ଡୋକ୍ସାପ୍ରାମ
| Clinical data | |
|---|---|
| Trade names | Dopram, Stimulex, Respiram, others |
| Synonyms | Doxapram hydrochloride |
| AHFS/Drugs.com | monograph |
| Routes of administration | Intravenous |
| Legal status | |
| Legal status |
|
| Pharmacokinetic data | |
| Onset of action | 30 sec[୧] |
| Duration of action | 5 to 12 min[୧] |
| Identifiers | |
| |
| ECHA InfoCard | 100.005.653 |
| Chemical and physical data | |
| Formula | C24H30N2O2 |
| Molar mass | ୩୭୮.୫୨ g·mol−1 |
| (verify) | |
ଡୋକ୍ସାପ୍ରାମ (ଇଂରାଜୀ ଭାଷାରେ Doxapram), ଅନ୍ୟମାନଙ୍କ ମଧ୍ୟରେ ଡୋପ୍ରାମ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ପରେ ଶ୍ୱାସକ୍ରିୟା ଅବସାଦ ହେଲେ ବା ତୀବ୍ର ଶ୍ୱାସକ୍ରିୟା ବିଫଳତା ହେଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା କିନ୍ତୁ ଏକ ପସନ୍ଦର ଚିକିତ୍ସା ନୁହେଁ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଔଷଧର ପ୍ରଭାବ ସାଧାରଣତଃ ପ୍ରାୟ ୩୦ ସେକେଣ୍ଡରେ ଘଟିଥାଏ ଏବଂ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ମୁହଁ ଲାଲ ଦେଖାଯିବା, ଝାଳ ବୋହିବା, ବାନ୍ତି ଏବଂ ଅନୈଚ୍ଛିକ ମାଂସପେଶୀ ସଂକୋଚନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର, ବାତ ଏବଂ ଲାଲ ରକ୍ତ କଣିକା ଭାଙ୍ଗିବା ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ନିର୍ମାତା ଏହା ଦେବାକୁ ସୁପାରିଶ କରନ୍ତି ନାହିଁ ।[୨] ଏହା ଏକ ଶ୍ୱସକ୍ରିୟା ଉଦ୍ଦୀପକ ଔଷଧ ।[୨]
୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋକ୍ସାପ୍ରାମ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୫ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୧୩୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୨ ଡଲାର ଅଟେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxapram Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 27 December 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 315. ISBN 978-0857114105.
- ↑ "Dopram Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 27 December 2021.