ଛତର ଯାତ୍ରା
ଛତର ଯାତ୍ରା | |
---|---|
ଆରମ୍ଭ | ମହାଷ୍ଟମୀ, ଦୁର୍ଗାପୂଜା |
ଛତର ଯାତ୍ରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ ।[୧] ଏହି ପର୍ବଟି କଳାହାଣ୍ଡି ରାଜପରିବାର ସହ ଜଡ଼ିତ ମାଆ ମାଣିକେଶ୍ୱରୀଙ୍କର ଏକ ମୁଖ୍ୟ ପର୍ବ ।[୨]
ମୁଖ୍ୟ ବିଷୟ
[ସମ୍ପାଦନା]ମାଆ ମାଣୀକେଶ୍ୱରୀ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଦେବୀ ଅଟନ୍ତି । ଦେବୀଙ୍କର ମନ୍ଦିର କଳାହାଣ୍ଡି ଜିଲ୍ଲାର ପୂର୍ବ ଶାସକଙ୍କ ରାଜଉଆସର ସୀମାକୁ ଲାଗିକି ରହିଛି । ଏଥିପାଇଁ କି ରାଜାମାନେ ଦେବୀଙ୍କର ମୁଖ୍ୟ ପର୍ବ ଛତ୍ରଯାତ୍ରା(ଯାହକି ଏବେ ବଦଳିକି ଛତର ଯାତ୍ରା ରୂପେ ପାଳନ କରାଯାଉଛି)କୁ ଅତି ପାଖରୁ ଦେଖିପାରିବେ ଏବଂ ସୁଚାରୁରୂପେ ତୁଲାଇପାରିବେ ।
ବିଜୟ ଉତ୍ସବକୁ ଖୁସି ଓ ଆନନ୍ଦର ସହ ପାଳିବା ପାଇଁ ଛତର ଯାତ୍ରାର ପାଳନ କରାଯାଏ । ଏହି ଉତ୍ସବଟି ଦୁର୍ଗାପୂଜାର ମହାଷ୍ଟମୀ ଦିନ ପାଳନ କରାଯାଏ ।
ପାଳନ
[ସମ୍ପାଦନା]ଛତର ଯାତ୍ରା ମୁଖ୍ୟତଃ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମପୁର ଓ ଯୁଗସାଇପାଟଣାର ପ୍ରସିଦ୍ଧ ମାଣିକେଶ୍ୱରୀ ମନ୍ଦିରରେ ପାଳନ କରାଯାଏ ।
ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏଦି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ମାଆ ମାଣୀକେଶ୍ୱରୀଙ୍କୁ ଖୁସି କରିବା ପାଇଁ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥାଏ ।[୩] ଏହି ପର୍ବକୁ ଦେଖିବା ପାଇଁ ଅସଂଖ୍ୟ ଲୋକଙ୍କର ଭିଡ଼ ଜମିଥାଏ ।
ଏହି ପର୍ବରେ ଅସଂଖ୍ୟ ପଶୁମାନଙ୍କର ବଳି ପଡ଼ିଥାଏ । ଏବେ ସରକାରୀ ଏହି ପଶୁବଳି ଉପରେ କଟକଣା ଲଗାଇଥିଲେ ମଧ୍ୟ ଭକ୍ତମାନେ ନିୟମର ପାଳନ କରିବା ପାଇଁ ପାଖାପାଖି ୫୦,୦୦୦ ପଶୁଙ୍କର ବଳି ଦେଉଛନ୍ତି ।[୪]
ଆଧାର
[ସମ୍ପାଦନା]- ↑ Umesh Chandra, Satapathy. "Chhatra Yatra of Manikeswari" (PDF). Retrieved 8 July 2016.
- ↑ "Kalahandi info". www.kalahandi.info. Archived from the original on 2015-09-24. Retrieved 2016-06-03.
- ↑ Umesh Chandra Satapathy. "Chhatra Yatra of Manikeswari" (PDF).
- ↑ "Animal Sacrifies in Chatar jatra".