ଯୌଗିକ ସଂଖ୍ୟା
ଦେଖଣା
(Composite numberରୁ ଲେଉଟି ଆସିଛି)
ଏକ ପ୍ରାକୃତିକ ସଂଖ୍ୟା ଯାହାର ଦୁଇରୁ ଅଧିକ ଗୁଣନୀୟକ ରହିଛି ବା ୧ ଏବଂ ସେହି ସଂଖ୍ୟା ଛଡା ଯାହାର ଅନ୍ୟ ଗୁଣନୀୟକ ମଧ୍ୟ ରହିଛି, ସେହି ସବୁ ସଂଖ୍ୟା ଯୌଗିକ ସଂଖ୍ୟା ।[୧] ଅତଏବ ପ୍ରାକୃତିକ ସଂଖ୍ୟାଶ୍ରେଣୀରେ ମୌଳିକ ସଂଖ୍ୟା ସବୁକୁ ବାଦ ଦେଲେ ଅନ୍ୟସବୁ (୧ ବ୍ୟତୀତ) ଯୌଗିକ ସଂଖ୍ୟା ।[୨]
ଉଦାହରଣ ସ୍ୱରୁପ ୧ଠାରୁ ୨୫ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡ଼ିକ ହେଉଛି
- ୪, ୬, ୮, ୯, ୧୦, ୧୨, ୧୪, ୧୫, ୧୬, ୧୮, ୨୦, ୨୧, ୨୨, ୨୪ ଏବଂ ୨୫ ।[୩]
ଯୌଗିକ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ
[ସମ୍ପାଦନା]ଯୌଗିକ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୪]
- ୩ ହେଉଛି ସର୍ବନିମ୍ନ ଯୌଗିକ ସଂଖ୍ୟା ।
- ପ୍ରତ୍ୟେକ ଯୌଗିକ ସଂଖ୍ୟାର ଏକ ବା ଏକାଧିକ ମୌଳିକ ଗୁଣନୀୟକ ରହିଥାନ୍ତି ।
- ପ୍ରତ୍ୟେକ ଯୌଗିକ ସଂଖ୍ୟାକୁ ଅନ୍ତତଃ ଦୁଇ (ସର୍ବଦା ସଂଖ୍ୟାଦ୍ୱୟ ଅଲଗା ହୋଇ ନ ପାରେ) ବା ତତୋଧିକ ମୌଳିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରାଯାଇପାରିବ ।
ଆଧାର
[ସମ୍ପାଦନା]- ↑ "Composite Numbers". Archived from the original on 24 May 2018. Retrieved 11 June 2018.
- ↑ "Number Gossip Properties". Archived from the original on 29 May 2018. Retrieved 11 June 2018.
- ↑ "Composite Number". Retrieved 11 June 2018.
- ↑ "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |