବହୁଳ ସହରରେ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ମଧ୍ୟରେ ରମଜାନ ଏବଂ ମହରମ ଅନ୍ତର୍ଭୁକ୍ତ | ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଏ ଯାହାକୁ ପ୍ରାୟତ "“ ଇଦ୍ ମିଲଦ-ଅନ୍-ନାବ ”କୁହାଯାଏ । ସହରରେ ଅନେକ ଖ୍ରୀଷ୍ଟିଆନ ଚର୍ଚ୍ଚ ଅଛି ଯେଉଁଠାରେ ପ୍ରତିବର୍ଷ ଇଷ୍ଟର ଏବଂ ଖ୍ରୀଷ୍ଟମାସ ପାଳନ ହୋଇଥାଏ |[୧୨]
ଫୈସଲାବାଦ ବିକାଶ ନିଗମ
[ସମ୍ପାଦନା]ଫୈସଲାବାଦ ବିକାଶ ନିଗମ(FDA) ଅକ୍ଟୋବର ୧୯୭୬ରେ ପଞ୍ଜାବ ଡେଭଲପମେଣ୍ଟ ଅଫ୍ ସିଟି ଆଇନ(୧୯୭୬) ଆଧାରରେ ଏହାର ସହରାଞ୍ଚଳରେ ବିକାଶ କାର୍ଯ୍ୟକଳାପକୁ ନିୟନ୍ତ୍ରଣ, ତଦାରଖ ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା ।[୧୩] FDA ସହରର ବିକାଶ ପାଇଁ ଏକ ନୀତି ନିର୍ଣ୍ଣୟକାରୀ ସଂସ୍ଥା ଭାବରେ କାର୍ଯ୍ୟ କରେ ଏବଂ ସହର ମଧ୍ୟରେ ପ୍ରମୁଖ ବିକାଶର ବ୍ୟବସ୍ଥା ସହ ତଦାରଖ ଦାୟିତ୍ୱ ନିର୍ବାହ କରେ । ନିର୍ମାଣ ନିୟମାବଳୀ, ପାର୍କ ଏବଂ ଉଦ୍ୟାନର ପରିଚାଳନା ଏବଂ ଭୂତଳ ଜଳ ପରିଚାଳନା ପାଇଁ ଏହା ଦାୟୀ | ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଡ୍ରେନେଜ୍ ନିୟନ୍ତ୍ରଣ ତଥା ପରିଚାଳନା ପାଇଁ FDA ଜଳ ଏବଂ ପରିମଳ ଏଜେନ୍ସି (WASA) ସହିତ କାର୍ଯ୍ୟ କରେ | ବସ୍ତିରେ ସ୍ଥିତିର ଉନ୍ନତି ପାଇଁ ମଧ୍ୟ FDA କାର୍ଯ୍ୟ କରେ |
ଆଧାର
[ସମ୍ପାଦନା]- ↑ "Administrators' appointments planned as Punjab LG system dissolves today". The Nation (newspaper). 31 December 2021. Retrieved 5 January 2022.
- ↑ "Commissioner for early completion of Business Facilitation Centre". The Nation (newspaper). 19 December 2023. Retrieved 19 December 2023.
- ↑ "Provisional Summary Results of 6th Population and Housing Census-2017". pbs.gov.pk. Retrieved 24 November 2017.
- ↑ Stephen P. Cohen (2004). The Idea of Pakistan. Brookings Institution Press. p. 202. ISBN 0815797613.
- ↑ "Distirct Website". web.archive.org. 2017-07-09. Archived from the original on 2017-07-09. Retrieved 2024-11-20.
- ↑ Jaffrelot, Christophe (2002-04). Pakistan: Nationalism Without a Nation (in ଇଂରାଜୀ). Zed Books. ISBN 978-1-84277-117-4.
{{cite book}}: Check date values in:|date=(help) - ↑ "History of Faisalabad | Faisalabad District | Faisalabad Old Name | TUF". tuf.edu.pk. Retrieved 2024-11-20.
- ↑ Everett-Heath, John (2018-09-13). The Concise Dictionary of World Place-Names (in ଇଂରାଜୀ). Oxford University Press. ISBN 978-0-19-256243-2.
- ↑ "Faisalabad Serena Hotel - Hotel Faisalabad". web.archive.org. 2014-07-02. Archived from the original on 2014-07-02. Retrieved 2024-11-20.
- ↑ our.correspondent (2015-08-14). "Patriotism: Gigantic flag unveiled in Faisalabad". The Express Tribune (in ଇଂରାଜୀ). Retrieved 2024-11-20.
- ↑ "University of Agriculture, Faisalabad, Pakistan -> Spring Festival 13-17 March, 2012". www.uaf.edu.pk. Retrieved 2024-11-20.
- ↑ our.correspondent (2015-12-16). "Christmas Bazaars open on Dec 22". The Express Tribune (in ଇଂରାଜୀ). Retrieved 2024-11-20.
- ↑ "The Punjab Development of Cities Act, 1976 (XIX of 1976)". nasirlawsite.com. Retrieved 2024-11-20.