ଏଫାଭିରେଞ୍ଜ

ଉଇକିପିଡ଼ିଆ‌ରୁ
ଏଫାଭିରେଞ୍ଜ
Clinical data
Pronunciatione-FAV-irr-enz
Trade namesAtripla, Sustiva, others[୧]
AHFS/Drugs.commonograph
MedlinePlusa699004
Pregnancy
category
  • US: D (Evidence of risk)
Routes of
administration
By mouth (capsules, tablets)
ATC code
Legal status
Legal status
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability40–45% (under fasting conditions)
Protein binding99.5–99.75%
MetabolismHepatic (CYP2A6 and CYP2B6-mediated)
Onset of action3–5 hours
Elimination half-life40–55 hours
ExcretionUrine (14–34%) and feces (16–61%)
Identifiers
  • (4S)-6-Chloro-4-(2-cyclopropylethynyl)-4-(trifluoromethyl)-2,4-dihydro-1H-3,1-benzoxazin-2-one
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
PDB ligand
ECHA InfoCard100.149.346 Edit this at Wikidata
Chemical and physical data
FormulaC14H9ClF3NO2
Molar mass315.675 g/mol
3D model (JSmol)
  • FC(F)([C@]1(OC(NC2=CC=C(C=C21)Cl)=O)C#CC3CC3)F
  • InChI=1S/C14H9ClF3NO2/c15-9-3-4-11-10(7-9)13(14(16,17)18,21-12(20)19-11)6-5-8-1-2-8/h3-4,7-8H,1-2H2,(H,19,20)/t13-/m0/s1 checkY
  • Key:XPOQHMRABVBWPR-ZDUSSCGKSA-N checkY
  (verify)

ଏଫାଭିରେଞ୍ଜ (ଇଂରାଜୀ ଭାଷାରେ Efavirenz ବା EFV, ବିକ୍ରୟ ନାମ ସୁସ୍ଟିଭା) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭିର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । ସାଧାରଣତଃ ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧମାନଙ୍କ ସ‌ହିତ ଏହା ଦିଆଯାଏ । ଏହା ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ଓ ସମ୍ଭାବ୍ୟ ସଂକ୍ରମଣର ପ୍ରତିଷେଧ ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । ଏହି ଔଷଧ ଏକା ଓ ଅନ୍ୟାନ୍ୟ ଔଷଧ ଯେପରିକି ଏଫାଭିରେଞ୍ଜ/ଏମେଟ୍ରିସିଟାବିନ/ଟେନୋଫୋଭିର (efavirenz/emtricitabine/tenofovir) ସ‌ହିତ ବିକ୍ରୟ ହୁଏ । ଏହା ଦୈନିକ ଥରେ ପାଟିରେ ଦିଆଯାଏ ।[୧]

ଏଫାଭିରେଞ୍ଜର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ରାସ, ଅଇ (nausea), ମୁଣ୍ଡବଥା, ଥକ୍କାଣ ଓ ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସ୍ଟିଭେନସନ-ଜନସନ (Stevens-Johnson syndrome) ଭଳି ସାଂଘାତିକ ରାସ ମଧ୍ୟ ହୋଇପାରେ । ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଅବସାଦ, ଆତ୍ମହତ୍ୟା ମାନସିକତା (thoughts of suicide), ଯକୃତ ସମସ୍ୟା (liver problems) ଓ ବାତ (seizure) ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ନୁହେଁ । ଏହା ଏକ ନନ୍-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (non-nucleoside reverse transcriptase inhibitor ବା NNRTI) ଓ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) କାମକୁ ଅବରୋଧ କରି କାର୍ଯ୍ୟ କରେ ।[୧]

ଏଫାଭିରେଞ୍ଜ ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ସନ ୨୦୧୫ ସୁଦ୍ଧା ଏହା ଏହା ଜେନେରିକ ଔଷଧ ନାମରେ ମିଳୁନାହିଁ ।[୩] ବିକାଶଶୀଳ ଦେଶମାନଙ୍କରେ developing world ଏହାର ମାସିକ ଖର୍ଚ୍ଚ ପ୍ରାୟ ୩.୨୭ରୁ ୯.୧୫ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଅମେରିକୀୟ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Efavirenz". The American Society of Health-System Pharmacists. Retrieved 28 November 2016.
  2. "WHO Model List of Essential Medicines (19th)" (PDF). World Health Organization. April 2015. Retrieved 6 December 2016.
  3. ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 62. ISBN 9781284057560.
  4. "Efavirenz". International Drug Price Indicator Guide. Retrieved 28 November 2016.[permanent dead link]