ଡଲି ଆହଲୁୱାଲିଆ

ଉଇକିପିଡ଼ିଆ‌ରୁ
ଡଲି ଆହଲୁୱାଲିଆ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ପୋଷାକ ଡିଜାଇନର୍
ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩–ଏବେଯାଏଁ

ଡଲି ଆହଲୁୱାଲିଆ ଜଣେ ଭାରତୀୟ ଅଭିନେତ୍ରୀ ଓ ପୋଷାକ ଡିଜାଇନର୍ ଯିଏକି ପୋଷାକ ଡିଜାଇନ୍ ପାଇଁ ୨୦୦୧ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ସେ ୩ଟି ଫିଲ୍ମଫେୟାର ପୁରସ୍କାର ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବ୍ୟାଣ୍ଡିଟ୍ କୁଇନ୍ (୧୯୯୩) ଓ ହାଇଦର୍ (୨୦୧୪) ପାଇଁ ଦୁଇଟି ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର, ଏବଂ ପରେ ଭିକି ଡୋନର (୨୦୧୨) ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।[୨]

ପେଷା[ସମ୍ପାଦନା]

ସେ ୧୯୭୯ ମସିହାରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ । ଥିଏଟର ପାଇଁ ପୋଷାକ ଡିଜାଇନ୍ କରି ଆହଲୁୱାଲିଆ ତାଙ୍କ ପେଷା ଆରମ୍ଭ କରିଥିଲେ । ଏହା ପରେ ୧୯୯୩ ମସିହାରେ ସେଶେଖର କପୁରଙ୍କ ବ୍ୟାଣ୍ଡିଟ୍ କୁଇନ୍ ସହ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ପୋଷାକ ଡିଜାଇନର୍ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା ।[୩] ଏହା ପରେ ଜଣାଶୁଣା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପାଇଁ ସେ ଦି ବ୍ଲୁ ଅମ୍ବ୍ରେଲା (୨୦୦୫), ଓମକାରା (୨୦୦୬), ବ୍ଲଡ୍ ବ୍ରଦର୍ସ (୨୦୦୭), କାମିନେ (୨୦୦୯) ଓ ହାଇଦର (୨୦୧୪)[୨] ଏବଂ ଦୀପା ମେହେଟ୍ଟାଙ୍କ ପାଇଁ ୱାଟର୍ (୨୦୦୫) ଓ ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍ (୨୦୧୨)ରେ ପୋଷାକ ଡିଜାଇନ୍ କରିଥିଲେ । ସେ ଲଭ୍ ଆଜ୍ କଲ୍ (୨୦୦୯), ଲଭ୍ ଶଭ୍ ତେ ଚିକେନ୍ ଖୁରାନା (୨୦୧୨) ଏବଂ ଭାଗ୍ ମିଲ୍‌ଖା ଭାଗ୍ (୨୦୧୩) ଭଳି କଥାଚିତ୍ରରେ କାମ କରିଛନ୍ତି ।[୪]

କଥାଚିତ୍ରର ତାଲିକା[ସମ୍ପାଦନା]

ପୋଷାକ ଡିଜାଇନର୍[ସମ୍ପାଦନା]

ବର୍ଷ କଥାଚିତ୍ର
୧୯୯୩ ବ୍ୟାଣ୍ଡିଟ୍ କୁଇନ୍
୨୦୦୬ ଓମକାରା
୨୦୦୫ ୱାଟର୍
ଦି ବ୍ଲୁ ଅମ୍ବ୍ରେଲା
୨୦୦୭ ଆଜା ନଚଲେ
ବ୍ଲଡ୍ ବ୍ରଦର୍ସ
୨୦୦୯ ଲଭ୍ ଆଜ୍ କଲ୍
କାମିନେ
୨୦୧୧ ରକଷ୍ଟାର୍
୨୦୧୨ ଲୁଭ୍ ଶଭ୍ ତେ ଚିକେନ୍ ଖୁରାନା
ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍
୨୦୧୩ ଭାଗ୍ ମିଲ୍‌ଖା ଭାଗ୍
୨୦୧୪ ହାଇଦର୍
୨୦୧୭ ରଙ୍ଗୁନ୍

ଅଭିନେତ୍ରୀ[ସମ୍ପାଦନା]

ବର୍ଷ କଥାଚିତ୍ର/ଦୂରଦର୍ଶନ କାର୍ଯ୍ୟକ୍ରମ ଭୂମିକା
୧୯୯୫ ଆମ୍ମା ଆଣ୍ଡ ଫ୍ୟାମିଲି

(ଟିଭି ଧାରାବାହିକ)

୨୦୦୩ ମୁଦ୍ଦା - ଦି ଇସୁ
୨୦୦୫ ୟାହାଁ
ୱାଟର୍
ଦି ବ୍ଲୁ ଅମ୍ବ୍ରେଲା
୨୦୦୯ ଆଲୁ ଚାଟ୍ ବୀଜି
୨୦୧୧ ଏକ୍ ନୁର୍
୨୦୧୨ ଭିକି ଡୋନର୍ ଡଲି ଅରୋଡ଼ା
ଲଭ୍ ଶଭ୍ ତେ ଚିକେନ୍ ଖୁରାନା ବୁଆଜି
୨୦୧୩ ସଡ୍ଡି ଲଭ୍ ଷ୍ଟୋରୀ (ପଞ୍ଜାବୀ)
ବଜାତେ ରହୋ ଜସବୀର ବାୱେଜା
ୟେ ଜୱାନୀ ହୈ ଦିୱାନୀ ସିମରନ୍ ତାଲୱାର୍
୨୦୧୯ ବଦନାମ ଗଳି ବୁଆଜି
ଆକ୍ସନ୍ ନାନୀ
୨୦୨୦ ଦୂର୍‌ଦର୍ଶନ ଦର୍ଶନ କୌର
୨୦୨୧ ବେଲ୍ ବଟମ୍ ରାବିଇ ମାଲହୋତ୍ରା
୨୦୨୩ ଛତ୍ରିୱାଲୀ ଢିଙ୍ଗ୍ରା ଆଣ୍ଟି
ଥ୍ୟାଙ୍କ୍ ୟୁ ଫର୍ କମିଂ କିଶୋରୀ କପୁର

ଆଧାର[ସମ୍ପାଦନା]

  1. Drama - Costume Design Archived 24 November 2007 at the Wayback Machine. || Sangeet Natak Akademi Official listings.
  2. ୨.୦ ୨.୧ "Dolly Ahluwalia dresses up Shahid Kapoor in 'Haider'". The Times of India. 7 February 2014. Retrieved 24 August 2014.
  3. "Dolly Ahluwalia gets nostalgic about Bandit Queen". The Indian Express. 2 July 2013. Retrieved 26 July 2013.
  4. "I'm a costume designer first: Dolly Ahluwalia". Hindustan Times. 26 July 2013. Archived from the original on 25 December 2013. Retrieved 26 July 2013.

ବାହାର ଲିଙ୍କ୍[ସମ୍ପାଦନା]