ଦାୟଭାଗ
ଦାୟଭାଗ ହେଉଛି ଜୀମୂତବାହନ ନାମକ ପଣ୍ଡିତଙ୍କ କୃତ ପୈତୃକ ଧନର ବିଭାଗ ବା ଉତ୍ତରାଧିକାରୀମାନଙ୍କ ମଧ୍ୟରେ ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ବଣ୍ଟନ ସମ୍ବନ୍ଧୀୟ ସଂସ୍କୃତ ସ୍ମୃତି ବା ଗ୍ରନ୍ଥ । ଏହି ଗ୍ରନ୍ଥର ବିଧି ଅନୁସାରେ ବଙ୍ଗ ଦେଶ ବା ଆସାମରେ ପୈତୃକ ଧନ ବିଭକ୍ତ ହୁଏ । ଅବଶିଷ୍ଟ ଭାରତରେ ମିତାକ୍ଷରାର ବ୍ୟବସ୍ଥା ଅନୁସାରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ବିଭଜ୍ଜିତ ହୁଏ ।
ପୃଷ୍ଠଭୂମି
[ସମ୍ପାଦନା]ବ୍ରିଟିଶ ରାଜତ୍ୱ ସମୟରୁ ହିନ୍ଦୁ ଆଇନର ମୂଳ ଆଧାର ଭାବେ ଯେଉଁ ଦୁଇ ମାନ୍ୟତାକୁ ଗ୍ରହଣ କରାଯାଇଛି ତନ୍ମଧ୍ୟରୁ ଦାୟଭାଗ ଅନ୍ୟତମ । ଅନ୍ୟଟି ହେଲା ମିତାକ୍ଷରା । ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ରେ ମଧ୍ୟ ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିବାପାଇଁ ଏହି ଦୁଇ ମତକୁ ଗ୍ରହଣ କରାଯାଇଛି । କେବଳ ବଙ୍ଗଦେଶ ଓ ଆସାମ ଛଡ଼ା ଭାରତର ଅନ୍ୟ ସର୍ବତ୍ର ମିତାକ୍ଷରା ଲିଖିତ ବିଧି ଅନୁସାରେ ସମ୍ପତ୍ତିର ଭାଗ ତଥା ଉତ୍ତରାଧିକାର ନିର୍ଣ୍ଣୟ ହୁଏ । ବଙ୍ଗଦେଶ ତଥା ଆସାମରେ 'ଦାୟଭାଗ' ଅନୁସାରେ ପୈତୃକ ସମ୍ପତ୍ତି ବିଭକ୍ତ ହୁଏ ।
ହିନ୍ଦୁ ସ୍ମୃତିରେ ପୂର୍ବ ସ୍ୱାମୀଙ୍କ ସଙ୍ଗେ ସମ୍ପର୍କ ଥିବା ଯୋଗୁଁ ଉତ୍ତରାଧିକାରୀମାନେ ମୃତ ବ୍ୟକ୍ତିର ତ୍ୟକ୍ତ ଯେଉଁ ସମ୍ପତ୍ତିକୁ ପାଆନ୍ତି ତାକୁ ଦାୟ ବୋଲାଯାଏ । ମିତାକ୍ଷରା ଅନୁସାରେ ଦାୟ ଦୁଇ ପ୍ରକାର; ଯଥା; ଅପ୍ରତିବନ୍ଧ ଓ ସପ୍ରତିବନ୍ଧ । ଯେଉଁ ଦାୟରେ ଉତ୍ତରାଧିକାରୀ ସମ୍ପତ୍ତି ପାଇବା ବିଷୟରେ କୌଣସି ପ୍ରତିବନ୍ଧକ ନ ଥାଏ ତାକୁ ଅପ୍ରତିବନ୍ଧ ଦାୟ ବୋଲାଯାଏ । ଯଥା—ପୁତ୍ର ବା ନୀତି ପକ୍ଷରେ ପିତା ବା ପିତାମହଙ୍କ ତ୍ୟକ୍ତ ସମ୍ପତ୍ତି; ଯେଉଁ ସମ୍ପତ୍ତି ନିକଟତମ ଉତ୍ତରାଧିକାରୀଙ୍କ ଅଭାବରେ ଦୂରବର୍ତ୍ତୀ ବ୍ୟକ୍ତିକୁ ମିଳେ ତାକୁ ସପ୍ରତିବନ୍ଧ ଦାୟ ବୋଲାଯାଏ । ଯଥା—ପୁତ୍ର ବା ନାତି ଅଭାବରେ ଭାଇ ଓ ପୁତୁରା ପକ୍ଷରେ ଭାଇର ବା ପିତୃବ୍ୟଙ୍କ ତ୍ୟକ୍ତ ସମ୍ପତ୍ତି ।
