ବିମ୍ବାଧର କୁଅଁର
ବିମ୍ବାଧର କୁଅଁର | |
|---|---|
| ଉଚ୍ଚଶିକ୍ଷା ମନ୍ତ୍ରୀ | |
| କାର୍ଯ୍ୟକାଳ ୨୦୦୨ – ୨୦୦୪ | |
| ପୂର୍ବ ଅଧିକାରୀ | ପ୍ରଶାନ୍ତ ନନ୍ଦ (ବିଜେପି) |
| ପର ଅଧିକାରୀ | ସମୀର ଦେ (ବିଜେପି) |
| ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୦ – ୨୦୦୯ | |
| ପୂର୍ବ ଅଧିକାରୀ | ମୋହନ ନାଗ(କଂଗ୍ରେସ) |
| ପର ଅଧିକାରୀ | ସୁଶାନ୍ତ ସିଂ(ଶଙ୍ଖ) |
| ନିର୍ବାଚନ ମଣ୍ଡଳୀ | ଭଟଲୀ |
| ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୦ | |
| ପୂର୍ବ ଅଧିକାରୀ | ମୋହନ ନାଗ (କଂଗ୍ରେସ) |
| ପର ଅଧିକାରୀ | ମୋହନ ନାଗ (କଂଗ୍ରେସ) |
| ନିର୍ବାଚନ ମଣ୍ଡଳୀ | ଭଟଲୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଅଗଷ୍ଟ ୧୯୪୯ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
| ଜୀବନ ସାଥୀ | କ୍ଷୀରାବ୍ଧି ତନୟା କୁଅଁର |
| ବାପା/ବୋଉ | ମନବୋଧ କୁଅଁର (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବିମ୍ବାଧର କୁଅଁର (ଜନ୍ମ: ୧ ଅଗଷ୍ଟ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୭୭, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜେପି (ପଦ୍ମ)ର ଜଣେ ବରିଷ୍ଠ ନେତା । ସେ ଶଙ୍ଖ ଓ ପଦ୍ମ ଦଳର ମେଣ୍ଟ ସରକାର ଥିବା ବେଳେ ନବୀନ ବାବୁଙ୍କ ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିମ୍ବାଧର କୁଅଁର ୧୯୪୯ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମନବୋଧ କୁଅଁର ଓ ପତ୍ନୀଙ୍କ ନାମ କ୍ଷୀରାବ୍ଧି ତନୟା କୁଅଁର ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ବିମ୍ବାଧର କୁଅଁର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୨] ୨୦୦୯ ରେ ଶଙ୍ଖର ସୁଶାନ୍ତ ସିଂଙ୍କ ପାଖରୁ ହାରିଲା ପରେ ନିଜେ ଶଙ୍ଖ ଦଳକୁ ଚାଲି ଯାଇଥିଲେ । ପରେ ୨୦୧୪ ରେ ପୁଣି ପଦ୍ମକୁ ଫେରିଥିଲେ ।
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଭଟଲୀ | ଜନତା ପାର୍ଟି |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଭଟଲୀ | ଭାରତୀୟ ଜନତା ପାର୍ଟି |
| ୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଭଟଲୀ | ଭାରତୀୟ ଜନତା ପାର୍ଟି |
ଆଧାର
[ସମ୍ପାଦନା]- ↑ First Naveen Patnaik Ministry
- ↑ ୨.୦ ୨.୧ "Shri Bimbadhar Kuanr". odishaassembly.nic.in. Odisha Assembly. Retrieved 29 July 2021.