ବିରଜା ରାଉତରାୟ

ଉଇକିପିଡ଼ିଆ‌ରୁ
(Biraja Routrayରୁ ଲେଉଟି ଆସିଛି)
ବିରଜା ରାଉତରାୟ
Born
ବିରଜା ପ୍ରସାଦ ରାଉତରାୟ

୧୯୭୩
Nationalityଭାରତୀୟ
Spouseବନସ୍ମିତା ନାୟକ

ବିରଜା ରାଉତରାୟ ଜଣେ ଓଡ଼ିଆ ସାହିତ୍ୟିକ[୧] ଓ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିରଜା, ୧୯୭୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାଧପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରତ । ନିଜ ପୌତ୍ରିକ ଗ୍ରାମ ମାଧପୁରଠାରେ, ସେ ପୁନର୍ବାସ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସେବା କରିଆସୁଛନ୍ତି । ୨୦୦୬ ମସିହାରେ ଏକ ସଡ଼କ ଦୂର୍ଘଟଣା ପରେ, ସେ ପକ୍ଷାଘାତରେ ପୀଡ଼ିତ ଓ ହୁଇଲ ଚେୟାର ସହାୟତାରେ ଯାତାଆତ କରନ୍ତି । ତାଙ୍କ ପତ୍ନୀଙ୍କ ନାମ ବନସ୍ମିତା ନାୟକ ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ବିରଜା ସାହିତ୍ୟର ବହୁ ବିଧା, ଯଥା ଗଳ୍ପ, କବିତା ଓ ପ୍ରବନ୍ଧରେ ଲେଖନି ଚାଳନା କରନ୍ତି । ତାଙ୍କ କବିତା ବଙ୍ଗଳା ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର[୪]
  • ଗୋକର୍ଣ୍ଣିକା କଥାକାର ସମ୍ମାନ[୫]
  • କଥା ନବପ୍ରତିଭା ପୁରସ୍କାର
  • ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର
  • ପୁନର୍ନବା ସାହିତ୍ୟ ସମ୍ମାନ
  • କହ୍ନେଇ କଥା ପୁରସ୍କାର - ୨୦୨୨ (କହ୍ନେଇ କଥା ସଂସଦ ପ୍ରଦତ୍ତ)[୬]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2013-10-10. Retrieved 2016-03-16. {{cite web}}: Cite has empty unknown parameter: |1= (help)
  2. http://www.odisha.gov.in/revenue/Communications/Notifications/Establishment/Transfer/OAS/6300_24_02_14.pdf
  3. http://www.dailypioneer.com/state-editions/bhubaneswar/disabled-kpada-civil-servant-acts-good-samaritan.html
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୫ - ୧୮ ପୃଷ୍ଠା ୪. Retrieved 16 March 2016.
  5. "ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ". samajaepaper.in. Archived from the original on ୮ ମାର୍ଚ୍ଚ ୨୦୨୧. Retrieved 8 March 2021. {{cite web}}: Check date values in: |archivedate= (help)
  6. "ବିରଜା ରାଉତରାୟ ପାଇବେ କହ୍ନେଇ କଥା ପୁରସ୍କାର". No. ସମ୍ବାଦ ୦୪/୦୭/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 July 2022. Retrieved 4 July 2022.