ବିଶ୍ୱନାଥ ମଲ୍ଲିକ
ଦେଖଣା
(Biswanath Mallickରୁ ଲେଉଟି ଆସିଛି)
ବିଶ୍ୱନାଥ ମଲ୍ଲିକ | |
|---|---|
| ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୫ | |
| ନିର୍ବାଚନ ମଣ୍ଡଳୀ | ପଟ୍ଟାମୁଣ୍ଡାଇ |
| ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୭୭ | |
| ନିର୍ବାଚନ ମଣ୍ଡଳୀ | ପଟ୍ଟାମୁଣ୍ଡାଇ |
| ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୧ | |
| ନିର୍ବାଚନ ମଣ୍ଡଳୀ | ପଟ୍ଟାମୁଣ୍ଡାଇ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୭ ଅଗଷ୍ଟ ୧୯୩୮ |
| ମୃତ୍ୟୁ | ୩ ମଇ ୨୦୦୫ (ବୟସ ୬୬) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ), ପ୍ରଜା ସମାଜବାଦୀ ପାର୍ଟି |
| ଜୀବନ ସାଥୀ | ଶୈଳବାଳା ମଲ୍ଲିକ |
| ବାପା/ବୋଉ | ମଥୁରୀ ମଲ୍ଲିକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବିଶ୍ୱନାଥ ମଲ୍ଲିକ (୨୭ ଅଗଷ୍ଟ ୧୯୩୮ - ୩ ମଇ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୬ଷ୍ଠ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଶ୍ୱନାଥ ମଲ୍ଲିକ ୧୯୩୮ ମସିହାର ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଥୁରୀ ମଲ୍ଲିକ ଓ ପତ୍ନୀଙ୍କ ନାମ ଶୈଳବାଳା ମଲ୍ଲିକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଶ୍ୱନାଥ ମଲ୍ଲିକ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରଜା ସମାଜବାଦୀ ପାର୍ଟିରେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ପଟ୍ଟାମୁଣ୍ଡାଇ | ପ୍ରଜା ସମାଜବାଦୀ ପାର୍ଟି |
| ୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ପଟ୍ଟାମୁଣ୍ଡାଇ | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୮୦ | ୧୯୮୫ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ପଟ୍ଟାମୁଣ୍ଡାଇ | କଂଗ୍ରେସ (ଇ) |
ମୃତ୍ୟୁ
[ସମ୍ପାଦନା]ବିଶ୍ୱନାଥ ମଲ୍ଲିକ ୨୦୦୫ ମସିହାର ମଇ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Biswanath Mallick". odishaassembly.nic.in. Odisha Assembly. Retrieved 7 September 2022.