ଡାକ୍ଲାଟାସଭିର
Clinical data | |
---|---|
Pronunciation | dak-LAT-as-vir |
Trade names | Daklinza[୧] |
AHFS/Drugs.com | monograph |
MedlinePlus | a615044 |
Routes of administration | ପାଟିରେ (ବଟିକା ଆକାରରେ) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ୬୭7%[୨] |
Protein binding | ୯୯%[୨] |
Metabolism | CYP3A |
Elimination half-life | ୧୨–୧୫ hours |
Excretion | ମଳ (୫୩% ଅଣରୂପାନ୍ତରିତ ଔଷଧ), ବୃକ୍କ |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
Chemical and physical data | |
Formula | C40H50N8O6 |
Molar mass | 738.89 g/mol |
3D model (JSmol) | |
| |
|
ଡାକ୍ଲାଟାସଭିର (ଇଂରାଜୀ ଭାଷାରେ Daclatasvir, ବିକ୍ରୟ ନାମ ଡାକ୍ଲିଞ୍ଜା) ଏକ ଔଷଧ ଯାହା ହେପାଟାଇଟିସ ସି (ଏଚସିଭି) ରୋଗରେ ଅନ୍ୟ ଔଷଧମାନଙ୍କ ସହିତ ଦିଆଯାଏ ।[୧] ଏହା ସାଥୀରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କ ନାମ ସୋଫୋବୁଭିର (sofosbuvir), ରିବାଭିରିନ (ribavirin) ଓ ଇଣ୍ଟରଫେରନ (interferon) ଓ ଏହି ଔଷଧମାନ ଭୁତାଣୁ ଅନୁସାରେ ତଥା ସିରୋସିସ ଉପସ୍ଥିତି ଅନୁସାରେ ଦିଆଯାଏ । [୩] ଦିନକୁ ଥରେ ପାଟିରେ ଏହି ଔଷଧ ଦିଆଯାଏ ।[୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ (feeling tired) ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସୋଫୋସବୁଭିର ଓ ରିବାଭିରିନ ସହିତ ଦେଲେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ ଓ ହେମୋଲାଇଟିକ ଆନିମିଆ (red blood cell breakdown) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[୨] ସେଣ୍ଟ ଜନସ ୱାର୍ଟ (St. John's wort),ରିଫାମ୍ପିନ (rifampin) ବା କାର୍ବାମାଜେପିନ ଔଷଧମାନଙ୍କ ସହିତ ଏହା ଦିଆଯାଏନାହିଁ ।[୧] ଏହା ଏଚସିଭି ପ୍ରୋଟିନ (NS5A) ଅବରୋଧ କରି କାର୍ଯ୍ୟ କରେ ।[୩]
ଡାକ୍ଲାଟାସଭିର ଔଷଧ ୟୁରୋପରେ ସନ ୨୦୧୪ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଜାନୁଆରୀ ୨୦୧୬ରେ ଏହି ଔଷଧର ୧୨ ସପ୍ତାହର ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ $୬୩,୦୦୦, ଇଂଲଣ୍ଡରେ $୩୯,୦୦୦, ଫ୍ରାନ୍ସରେ $୩୭,୦୦୦, ଓ ଇଜିପ୍ଟରେ $୫୨୫ ହୁଏ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Daclatasvir Dihydrochloride". The American Society of Health-System Pharmacists. Archived from the original on 5 November 2016. Retrieved 6 December 2016.
- ↑ ୨.୦ ୨.୧ ୨.୨ "Daclatasvir label" (PDF). FDA. April 2016.
- ↑ ୩.୦ ୩.୧ "Daklinza film-coated tablets - Summary of Product Characteristics (SPC) - (eMC)". Electronic Medicines Compendium. September 2016. Archived from the original on 2016-11-09. Retrieved 2017-01-10.
- ↑ "Hepatitis C Treatment Snapshots: Daclatasvir" (PDF). amFAR TreatAsia. February 2016. Archived from the original (PDF) on 2016-09-03. Retrieved 2017-01-10.
- ↑ "19th WHO Model List of Essential Medicines" (PDF). WHO. April 2015.
- ↑ Hill, A; Simmons, B; Gotham, D; Fortunak, J (January 1, 2016). "Rapid reductions in prices for generic sofosbuvir and daclatasvir to treat hepatitis C." J Virus Erad. 2 (1): 28–31. PMC 4946692. PMID 27482432.