ଡାକ୍ଲାଟାସଭିର

ଉଇକିପିଡ଼ିଆ ରୁ
Jump to navigation Jump to search
ଡାକ୍ଲାଟାସଭିର
Daclatasvir.svg
Clinical data
Pronunciation dak-LAT-as-vir
Trade names Daklinza[୧]
AHFS/Drugs.com monograph
MedlinePlus a615044
Routes of
administration
ପାଟିରେ (ବଟିକା ଆକାରରେ)
ATC code
Legal status
Legal status
  • CA: Rx-ପ୍ରେସ୍କ୍ରିପସନରେ
  • US: ℞-only
  • ℞ (Prescription only)
Pharmacokinetic data
Bioavailability ୬୭7%[୨]
Protein binding ୯୯%[୨]
Metabolism CYP3A
Elimination half-life ୧୨–୧୫ hours
Excretion ମଳ (୫୩% ଅଣରୂପାନ୍ତରିତ ଔଷଧ), ବୃକ୍‌କ
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
Chemical and physical data
Formula C40H50N8O6
Molar mass 738.89 g/mol
3D model (JSmol)

ଡାକ୍ଲାଟାସଭିର (ଇଂରାଜୀ ଭାଷାରେ Daclatasvir, ବିକ୍ରୟ ନାମ ଡାକ୍ଲିଞ୍ଜା) ଏକ ଔଷଧ ଯାହା ହେପାଟାଇଟିସ ସି (ଏଚସିଭି) ରୋଗରେ ଅନ୍ୟ ଔଷଧମାନଙ୍କ ସ‌ହିତ ଦିଆଯାଏ ।[୧] ଏହା ସାଥୀରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କ ନାମ ସୋଫୋବୁଭିର (sofosbuvir), ରିବାଭିରିନ (ribavirin) ଓ ଇଣ୍ଟରଫେରନ (interferon) ଓ ଏହି ଔଷଧମାନ ଭୁତାଣୁ ଅନୁସାରେ ତ‌ଥା ସିରୋସିସ ଉପସ୍ଥିତି ଅନୁସାରେ ଦିଆଯାଏ । [୩] ଦିନ‌କୁ ଥରେ ପାଟିରେ ଏହି ଔଷଧ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ (feeling tired) ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସୋଫୋସବୁଭିର ଓ ରିବାଭିରିନ ସ‌ହିତ ଦେଲେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ ଓ ହେମୋଲାଇଟିକ ଆନିମିଆ (red blood cell breakdown) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[୨] ସେଣ୍ଟ ଜନସ ୱାର୍ଟ (St. John's wort),ରିଫାମ୍ପିନ (rifampin) ବା କାର୍ବାମାଜେପିନ ଔଷଧମାନଙ୍କ ସ‌ହିତ ଏହା ଦିଆଯାଏନାହିଁ ।[୧] ଏହା ଏଚସିଭି ପ୍ରୋଟିନ (NS5A) ଅବରୋଧ କରି କାର୍ଯ୍ୟ କରେ ।[୩]

ଡାକ୍ଲାଟାସଭିର ଔଷଧ ୟୁରୋପରେ ସନ ୨୦୧୪ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଜାନୁଆରୀ ୨୦୧୬ରେ ଏହି ଔଷଧର ୧୨ ସପ୍ତାହର ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ $୬୩,୦୦୦, ଇଂଲଣ୍ଡରେ $୩୯,୦୦୦, ଫ୍ରାନ୍‌ସରେ $୩୭,୦୦୦, ଓ ଇଜିପ୍ଟରେ $୫୨୫ ହୁଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Daclatasvir Dihydrochloride". The American Society of Health-System Pharmacists. Retrieved 6 December 2016. 
  2. ୨.୦ ୨.୧ ୨.୨ "Daclatasvir label" (PDF). FDA. April 2016. 
  3. ୩.୦ ୩.୧ "Daklinza film-coated tablets - Summary of Product Characteristics (SPC) - (eMC)". Electronic Medicines Compendium. September 2016. 
  4. "Hepatitis C Treatment Snapshots: Daclatasvir". amFAR TreatAsia. February 2016. http://www.amfar.org/uploadedFiles/_amfarorg/Around_the_World/TREAT_Asia/TA_Snapshots_Daclatasvir_for%20online.pdf. 
  5. "19th WHO Model List of Essential Medicines" (PDF). WHO. April 2015. 
  6. Hill, A; Simmons, B; Gotham, D; Fortunak, J (January 1, 2016). "Rapid reductions in prices for generic sofosbuvir and daclatasvir to treat hepatitis C". J Virus Erad. 2 (1): 28–31. PMC 4946692Freely accessible. PMID 27482432.