ଦିଲାରା ହନିଫ ପୂର୍ଣ୍ଣିମା
ଦିଲାରା ହାନିଫ ପୂର୍ଣ୍ଣିମା | |
---|---|
পূর্ণিমা | |
ଜନ୍ମ | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୧୯୯୭–ଏବେଯାଏଁ |
ବୈବାହିକ-ସାଥୀ |
ଅହମ୍ମଦ ଫହାଦ ଜମାଲ (m. ୨୦୦୭) |
ସନ୍ତାନ | ଆର୍ସିଆ ଉମାଇଜା[୧] |
ପିତାମାତା(s) | ମହମ୍ମଦ ହାନିଫ(ବାପା) ସୁଫିଆ ବେଗମ (ମାଆ) |
ପୁରସ୍କାର | ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ବଙ୍ଗଳାଦେଶ)[୨] |
ଦିଲାରା ହାନିଫ ପୂର୍ଣ୍ଣିମା (ଜନ୍ମ:
ଜୁଲାଇ ୧୧, ୧୯୮୧
) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ କରନ୍ତି । ପୂର୍ଣ୍ଣିମା ୧୯୯୭ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଏ ଜୀବନ ତୁମର ଆମର କଥାଚିତ୍ର ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ନିର୍ଦ୍ଦେଶକ ଜାକିର ହୁସେନ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ପୂର୍ଣ୍ଣିମାଙ୍କୁ ୨୦୧୦, ୨୦୧୨ ଏବଂ ୨୦୧୩ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲ । ସେ କଥାଚିତ୍ର ଜଗତରେ ଅଭିନୟ କରିବା ବ୍ୟତୀତ ବଙ୍ଗଳାଦେଶର ବିଭିନ୍ନ ଦୂରଦର୍ଶନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଜନ୍ମ
[ସମ୍ପାଦନା]ଦିଲାରା ହନିଫ ପୂର୍ଣ୍ଣିମା ୧୯୮୧ ମସିହା ଜୁଲାଇ ୧୧ ତାରିଖରେ ବଙ୍ଗଳାଦେଶର ଚିତ୍ତଗଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ମହମ୍ମଦ ହନିଫ ଏବଂ ମାଆ ସୁଫିଆ ବେଗମ । ପୂର୍ଣ୍ଣିମାଙ୍କର ରେଖା ହନିଫ ଏବଂ ଦିଲ୍ରୁବା ହନିଫ ନାମରେ ଦୁଇଜଣ ଭଉଣୀ ଅଛନ୍ତି ।[୩]
ପେଶା
[ସମ୍ପାଦନା]ପୂର୍ଣ୍ଣିମା ୧୯୯୭ ମସିହାରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ବଙ୍ଗଳା କଥାଚିତ୍ର ଏ ଜୀବନ ତୁମର ଆମର ଜରିଆରେ ସେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଅଭିନୟ ଜଗତରେ ପ୍ରବେଶ କରିବାବେଳେ ଜୁନିଅର ସ୍କୁଲରେ ପଢ଼ୁଥିଲେ । ସେ ୨୦୦୩ ମସିହାରେ ରିଆଜଙ୍କ ସହ ମନର ମଝେ ତୁମି ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ଚାଷୀ ନଜ୍ରୁଲ୍ ଇସ୍ଲାମଙ୍କ ନିର୍ଦ୍ଦେଶନାରେ ବଙ୍ଗଳାଦେଶ ସ୍ୱାଧୀନ ହେବାର କାହାଣୀକୁ ନେଇ ନିର୍ମିତ କଥାଚିତ୍ର ମେଘର ପର ମେଘରେ ଦିଲାରା ହନିଫ ପୂର୍ଣ୍ଣିମା ଅଭିନୟ କରିଥିଲେ, ଯାହାକି ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା ।
ଏହାପରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ କ୍ଷୁଦ୍ରଗଳ୍ପ ସୁବାଶିନୀ ଉପରେ ନିର୍ମିତ ଚଳଚ୍ଚିତ୍ର ଶୁଭରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ସେ ସୁବାଶିନୀ ଗଳ୍ପ ଉପରେ ଆଧାରିତ ଅନ୍ୟ ଏକ ଚଳଚ୍ଚିତ୍ର ଶାସ୍ତିରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଅନେକ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୪]
୨୦୦୬ ମସିହାରେ ଶୁଭ ନାମରେ ଅନ୍ୟ ଏକ କଥାଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦିଲାରା ପୂର୍ଣ୍ଣିମା ଜଣେ ମୂକ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ୨୦୦୬ରେ ହୃଦୟର କଥା, ୨୦୦୮ ମସିହାରେ ଆକଶ ଛୁଆ ଭଲବସା, ୨୦୧୦ରେ ପରାଣ ଯାଏ ଯୋଲିଆରେ ଆଦି ସଫଳ କଥାଚିତ୍ର ଗୁଡ଼ିକରେ ସେ ଅଭିନୟ କରିଥିଲେ । ହନିଫ ପୂର୍ଣ୍ଣିମାଙ୍କୁ ତିନିଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୦ ମସିହାରେ ମାଟିର ଠିକଣା, ୨୦୧୧ରେ ଆଇ ଲଭ୍ ୟୁ ଏବଂ ୨୦୧୩ରେ ଜଜ୍ ବାରିଷ୍ଟର ପୋଲିସ୍ କମିଶନର୍ କଥାଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୦୭ ମସିହାରେ ପୂର୍ଣ୍ଣିମା ବିବାହ କରିଥିଲେ । ସେ ଅହମ୍ମଦ ଫହାଦ ଜମାଲ ନାମକ ଜଣେ ବଙ୍ଗଳାଦେଶୀ ବ୍ୟବସାୟୀଙ୍କୁ ୪ ନଭେମ୍ବର ୨୦୦୭ରେ ବିବାହ କରିଥିଲେ ।[୫] ଉଭୟ ଦମ୍ପତିଙ୍କର ଗୋଟିଏ ଝିଅ ଅଛି ।[୬] ସେମାନେ ତାଙ୍କର ଝିଅର ନାମ ଆର୍ଷିଆ ଉମାଇଜା ରଖିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Golam Sabbir (2013-01-21). "মেয়েকে নিয়ে পূর্ণিমা". Daily Naya Diganta. Retrieved October 15, 2015.
- ↑ Shah Alam Shazu (2013-01-21). "Purnima in the spotlight". The Daily Star. Retrieved 2013-01-21.
- ↑ "Purnima gives birth to a baby girl". The Prothom Alo. 14 April 2014. Archived from the original on 8 September 2017. Retrieved 15 October 2015.
- ↑ "Tagore's Shasti goes on celluloid". The Daily Star. 27 June 2004. Retrieved 12 April 2011.
- ↑ Manzur Kader (January 20, 2014). "'মে মাসে মা হচ্ছি'". Prothom Alo. Archived from the original on January 22, 2014. Retrieved January 23, 2014.
- ↑ "কন্যাসন্তানের মা হলেন পূর্ণিমা". The Prothom Alo. April 16, 2014. Archived from the original on April 18, 2014. Retrieved April 27, 2014.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲାରା ହନିଫ ପୂର୍ଣ୍ଣିମା
- Punima at the Bangla Movie Database
- Purnima at Rotten Tomatoes