ଡଲି ଆହଲୁୱାଲିଆ
ଡଲି ଆହଲୁୱାଲିଆ | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ପୋଷାକ ଡିଜାଇନର୍ ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ଡଲି ଆହଲୁୱାଲିଆ ଜଣେ ଭାରତୀୟ ଅଭିନେତ୍ରୀ ଓ ପୋଷାକ ଡିଜାଇନର୍ ଯିଏକି ପୋଷାକ ଡିଜାଇନ୍ ପାଇଁ ୨୦୦୧ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ସେ ୩ଟି ଫିଲ୍ମଫେୟାର ପୁରସ୍କାର ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବ୍ୟାଣ୍ଡିଟ୍ କୁଇନ୍ (୧୯୯୩) ଓ ହାଇଦର୍ (୨୦୧୪) ପାଇଁ ଦୁଇଟି ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର, ଏବଂ ପରେ ଭିକି ଡୋନର (୨୦୧୨) ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।[୨]
ପେଷା
[ସମ୍ପାଦନା]ସେ ୧୯୭୯ ମସିହାରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ । ଥିଏଟର ପାଇଁ ପୋଷାକ ଡିଜାଇନ୍ କରି ଆହଲୁୱାଲିଆ ତାଙ୍କ ପେଷା ଆରମ୍ଭ କରିଥିଲେ । ଏହା ପରେ ୧୯୯୩ ମସିହାରେ ସେଶେଖର କପୁରଙ୍କ ବ୍ୟାଣ୍ଡିଟ୍ କୁଇନ୍ ସହ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ପୋଷାକ ଡିଜାଇନର୍ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା ।[୩] ଏହା ପରେ ଜଣାଶୁଣା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପାଇଁ ସେ ଦି ବ୍ଲୁ ଅମ୍ବ୍ରେଲା (୨୦୦୫), ଓମକାରା (୨୦୦୬), ବ୍ଲଡ୍ ବ୍ରଦର୍ସ (୨୦୦୭), କାମିନେ (୨୦୦୯) ଓ ହାଇଦର (୨୦୧୪)[୨] ଏବଂ ଦୀପା ମେହେଟ୍ଟାଙ୍କ ପାଇଁ ୱାଟର୍ (୨୦୦୫) ଓ ମିଡ୍ନାଇଟ୍ ଚିଲ୍ଡ୍ରେନ୍ (୨୦୧୨)ରେ ପୋଷାକ ଡିଜାଇନ୍ କରିଥିଲେ । ସେ ଲଭ୍ ଆଜ୍ କଲ୍ (୨୦୦୯), ଲଭ୍ ଶଭ୍ ତେ ଚିକେନ୍ ଖୁରାନା (୨୦୧୨) ଏବଂ ଭାଗ୍ ମିଲ୍ଖା ଭାଗ୍ (୨୦୧୩) ଭଳି କଥାଚିତ୍ରରେ କାମ କରିଛନ୍ତି ।[୪]
କଥାଚିତ୍ରର ତାଲିକା
[ସମ୍ପାଦନା]ପୋଷାକ ଡିଜାଇନର୍
[ସମ୍ପାଦନା]| ବର୍ଷ | କଥାଚିତ୍ର |
|---|---|
| ୧୯୯୩ | ବ୍ୟାଣ୍ଡିଟ୍ କୁଇନ୍ |
| ୨୦୦୬ | ଓମକାରା |
| ୨୦୦୫ | ୱାଟର୍ |
| ଦି ବ୍ଲୁ ଅମ୍ବ୍ରେଲା | |
| ୨୦୦୭ | ଆଜା ନଚଲେ |
| ବ୍ଲଡ୍ ବ୍ରଦର୍ସ | |
| ୨୦୦୯ | ଲଭ୍ ଆଜ୍ କଲ୍ |
| କାମିନେ | |
| ୨୦୧୧ | ରକଷ୍ଟାର୍ |
| ୨୦୧୨ | ଲୁଭ୍ ଶଭ୍ ତେ ଚିକେନ୍ ଖୁରାନା |
| ମିଡ୍ନାଇଟ୍ ଚିଲ୍ଡ୍ରେନ୍ | |
| ୨୦୧୩ | ଭାଗ୍ ମିଲ୍ଖା ଭାଗ୍ |
| ୨୦୧୪ | ହାଇଦର୍ |
| ୨୦୧୭ | ରଙ୍ଗୁନ୍ |
ଅଭିନେତ୍ରୀ
[ସମ୍ପାଦନା]| ବର୍ଷ | କଥାଚିତ୍ର/ଦୂରଦର୍ଶନ କାର୍ଯ୍ୟକ୍ରମ | ଭୂମିକା |
|---|---|---|
| ୧୯୯୫ | ଆମ୍ମା ଆଣ୍ଡ ଫ୍ୟାମିଲି
(ଟିଭି ଧାରାବାହିକ) |
|
| ୨୦୦୩ | ମୁଦ୍ଦା - ଦି ଇସୁ | |
| ୨୦୦୫ | ୟାହାଁ | |
| ୱାଟର୍ | ||
| ଦି ବ୍ଲୁ ଅମ୍ବ୍ରେଲା | ||
| ୨୦୦୯ | ଆଲୁ ଚାଟ୍ | ବୀଜି |
| ୨୦୧୧ | ଏକ୍ ନୁର୍ | |
| ୨୦୧୨ | ଭିକି ଡୋନର୍ | ଡଲି ଅରୋଡ଼ା |
| ଲଭ୍ ଶଭ୍ ତେ ଚିକେନ୍ ଖୁରାନା | ବୁଆଜି | |
| ୨୦୧୩ | ସଡ୍ଡି ଲଭ୍ ଷ୍ଟୋରୀ (ପଞ୍ଜାବୀ) | |
| ବଜାତେ ରହୋ | ଜସବୀର ବାୱେଜା | |
| ୟେ ଜୱାନୀ ହୈ ଦିୱାନୀ | ସିମରନ୍ ତାଲୱାର୍ | |
| ୨୦୧୯ | ବଦନାମ ଗଳି | ବୁଆଜି |
| ଆକ୍ସନ୍ | ନାନୀ | |
| ୨୦୨୦ | ଦୂର୍ଦର୍ଶନ | ଦର୍ଶନ କୌର |
| ୨୦୨୧ | ବେଲ୍ ବଟମ୍ | ରାବିଇ ମାଲହୋତ୍ରା |
| ୨୦୨୩ | ଛତ୍ରିୱାଲୀ | ଢିଙ୍ଗ୍ରା ଆଣ୍ଟି |
| ଥ୍ୟାଙ୍କ୍ ୟୁ ଫର୍ କମିଂ | କିଶୋରୀ କପୁର |
ଆଧାର
[ସମ୍ପାଦନା]- ↑ Drama - Costume Design Archived 24 November 2007 at the Wayback Machine. || Sangeet Natak Akademi Official listings.
- ↑ ୨.୦ ୨.୧ "Dolly Ahluwalia dresses up Shahid Kapoor in 'Haider'". The Times of India. 7 February 2014. Retrieved 24 August 2014.
- ↑ "Dolly Ahluwalia gets nostalgic about Bandit Queen". The Indian Express. 2 July 2013. Retrieved 26 July 2013.
- ↑ "I'm a costume designer first: Dolly Ahluwalia". Hindustan Times. 26 July 2013. Archived from the original on 25 December 2013. Retrieved 26 July 2013.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡଲି ଆହଲୁୱାଲିଆ
- ବଲିଉଡ ହଙ୍ଗାମାରେ ଡଲି ଆହଲୁୱାଲିଆ