Jump to content

ଡେଲାଫ୍ଲୋକ୍ସାସିନ

ଉଇକିପିଡ଼ିଆ‌ରୁ
(Delafloxacinରୁ ଲେଉଟି ଆସିଛି)
ଡେଲାଫ୍ଲୋକ୍ସାସିନ
Clinical data
Trade namesBaxdela, Quofenix
SynonymsDelafloxacin meglumine; ABT-492; RX-3341; WQ-3034
AHFS/Drugs.commonograph
data
Pregnancy
category
  • US: N (Not classified yet)
    Routes of
    administration
    By mouth, intravenous injection
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Identifiers
    • 1-(6-amino-3,5-difluoro-2-pyridyl)-8-chloro-6-fluoro-7-(3-hydroxyazetidin-1-yl)-4-oxo-quinoline-3-carboxylic acid
    Chemical and physical data
    FormulaC18H12ClF3N4O4
    Molar mass୪୪୦.୭୬ g·mol−1
    3D model (JSmol)
    • Fc4cc(F)c(nc4N1\C=C(\C(=O)O)C(=O)c2c1c(Cl)c(c(F)c2)N3CC(O)C3)N

    ଡେଲାଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Delafloxacin), ଅନ୍ୟମାନଙ୍କ ମଧ୍ୟରେ ବାକ୍ସଡେଲା ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଚର୍ମ ଜୀବାଣୁ ଓ ଚର୍ମର ବିଭିନ୍ନ ଅଂଶର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ସାଧାରଣତଃ ଏମଆର ଏମଆରଏସଏ (MR MRSA) ଏବଂ ସୁଡୋମୋନାସ ପାଇଁ ପ୍ରଭାବଶାଳୀ ।[] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ଅଇ ଲାଗେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡିନାଇଟିସ୍, ପେରିଫେରାଲ୍ ନ୍ୟୁରୋପାଥି, ସାଇକୋସିସ, କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଫ୍ଲୋରୋକୁଇନୋଲୋନ ଶ୍ରେଣୀର ଔଷଧ ।[]

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଲାଫ୍ଲୋକ୍ସାସିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ଦିନର ଚିକିତ୍ସାରେ ପ୍ରାୟ ୬୧୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୬୦ ଡଲାର ଅଟେ ।[]

    1. 1 2 3 4 "Quofenix EPAR". European Medicines Agency (EMA). 16 October 2019. Archived from the original on 5 August 2020. Retrieved 12 May 2020.
    2. 1 2 3 4 5 "Delafloxacin Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 22 December 2021.
    3. BNF 81: March-September 2021. BMJ Group and the Pharmaceutical Press. 2021. p. 595. ISBN 978-0857114105.
    4. "Baxdela Prices, Coupons & Savings Tips - GoodRx". GoodRx. Retrieved 22 December 2021.