ଭୁବନାନନ୍ଦ ଜେନା

ଉଇକିପିଡ଼ିଆ‌ରୁ
(Bhubanananda Jenaରୁ ଲେଉଟି ଆସିଛି)
ଭୁବନାନନ୍ଦ ଜେନା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀମକର ସେଠୀ
ପର ଅଧିକାରୀମକର ସେଠୀ
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀମକର ସେଠୀ
ପର ଅଧିକାରୀମକର ସେଠୀ
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-01-06)ଜାନୁଆରୀ ୬, ୧୯୩୭
ମୃତ୍ୟୁ୪ ଡିସେମ୍ବର ୨୦୧୧(2011-12-04) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀବୁଲଲତା ଜେନା
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉଘନ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଭୁବନାନନ୍ଦ ଜେନା (୬ ଜାନୁଆରୀ ୧୯୩୭ - ୪ ଡିସେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଭୁବନାନନ୍ଦ ଜେନା ୧୯୩୭ ମସିହାର ଜାନୁଆରୀ ମାସ ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନ ଜେନା । ତାଙ୍କର ପତ୍ନୀଙ୍କ ନାମ ବୁଲଲତା ଜେନା । ଭୁବନାନନ୍ଦଙ୍କର ୧ ପୁଅ ଓ ୧ ଝିଅଙ୍କ ସମେତ ସମୁଦାୟ ସନ୍ତାନସନ୍ତତି ସଂଖ୍ୟା ଥିଲା ୨ ।

ରାଜନୈତିକ ଜୀବନ[ସମ୍ପାଦନା]

ଭୁବନାନନ୍ଦ ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ ।

ଭୁବନାନନ୍ଦ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନ କଂଗ୍ରେସର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮,୩୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୁବନାନନ୍ଦ ଜନ କଂଗ୍ରେସର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨,୨୦୧ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୩]

୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନ ନିର୍ବାଚନରେ ଭୁବନାନନ୍ଦ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ପୁଣିଥରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୨,୦୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଶିବ ଚରଣ ସେଠୀଙ୍କୁ ୪,୨୩୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନ ନିର୍ବାଚନରେ ଭୁବନାନନ୍ଦ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪,୯୬୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।[୫] ଜନତା ପାର୍ଟିର ବିଜୟୀ ପ୍ରାର୍ଥୀ ମକର ସେଠୀ ତାଙ୍କୁ ୬,୫୧୯ ଖଣ୍ଡ ଭୋଟରେ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ଭୁବନାନନ୍ଦ ଜେନା ୨୦୧୧ ମସିହାର ଡିସେମ୍ବର ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Bhubanananda Jena". odishaassembly.nic.in. Odisha Assembly. Retrieved 6 July 2019.
  2. "Orissa 1967". Election Commission of India (in Indian English). Retrieved 2019-06-27.
  3. "Orissa 1971". Election Commission of India (in Indian English). Retrieved 2019-06-27.
  4. ୪.୦ ୪.୧ "Orissa 1974". Election Commission of India (in Indian English). Retrieved 2019-06-27.
  5. ୫.୦ ୫.୧ "Orissa 1977". Election Commission of India (in Indian English). Retrieved 2019-06-27.