ମିତାକ୍ଷରା ସହ ଦାୟଭାଗ ତତ୍କାଳୀନ ଭାରତରେ ବ୍ରିଟିଶ ପରିଚାଳିତ ଅଦାଲତ ଗୁଡିକରେ ଉତ୍ତରାଧିକାର ମାମଲାରେ ଫଇସଲା ବେଳେ ପ୍ରଚଳିତ ହିନ୍ଦୁ ଆଇନର ତର୍କସଙ୍ଗତ ସିଦ୍ଧାନ୍ତ ଭାବେ ପ୍ରଭାବ ବିସ୍ତାର କରିପାରିଥିଲେ । ମିତାକ୍ଷରା ଭାରତର ସର୍ବାଧିକ ଅଞ୍ଚଳରେ ଏହାର ମାନ୍ୟତା ବଜାୟ ରଖିଥିବା ବେଳେ ଦାୟଭାଗ କେବଳ ବଙ୍ଗ ତଥା ଆସାମରେ ପ୍ରଭାବୀ ଥିଲା ।
ଆଇନଗତ ନିହିତାର୍ଥ
[ସମ୍ପାଦନା]ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ । କିନ୍ତୁ ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ । ଏହିପରି ସ୍ତ୍ରୀଧନ ସମ୍ପତ୍ତି ବଣ୍ଟନ, ପୋଷ୍ୟପୁତ୍ର ଗ୍ରହଣ ଆଦି ସମ୍ବନ୍ଧେ ମିତାକ୍ଷରାର ବିଧାନ ଦାୟଭାଗର ବିଧାନଠାରୁ ସ୍ୱତନ୍ତ୍ର ।[୧]
ଦାୟଭାଗ ଓ ମିତାକ୍ଷରା ସିଦ୍ଧାନ୍ତରେ ପାର୍ଥକ୍ୟ
[ସମ୍ପାଦନା]ପୁତ୍ରର ସମ୍ପତ୍ତିଗତ ଅଧିକାର
[ସମ୍ପାଦନା]- ଦାୟଭାଗ ସିଦ୍ଧାନ୍ତରେ ପିତା ଜୀବିତ ଥିବା ଯାଏଁ ପୈତୃକ ସମ୍ପତ୍ତିରେ ପୁତ୍ରର କୌଣସି ଅଧିକାର ନ ଥାଏ । ମାତ ମିତାକ୍ଷରାର ବିଧାନ ଅନୁସାରେ ପୁତ୍ରଟିଏ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଭାଗର ଅଧିକାରୀ ହୁଏ ।[୨]
ବିଧବାର ସମ୍ପତ୍ତିଗତ ଅଧିକାର
[ସମ୍ପାଦନା]- ସ୍ତ୍ରୀ କେବଳ ସ୍ୱାମୀର ମୃତ୍ୟୁପରେ ହିଁ ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ହୁଏ, ତାହା ପୁଣି ନିଜ ଅଧିକାରରେ ନ ହୋଇ ସ୍ୱାମୀଙ୍କ ପ୍ରତିନିଧିଭାବେ ।[୩]
ପୈତୃକ ଓ ସ୍ୱାର୍ଜିତ ସମ୍ପତ୍ତି
