Jump to content

ଫୈସଲାବାଦ

ଫୈସଲାବାଦ
فیصل آباد
Nickname: 
The Manchester of Pakistan
ଫୈସଲାବାଦ is located in Punjab, Pakistan
ଫୈସଲାବାଦ
ଫୈସଲାବାଦ
Location of Faisalabad
ଫୈସଲାବାଦ is located in Pakistan
ଫୈସଲାବାଦ
ଫୈସଲାବାଦ
ଫୈସଲାବାଦ (Pakistan)
Coordinates: 31°25′0″N 73°5′28″E / 31.41667°N 73.09111°E / 31.41667; 73.09111
Country Pakistan
Settled1892
Founded byJames Broadwood Lyall
Named forFaisal of Saudi Arabia
Government
 • MayorNone (vacant)[୧]
 • CommissionerSilwat Saeed[୨]
Area
 • City1,330 km2 (512 sq mi)
 • Land840 km2 (325 sq mi)
 • Water430 km2 (165 sq mi)  33%
 • Metro
5,860 km2 (2261 sq mi)
 • Rank3rd
Elevation
186 m (610 ft)
Population
 (2024)[୩]
 • City୩୮,୦୦,୧୯୩
 • Rank3rd, Pakistan
 • Density2,900/km2 (7,400/sq mi)
DemonymFaisalabadi
Time zoneUTC+05:00 (PKT)
Postal code
38000
Area code041
Former NameLyallpur
Official LanguagesUrdu, English
Native languagePunjabi
Languages (1981)98.2% Punjabi
1.8% Others[୪]
GDP$80 billion (2024)

ଫୈସଲାବାଦ (/ fɑːɪsɑːlˌbɑːd /; ପଞ୍ଜାବୀ, ଉର୍ଦ୍ଦୁ: فیصل آباد ) ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ପଞ୍ଜାବୀ ଭାଷାଭାଷୀ ସହର । ୨୦୨୪ ମସିହାରେ ଏହି ସହରର ଆନୁମାନିକ ଜନସଂଖ୍ୟା 3.8 ନିୟୁତ । ଇତିହାସରୁ ଜଣାଯାଏ, ପଞ୍ଜାବ ପ୍ରାନ୍ତର ସବୁଠାରୁ ବଡ ଗ୍ରାମ ଲାଇଲିପୁର ବ୍ରିଟିଶ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଥିଲା । ଏହାକୁ ୨୦୦୧ ମସିହାରେ ଏକ ନଗରର ମାନ୍ୟତା ପୂର୍ବକ ପୁନର୍ଗଠନ କରାଯାଇଥିଲା । ଫୈସଲାବାଦ ଜିଲ୍ଲାର ସମୁଦାୟ କ୍ଷେତ୍ରଫଳ ହେଉଛି 5,856 ବର୍ଗ କିଲୋମିଟର (କିମ୍ବା ୨,୨୬୧ବର୍ଗ ମାଇଲ) ; କିନ୍ତୁ ଫୈସଲାବାଦ ନଗର ଉନ୍ନୟନ ନିଗମ (FDA) ଅଧୀନରେ ରହିଛି ମାତ୍ର ୧୩୨୬ ବର୍ଗ କିମି (କିମ୍ବା ୫୧୨ ବର୍ଗ ମାଇଲ) ।[୫]

