Jump to content

ଚକ୍ରଧାରୀ ଶରଣ ସିଂହ

ଉଇକିପିଡ଼ିଆ‌ରୁ
(Chakradhari Sharan Singhରୁ ଲେଉଟି ଆସିଛି)
Hon'ble Chief Justice

ଚକ୍ରଧାରୀ ଶରଣ ସିଂହ
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
Assumed office
7 February 2024
Nominated byDhananjaya Y. Chandrachud
Appointed byDroupadi Murmu
Acting Chief Justice of ପାଟନା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
6 February 2023 – 28 March 2023
Appointed byଦ୍ରୌପଦୀ ମୁର୍ମୁ
Judge of ପାଟନା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
5 April 2012 – 6 February 2024
Nominated byS. H. Kapadia
Appointed byPratibha Patil
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-01-20) ୨୦ ଜାନୁଆରୀ ୧୯୬୩ (ବୟସ ୬୧)
ଶିକ୍ଷାନୁଷ୍ଠାନUniversity of Delhi

ଚକ୍ରଧାରୀ ଶରଣ ସିଂହ (ଜନ୍ମ: ୨୦ ଜାନୁଆରୀ ୧୯୬୩) ଜଣେ ଭାରତୀୟ ବିଚାରପତି ଅଟନ୍ତି। ସେ ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀରେ କାର୍ଯ୍ୟରତ ଅଛନ୍ତି ।[][] ସେ ପୂର୍ବରୁ ପାଟନା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[][]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅଧୀନସ୍ଥ କ୍ୟାମ୍ପସ ଲ କେନ୍ଦ୍ରରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୩୦ ଅକ୍ଟୋବର ୧୯୯୦ ତାରିଖରେ ସେ ତାଙ୍କ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୯୮ ରେ ସେ ଭାରତର କେନ୍ଦ୍ର ସରକାରର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବରେ ନିଯୁକ୍ତ ହୋଇ ୨୦୦୧ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ସେ ସେବା, ସମ୍ବିଧାନିକ ଏବଂ ପରାଧିକ ମାମଲାରେ ଓକିଲାତି କରିଥିଲେ ଏବଂ ଶ୍ରମ ଆଇନ ଏବଂ କଷ୍ଟମସ୍ ଆଇନ ଅନ୍ତର୍ଗତ ମାମଲା ମଧ୍ୟ ସମ୍ଭାଳିଥିଲେ । ସେ ପାଟନା ଉଚ୍ଚ ନ୍ୟାୟାଳୟରେ ଭାରତର କଣ୍ଟ୍ରୋଲର ଏବଂ ଆଡିଟର ଜେନେରାଲଙ୍କ ପ୍ୟାନେଲ କାଉନସିଲ ଭାବରେ ମାମଲା ପରିଚାଳନା ମଧ୍ୟ କରିଥିଲେ ।

୧୮ ସେପ୍ଟେମ୍ବର ୨୦୧୦ ତାରିଖରେ ସେ ବରିଷ୍ଠ ଆଡଭୋକେଟ୍ ଭାବରେ ଉନ୍ନିତ ହୋଇଥିଲେ। ୨୦୧୦ ମସିହାରେ ସେ ବିହାର ସରକାରର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ପାଟନା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ସେ ୫ ଏପ୍ରିଲ ୨୦୧୨ ରେ ନିଯୁକ୍ତି ପାଇଥିଲେ । ୨ ମାର୍ଚ୍ଚ ୨୦୧୬ ତାରିଖରେ ସେ ସ୍ଥାୟୀ ବିଚାରପତି ପଦବୀକୁ ଉନ୍ନୀତ ହୋଇଥିଲେ ।

୬ ଫେବୃଆରୀ ୨୦୨୩ ତାରିଖରେ ସେ ପାଟନା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସେହି ଦାୟିତ୍ୱରେ ରହିଥିଲେ । ସେ ୬ ଫେବୃଆରୀ ୨୦୨୩ ରୁ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିହାର ରାଜ୍ୟ ଆଇନ ସେବା ପ୍ରାଧୀକରଣର ପ୍ରଧାନ ଉପରକ୍ଷକ ପଦବୀରେ ରହିଥିଲେ । ସେ ବିହାର ନ୍ୟାୟିକ ଏକାଡେମୀର ପ୍ରଧାନ ଉପରକ୍ଷକ ଭାବେ ମଧ୍ୟ ଏହି ସମୟରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ବିହାର ରାଜ୍ୟ ଆଇନ ସେବା ପ୍ରାଧୀକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରେ ରହିଛନ୍ତି ।[]

  1. "SUPREME COURT OF INDIA" (PDF). main.sci.gov.in. Retrieved 18 December 2024.
  2. NETWORK, LIVELAW NEWS (2024-02-07). "Justice Chakradhari Sharan Singh Takes Oath As 34th Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2024-12-17.
  3. Upadhyay, Sparsh (2023-02-04). "President Appoints Justice Chakradhari Sharan Singh As Acting Chief Justice Of Patna High Court". www.livelaw.in (in ଇଂରାଜୀ). Retrieved 2024-12-17.
  4. 1, Amit Kumar. "The High Court of Judicature at Patna". patnahighcourt.gov.in (in ଇଂରାଜୀ). Retrieved 2024-12-17. {{cite web}}: |last= has numeric name (help)
  5. PTI (2023-02-04). "Justice Chakradhari Sharan Singh becomes Acting CJ of Patna HC". ThePrint (in ଆମେରିକୀୟ ଇଂରାଜୀ). Retrieved 2024-12-17.