[ସମ୍ପାଦନା]- ଦାୟଭାଗ ବିଧାନ ଅନୁସାରେ ପିତା ହେଉଛନ୍ତି ଉଭୟ ସ୍ୱାର୍ଜିତ ଏବଂ ପୈତୃକ ସମ୍ପତ୍ତିର ଏକକ ମାଲିକ । ତେଣୁ ତାଙ୍କ ଜୀବିତାବସ୍ଥାରେ ସମ୍ପତ୍ତିର ମାଲିକାନ ହସ୍ତାନ୍ତର କରିବାବେଳେ ପୁଅର ସମ୍ମତି ଆବଶ୍ୟକ ପଡେ ନାହିଁ । କିନ୍ତୁ ମିତାକ୍ଷର ସିଦ୍ଧାନ୍ତରେ ପୁଅ/ଝିଅଟିଏ ଜନ୍ମ ହେବାପରେ ପିତାଙ୍କର ପୈତୃକ ସମ୍ପତ୍ତିରେ ତାଙ୍କର ଜନ୍ମଗତ ଅଧିକାର ସ୍ୱତଃ ଆସିଯାଏ । ତେବେ ଉଭୟ ଦାୟଭାଗ ଓ ମିତାକ୍ଷରାର ବିଧାନ ଅନୁସାରେ ପିତାଙ୍କ ସ୍ୱାର୍ଜିତ ସମ୍ପତ୍ତିରେ ପିତାଙ୍କ ସମ୍ପୂର୍ଣ୍ଣ ଅଧିକାର ରହିବ । ସେ ଚାହିଁଲେ ତାଙ୍କ ଜୀବଦ୍ଦଶାରେ ସେହି ସମ୍ପତ୍ତି ବିକ୍ରି କିମ୍ବା ଦାନ କରିପାରିବେ ଯେଉଁଥିପାଇଁ କି ସନ୍ତାନ ସନ୍ତତିଙ୍କର ସମ୍ମତି ଆବଶ୍ୟକ ହୁଏ ନାହିଁ ।
ଅନ୍ୟାନ୍ୟ ଅନ୍ତର
[ସମ୍ପାଦନା]୧) ମିତାକ୍ଷରା ସିଦ୍ଧାନ୍ତ ଅନୁସାରେ ପୈତୃକ ସମ୍ପତ୍ତି ଉପରେ ପୁତ୍ରାଦିଙ୍କ ଅଧିକାର ଜନ୍ମଗତ ଅର୍ଥାତ ପୁତ୍ର/କନ୍ୟାଟିଏ ଜନ୍ମ ହେବା ମାତ୍ରେ ପିତାଙ୍କ ପୈତୃକ ସମ୍ପତ୍ତିରେ ନିଜ ଅଂଶର ଅଧିକାର ଲାଭ କରିନିଅନ୍ତି । କିନ୍ତୁ ଦାୟଭାଗ ସିଦ୍ଧାନ୍ତରେ ଅଧିକାରଭୁକ୍ତ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁରେ ହିଁ ଦାୟାଦଙ୍କ ସମ୍ପତ୍ତିଗତ ଅଧିକାର ଜନ୍ମେ ।
୨) ମିତାକ୍ଷରା ସିଦ୍ଧାନ୍ତ ଅନୁସାରେ ପୈତୃକ ସମ୍ପତ୍ତି ଉପରେ, ବିଭାଜନ ପୂର୍ବରୁ, ସମସ୍ତ ଦାୟାଦଙ୍କ ସମ୍ମିଳିତ ଅଧିକାର ରହିଥାଏ; ହେଲେ ଏହି ଅଂଶ ନିର୍ଦ୍ଦିଷ୍ଟ କିମ୍ବା ସୀମିତ ହୋଇ ନ ଥାଏ । କାରଣ ଦାୟାଦଟିଏ ଜନ୍ମିବା କିମ୍ବା ମୃତ୍ୟୁ ହେବା ଫଳରେ ପ୍ରତି ଜୀବିତ ଦାୟଦର ଅଂଶ କମ୍/ବେଶୀ ହେଉଥାଏ ।
୩) ମିତାକ୍ଷରା ସିଦ୍ଧାନ୍ତରେ ପିତା ଚାହିଁଲେ ତାଙ୍କ ଜୀବଦ୍ଦଶାରେ ସେହି ସମ୍ପତ୍ତି ବିକ୍ରି କିମ୍ବା ଦାନ କରିପାରିବେ ଯେଉଁଥିପାଇଁ କି ସନ୍ତାନ ସନ୍ତତିଙ୍କର ସମ୍ମତି ଆବଶ୍ୟକ ହୁଏ ନାହିଁ ।
୪) ମିତାକ୍ଷରା ସିଦ୍ଧାନ୍ତରେ ପୁତ୍ର ଚାହିଁଲେ ପିତାଙ୍କ ଜୀବଦ୍ଦଶାରେ ପୈତୃକ ସମ୍ପତ୍ତିରେ ନିଜ ଅଂଶ ଦାବୀ କରିପାରିବ । କିନ୍ତୁ ଦାୟଭାଗରେ ପୁତ୍ରର ଏଭଳି ଅଧିକାର ନାହିଁ ।