ଏହାର ଉନ୍ନତ ଭିତ୍ତିଭୂମି (ସଡ଼କ, ରେଳ ଏବଂ ବିମାନ ପରିବହନକୁ ସଂଯୋଗ କରିବା) କାରଣରୁ ଫୈସଲାବାଦ ଏକ ପ୍ରମୁଖ ଶିଳ୍ପ ଏବଂ ବିତରଣ କେନ୍ଦ୍ରରେ ପରିଣତ ହୋଇଛି | ବୟନ ଶିଳ୍ପର ବ୍ୟାପକତା ହେତୁ ଏହାକୁ "ପାକିସ୍ତାନର ମଞ୍ଚେଷ୍ଟର" ବୋଲି କୁହାଯାଏ ।[୬] ୨୦୧୩ ସୁଦ୍ଧା, ଫୈସଲାବାଦର ଜିଡିପି ୪୩ ବିଲିୟନ ଡ଼ଲାର ଭାବେ ଆକଳନ କରାଯାଇଥିଲା ଏବଂ ୨୦୨୫ ମସିହାରେ 5.7% ଅଭିବୃଦ୍ଧି ହାରରେ ୮୭ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପଞ୍ଜାବର ଜିଡିପିରେ ଫୈସଲାବାଦର ୧୦ ପ୍ରତିଶତରୁ ଅଧିକ ଅବଦାନ ରହିଛି । କୃଷି ଏବଂ ଶିଳ୍ପ ଏହାର ମୁଖ୍ୟ ଆୟର ସ୍ରୋତ ଅଟେ |

ଇତିହାସ

[ସମ୍ପାଦନା]

ଫୈସଲାବାଦର ଇତିହାସ କେବଳ ଏକ ଶତାବ୍ଦୀ ପୁରୁଣା | ୧୮୮୦ ମସିହାରେ ନିମ୍ନ ଚେନାବ ଉପତ୍ୟକାର ଉପନିବେଶିକରଣ ସମୟରେ ଏହି ସହର ପ୍ରତିଷ୍ଠିତ ହୋଇଥିଲା | ବ୍ରିଟିଶ ସରକାର ରାୟ ବାହାଦୂର ଭବାନୀଦାସ ସିକ୍କାଙ୍କୁ ଏହି ସହରର ଜାଗିର ପ୍ରଦାନ କରିଥିଲେ | ଭାରତ ବିଭାଜନ ପରେ ତାଙ୍କ ବଂଶଧରମାନେ ଭାରତରେ ଅବସ୍ଥାନ କଲେ | ପ୍ରଥମେ ଏହି ସହରର ନାମ ଥିଲେ ଲିଆଲିପୁର । କେନାଲ ଉପନିବେଶ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ପାଇଁ ପଞ୍ଜାବର ଲେଫ୍ଟନାଣ୍ଟ-ଗଭର୍ଣ୍ଣର ସାର୍ ଜେମ୍ସ ବ୍ରଡଉଡ୍ ଲିଆଲିଙ୍କ ସମ୍ମାନାର୍ଥେ ଏହି ସହରର ଏପରି ନାମକରଣ କରାଯାଇଥିଲା । ଲିଆଲ୍ ଉପନାମ ପୁର୍ ନାମ ସହିତ ଯୋଡି ହୋଇଥିଲା, ଯାହାର ଅର୍ଥ ସଂସ୍କୃତରେ 'ସହର' |

୧ ସେପ୍ଟେମ୍ବର ୧୯୭୭ରେ, ପାକିସ୍ତାନ ସରକାର ଅନେକ ଆର୍ଥିକ ଅବଦାନ ଦେଇଥିବା ସାଉଦି ଆରବର ରାଜା ଫୈସଲଙ୍କ ସମ୍ମାନାର୍ଥେ ଲିଆଲପୁରରୁ ଫୈସଲାବାଦ ('ଫୈସଲ ସହର')ରେ ସହରର ନାମ ପରିବର୍ତ୍ତନ କରିଥିଲେ।[୭][୮]

ସଂସ୍କୃତି

[ସମ୍ପାଦନା]

କରାଚି ଏବଂ ଲାହୋର ପରେ ପାକିସ୍ତାନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ଫୈସଲାବାଦ ବାଣିଜ୍ୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ଅଟେ ।[୯]ଏଥି ସହ ଏହି ସହର ଏହାର ପ୍ରାଚୀନ ଔପନିବେଶିକ ଐତିହ୍ୟ ପାଇଁ ଲୋକପ୍ରିୟତା ହାସଲ କରିଛି । ୧୯୮୨ ମସିହାରେ ପଞ୍ଜାବ ସରକାର ଫିସଲାବାଦ କଳା ପରିଷଦ ପ୍ରତିଷ୍ଠା କରିଥିଲେ, ଯାହା ପଞ୍ଜାବ କଳା ପରିଷଦର ଏକ ବିଭାଗ ଯାହା ସୂଚନା, ସଂସ୍କୃତି ଏବଂ ଯୁବ ବ୍ୟାପାର ବିଭାଗଦ୍ୱାରା ପ୍ରଶାସନିକ ତଦାରଖ କରାଯାଇଥାଏ । ସ୍ଥପତି ନାଏର ଅଲି ଦାଦାଙ୍କଦ୍ୱାରା ପରିକଳ୍ପିତ ଫୈସଲାବାଦ କଳା ପରିଷଦ କୋଠା ୨୦୦୬ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଅଡିଟୋରିୟମକୁ ପାକିସ୍ତାନୀ ସଂଗୀତଜ୍ଞ ତଥା ଗାୟକ ସ୍ୱର୍ଗତ ନୁସରତ ଫତେହ ଅଲି ଖାନଙ୍କ ନାମରେ ନାମିତ କରାଯାଇଥିଲା ।

ପର୍ବପର୍ବାଣି

[ସମ୍ପାଦନା]

ପଞ୍ଜାବୀ ଲୋକମାନେ ପଞ୍ଜାବ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ ତଥା ଧାର୍ମିକ ପର୍ବ ପାଳନ କରନ୍ତି । ଫୈସଲାବାଦ ସହର ପ୍ରତିବର୍ଷ ୧୪ ଅଗଷ୍ଟରେ କମିଶନର ଅଫିସ୍ ପ୍ରାଙ୍ଗଣରେ ପାକିସ୍ତାନ ପତାକା ଉତ୍ତୋଳନ କରି ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ ।[୧୦]

ବସନ୍ତର ଆଗମନ ହୁଅନ୍ତେ ବାର୍ଷିକ "ରଙ୍ଗ-ଇ-ବାହର" ପର୍ବ ପାଳିତ ହୁଏ ଯେଉଁଠାରେ ନଗର ପ୍ରଶାସନ ପାର୍କ ଏବଂ ଉଦ୍ୟାନ କୃଷି ପ୍ରାଧିକରଣ ଜିନ୍ନା ବଗିଚାରେ ଏକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଥାଏ | କୃଷି ବିଶ୍ୱବିଦ୍ୟାଳୟ ସେମାନଙ୍କର ମୁଖ୍ୟ କ୍ୟାମ୍ପସରେ ଏକ ସମାନ କାର୍ଯ୍ୟକ୍ରମ ଆୟୋଜନ କରେ ଯାହା 'କିଷାନ ମେଳା' ନାମରେ ଜଣାଶୁଣା |[୧୧]

ମୁସଲମାନ ସଂଖ୍ୟାବହୁଳ ସହରରେ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ମଧ୍ୟରେ ରମଜାନ ଏବଂ ମହରମ ଅନ୍ତର୍ଭୁକ୍ତ | ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଏ ଯାହାକୁ ପ୍ରାୟତ "“ ଇଦ୍ ମିଲଦ-ଅନ୍-ନାବ ”କୁହାଯାଏ । ସହରରେ ଅନେକ ଖ୍ରୀଷ୍ଟିଆନ ଚର୍ଚ୍ଚ ଅଛି ଯେଉଁଠାରେ ପ୍ରତିବର୍ଷ ଇଷ୍ଟର ଏବଂ ଖ୍ରୀଷ୍ଟମାସ ପାଳନ ହୋଇଥାଏ |[୧୨]

ଫୈସଲାବାଦ ବିକାଶ ନିଗମ

[ସମ୍ପାଦନା]

ଫୈସଲାବାଦ ବିକାଶ ନିଗମ(FDA) ଅକ୍ଟୋବର ୧୯୭୬ରେ ପଞ୍ଜାବ ଡେଭଲପମେଣ୍ଟ ଅଫ୍ ସିଟି ଆଇନ(୧୯୭୬) ଆଧାରରେ ଏହାର ସହରାଞ୍ଚଳରେ ବିକାଶ କାର୍ଯ୍ୟକଳାପକୁ ନିୟନ୍ତ୍ରଣ, ତଦାରଖ ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା ।[୧୩] FDA ସହରର ବିକାଶ ପାଇଁ ଏକ ନୀତି ନିର୍ଣ୍ଣୟକାରୀ ସଂସ୍ଥା ଭାବରେ କାର୍ଯ୍ୟ କରେ ଏବଂ ସହର ମଧ୍ୟରେ ପ୍ରମୁଖ ବିକାଶର ବ୍ୟବସ୍ଥା ସହ ତଦାରଖ ଦାୟିତ୍ୱ ନିର୍ବାହ କରେ । ନିର୍ମାଣ ନିୟମାବଳୀ, ପାର୍କ ଏବଂ ଉଦ୍ୟାନର ପରିଚାଳନା ଏବଂ ଭୂତଳ ଜଳ ପରିଚାଳନା ପାଇଁ ଏହା ଦାୟୀ | ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଡ୍ରେନେଜ୍ ନିୟନ୍ତ୍ରଣ ତଥା ପରିଚାଳନା ପାଇଁ FDA ଜଳ ଏବଂ ପରିମଳ ଏଜେନ୍ସି (WASA) ସହିତ କାର୍ଯ୍ୟ କରେ | ବସ୍ତିରେ ସ୍ଥିତିର ଉନ୍ନତି ପାଇଁ ମଧ୍ୟ FDA କାର୍ଯ୍ୟ କରେ |

  1. ↑ "Administrators' appointments planned as Punjab LG system dissolves today". The Nation (newspaper). 31 December 2021. Retrieved 5 January 2022.
  2. ↑ "Commissioner for early completion of Business Facilitation Centre". The Nation (newspaper). 19 December 2023. Retrieved 19 December 2023.
  3. ↑ "Provisional Summary Results of 6th Population and Housing Census-2017". pbs.gov.pk. Retrieved 24 November 2017.
  4. ↑ Stephen P. Cohen (2004). The Idea of Pakistan. Brookings Institution Press. p. 202. ISBN 0815797613.
  5. ↑ "Distirct Website". web.archive.org. 2017-07-09. Archived from the original on 2017-07-09. Retrieved 2024-11-20.
  6. ↑ Jaffrelot, Christophe (2002-04). Pakistan: Nationalism Without a Nation (in ଇଂରାଜୀ). Zed Books. ISBN 978-1-84277-117-4. {{cite book}}: Check date values in: |date= (help)
  7. ↑ "History of Faisalabad | Faisalabad District | Faisalabad Old Name | TUF". tuf.edu.pk. Archived from the original on 2024-12-15. Retrieved 2024-11-20.
  8. ↑ Everett-Heath, John (2018-09-13). The Concise Dictionary of World Place-Names (in ଇଂରାଜୀ). Oxford University Press. ISBN 978-0-19-256243-2.
  9. ↑ "Faisalabad Serena Hotel - Hotel Faisalabad". web.archive.org. 2014-07-02. Archived from the original on 2014-07-02. Retrieved 2024-11-20.
  10. ↑ our.correspondent (2015-08-14). "Patriotism: Gigantic flag unveiled in Faisalabad". The Express Tribune (in ଇଂରାଜୀ). Retrieved 2024-11-20.
  11. ↑ "University of Agriculture, Faisalabad, Pakistan -> Spring Festival 13-17 March, 2012". www.uaf.edu.pk. Retrieved 2024-11-20.
  12. ↑ our.correspondent (2015-12-16). "Christmas Bazaars open on Dec 22". The Express Tribune (in ଇଂରାଜୀ). Retrieved 2024-11-20.
  13. ↑ "The Punjab Development of Cities Act, 1976 (XIX of 1976)". nasirlawsite.com. Retrieved 2024-11-20.