ଦିଲାରା ହନିଫ ପୂର୍ଣ୍ଣିମା

ଉଇକିପିଡ଼ିଆ‌ରୁ
(Dilara Hanif Purnimaରୁ ଲେଉଟି ଆସିଛି)
ଦିଲାରା ହାନିଫ ପୂର୍ଣ୍ଣିମା
পূর্ণিমা
ଦିଲାରା ହାନିଫ ପୂର୍ଣ୍ଣିମା
ଜନ୍ମ (1981-07-11) ୧୧ ଜୁଲାଇ ୧୯୮୧ (ବୟସ ୪୨)
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୧୯୯୭–ଏବେଯାଏଁ
ବୈବାହିକ-ସାଥୀ
ଅହମ୍ମଦ ଫହାଦ ଜମାଲ
(m. ୨୦୦୭)
ସନ୍ତାନଆର୍ସିଆ ଉମାଇଜା[୧]
ପିତାମାତା(s)ମହମ୍ମଦ ହାନିଫ(ବାପା)
ସୁଫିଆ ବେଗମ (ମାଆ)
ପୁରସ୍କାରଜାତୀୟ ଚଳଚ୍ଚିତ୍ର ପୁରସ୍କାର (ବଙ୍ଗଳାଦେଶ)[୨]

ଦିଲାରା ହାନିଫ ପୂର୍ଣ୍ଣିମା (ଜନ୍ମ: (1981-07-11)ଜୁଲାଇ ୧୧, ୧୯୮୧


) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ କରନ୍ତି । ପୂର୍ଣ୍ଣିମା ୧୯୯୭ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଏ ଜୀବନ ତୁମର ଆମର କଥାଚିତ୍ର ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ନିର୍ଦ୍ଦେଶକ ଜାକିର ହୁସେନ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ପୂର୍ଣ୍ଣିମାଙ୍କୁ ୨୦୧୦, ୨୦୧୨ ଏବଂ ୨୦୧୩ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲ । ସେ କଥାଚିତ୍ର ଜଗତରେ ଅଭିନୟ କରିବା ବ୍ୟତୀତ ବଙ୍ଗଳାଦେଶର ବିଭିନ୍ନ ଦୂରଦର୍ଶନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜନ୍ମ[ସମ୍ପାଦନା]

ଦିଲାରା ହନିଫ ପୂର୍ଣ୍ଣିମା ୧୯୮୧ ମସିହା ଜୁଲାଇ ୧୧ ତାରିଖରେ ବଙ୍ଗଳାଦେଶର ଚିତ୍ତଗଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ମହମ୍ମଦ ହନିଫ ଏବଂ ମାଆ ସୁଫିଆ ବେଗମ । ପୂର୍ଣ୍ଣିମାଙ୍କର ରେଖା ହନିଫ ଏବଂ ଦିଲ୍‌ରୁବା ହନିଫ ନାମରେ ଦୁଇଜଣ ଭଉଣୀ ଅଛନ୍ତି ।[୩]

ପେଶା[ସମ୍ପାଦନା]

ପୂର୍ଣ୍ଣିମା ୧୯୯୭ ମସିହାରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ବଙ୍ଗଳା କଥାଚିତ୍ର ଏ ଜୀବନ ତୁମର ଆମର ଜରିଆରେ ସେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଅଭିନୟ ଜଗତରେ ପ୍ରବେଶ କରିବାବେଳେ ଜୁନିଅର ସ୍କୁଲରେ ପଢ଼ୁଥିଲେ । ସେ ୨୦୦୩ ମସିହାରେ ରିଆଜଙ୍କ ସ‌ହ ମନର ମଝେ ତୁମି ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ଚାଷୀ ନ‌ଜ୍‌ରୁଲ୍ ଇସ୍‌ଲାମଙ୍କ ନିର୍ଦ୍ଦେଶନାରେ ବଙ୍ଗଳାଦେଶ ସ୍ୱାଧୀନ ହେବାର କାହାଣୀକୁ ନେଇ ନିର୍ମିତ କଥାଚିତ୍ର ମେଘର ପର ମେଘରେ ଦିଲାରା ହନିଫ ପୂର୍ଣ୍ଣିମା ଅଭିନୟ କରିଥିଲେ, ଯାହାକି ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା ।

ଏହାପରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ କ୍ଷୁଦ୍ରଗଳ୍ପ ସୁବାଶିନୀ ଉପରେ ନିର୍ମିତ ଚଳଚ୍ଚିତ୍ର ଶୁଭରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ସେ ସୁବାଶିନୀ ଗଳ୍ପ ଉପରେ ଆଧାରିତ ଅନ୍ୟ ଏକ ଚଳଚ୍ଚିତ୍ର ଶାସ୍ତିରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଅନେକ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୪]

୨୦୦୬ ମସିହାରେ ଶୁଭ ନାମରେ ଅନ୍ୟ ଏକ କଥାଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦିଲାରା ପୂର୍ଣ୍ଣିମା ଜଣେ ମୂକ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ୨୦୦୬ରେ ହୃଦୟର କଥା, ୨୦୦୮ ମସିହାରେ ଆକଶ ଛୁଆ ଭଲବସା, ୨୦୧୦ରେ ପରାଣ ଯାଏ ଯୋଲିଆରେ ଆଦି ସଫଳ କଥାଚିତ୍ର ଗୁଡ଼ିକରେ ସେ ଅଭିନୟ କରିଥିଲେ । ହନିଫ ପୂର୍ଣ୍ଣିମାଙ୍କୁ ତିନିଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୦ ମସିହାରେ ମାଟିର ଠିକଣା, ୨୦୧୧ରେ ଆଇ ଲଭ୍ ୟୁ ଏବଂ ୨୦୧୩ରେ ଜଜ୍ ବାରିଷ୍ଟର ପୋଲିସ୍ କମିଶନର୍ କଥାଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୦୭ ମସିହାରେ ପୂର୍ଣ୍ଣିମା ବିବାହ କରିଥିଲେ । ସେ ଅହମ୍ମଦ ଫହାଦ ଜମାଲ ନାମକ ଜଣେ ବଙ୍ଗଳାଦେଶୀ ବ୍ୟବସାୟୀଙ୍କୁ ୪ ନଭେମ୍ବର ୨୦୦୭ରେ ବିବାହ କରିଥିଲେ ।[୫] ଉଭୟ ଦମ୍ପତିଙ୍କର ଗୋଟିଏ ଝିଅ ଅଛି ।[୬] ସେମାନେ ତାଙ୍କର ଝିଅର ନାମ ଆର୍ଷିଆ ଉମାଇଜା ରଖିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Golam Sabbir (2013-01-21). "মেয়েকে নিয়ে পূর্ণিমা". Daily Naya Diganta. Retrieved October 15, 2015.
  2. Shah Alam Shazu (2013-01-21). "Purnima in the spotlight". The Daily Star. Retrieved 2013-01-21.
  3. "Purnima gives birth to a baby girl". The Prothom Alo. 14 April 2014. Archived from the original on 8 September 2017. Retrieved 15 October 2015.
  4. "Tagore's Shasti goes on celluloid". The Daily Star. 27 June 2004. Retrieved 12 April 2011.
  5. Manzur Kader (January 20, 2014). "'মে মাসে মা হচ্ছি'". Prothom Alo. Archived from the original on January 22, 2014. Retrieved January 23, 2014.
  6. "কন্যাসন্তানের মা হলেন পূর্ণিমা". The Prothom Alo. April 16, 2014. Archived from the original on April 18, 2014. Retrieved April 27, 2014.

ବାହାର ଆଧାର[ସମ୍ପାଦନା]