୫) ମିତାକ୍ଷରା ସିଦ୍ଧାନ୍ତରେ ସ୍ତ୍ରୀ ନିଜ ସ୍ୱାମୀର ମୃତ୍ୟୂ ପରେ ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ସେତେବେଳେ ହେବ ଯଦି ସ୍ୱାମୀ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା (ବିଭାଜନ) ହୋଇସାରିଥାନ୍ତି । କିନ୍ତୁ ଦାୟଭାଗରେ, ସ୍ୱାମୀ ଅଲଗା ହୋଇଥାନ୍ତୁ କି ନାହିଁ, ସ୍ତ୍ରୀ ସର୍ବଦା ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ହୁଅନ୍ତି ।
ଅନେକ ସମାଲୋଚକଙ୍କ ମତରେ ମିତାକ୍ଷରା ହେଉଛି ହିନ୍ଦୁ ଆଇନ ଏକ ଋଢିବାଦୀ ସଂକଳନ ଏବଂ ଦାୟଭାଗ ହେଉଛି ହିନ୍ଦୁ ଆଇନର ଏକ ସଂଶୋଧିତ ସଂକଳନ ।[୪]
ଅନୁବାଦ
[ସମ୍ପାଦନା]ଇଂରେଜ ଶାସନ କାଳରେ ଅଦାଲତରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ସୁପରିଚାଳନା ନିମିତ୍ତ ଇଂରେଜମାନେ ମିତାକ୍ଷରାର ଏକ ଅନୁବାଦର ଆବଶ୍ୟକତା ଅନୁଭବ କଲେ । ଫଳରେ ୧୮୧୦ ମସିହାରେ ଦାୟଭାଗର ପ୍ରଥମ ଅନୁବାଦ କରିଥିଲେ ହେନେରୀ ଥୋମାସ୍ କୋଲ୍ବୃକ୍ । ତେବେ ସେ ଅନୁବାଦରେ ସେ ମୂଳ ରଚନାକୁ ଅଧ୍ୟାୟ ତଥା ପାଦରେ ବିଭକ୍ତ କରିଥିଲେ ଯାହା କି ମୂଳ ରଚନାରେ ନ ଥିଲା ।[୫] [୬]
ଆଧାର
[ସମ୍ପାଦନା]- ↑ "Mitakshara Law & Dayabhaga Law - HUF". www.incometaxmanagement.com. Archived from the original on 28 July 2018. Retrieved 21 July 2018.
- ↑ "Difference between Dayabhaga and Mitakshara in Hindu Law". www.differencebetween.net. Retrieved 21 July 2018.
- ↑ Robert Lingat, The Classical Law of India, (New York: Oxford UP, 1973), 172.
- ↑ Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 23.
- ↑ Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 33.
- ↑ Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 35.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |