ଦେବୀ ରଞ୍ଜନ ତ୍ରିପାଠୀ
ଦେଖଣା
(Devi Ranjan Tripathyରୁ ଲେଉଟି ଆସିଛି)
ଦେବୀ ରଞ୍ଜନ ତ୍ରିପାଠୀ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରଭାତ କୁମାର ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ବାଙ୍କୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଡିସେମ୍ବର ୧୯୮୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ପ୍ରଭାତ କୁମାର ତ୍ରିପାଠୀ (ବାପା) ପଙ୍କଜିନୀ ତ୍ରିପାଠୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଦେବୀ ରଞ୍ଜନ ତ୍ରିପାଠୀ (ଜନ୍ମ: ୨୪ ଡିସେମ୍ବର ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦେବୀ ରଞ୍ଜନ ତ୍ରିପାଠୀ ୧୯୮୭ ମସିହାର ଡିସେମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଭାତ କୁମାର ତ୍ରିପାଠୀ ଜଣେ ଓଡ଼ିଆ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଦେବୀଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ଏ. ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ଦେବୀ ରଞ୍ଜନ ତ୍ରିପାଠୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଆଧାର
[ସମ୍ପାଦନା]- ↑ "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022.
{{cite news}}
:|archive-date=
/|archive-url=
timestamp mismatch; 24 ନଭେମ୍ବର 2020 suggested (help) - ↑ ୨.୦ ୨.୧ "Shri Devi Ranjan Tripathy". odishaassembly.nic.in. Odisha Assembly. Retrieved 29 February 2020.