ବୀଣା ଆଣ୍ଟୋନି

ଉଇକିପିଡ଼ିଆ‌ରୁ
(Beena Antonyରୁ ଲେଉଟି ଆସିଛି)
ବୀଣା ଆଣ୍ଟୋନି
ଜନ୍ମ
ମଞ୍ଜୁମ୍ମେଲ, ଏର୍ଣ୍ଣକୁଲମ, କେରଳ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟ ଶିଳ୍ପୀ
  • ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୧୯୯୧ – ଏବେଯାଏଁ
ବୈବାହିକ-ସାଥୀମନୋଜ ନାୟାର (୨୦୦୩ – ଏବଯାଏଁ)
ସନ୍ତାନ
ପିତାମାତାs
  • ଆଣ୍ଟୋନି
  • ଲିଲି

ବୀଣା ଆଣ୍ଟୋନି ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମାଲାୟାଲମ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧] ପ୍ରଥମେ ମୁଖ୍ୟ ଭୂମିକାରେ ଓ ପରେ କଥାଚିତ୍ର ଓ ଧାରାବାହିକରେ ଚରିତ୍ର ଅଭିନେତା ଭାବରେ ସେ କାମ କରୁଛନ୍ତି । ସେ ଓମ୍ମାନାତିଙ୍କାଲପକ୍ଷୀ, ମାୟାସୀତା, ଏଣ୍ଟେ ମାନସପୁତ୍ରୀ, ଅଟୋଗ୍ରାଫ୍, ତପସ୍ୟା ଭଳି ଧାରାବାହିକରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବୀଣା ଆଣ୍ଟୋନି ଏର୍ଣ୍ଣାକୁଲମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଣ୍ଟୋନି ଓ ମାଆଙ୍କ ନାମ ଲିଲି । ସେ ତାଙ୍କ ପିତାମାତାଙ୍କର ସାନ ଝିଅ ଥିଲେ । ସେ ମଞ୍ଜୁମ୍ମେଲ୍ ସ୍ଥିତିଲ ଗାର୍ଡ଼ିଆନ୍ ଆଞ୍ଜେଲସ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୧୯୯୧ ମସିହାରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କନଲକ୍କଟ୍ଟୁ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟନ ଅନ୍ତିକଡ଼ ।[୨]

୧୯୯୦ ଦଶକର ମଧ୍ୟ ଭାବରେ ବୀଣା ଅନେକ ଜଣାଶୁଣ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ଓରୁ କୁଦାୟୁମ କୁଞ୍ଜୁ ପେଙ୍ଗାଲୁମ ତାଙ୍କ ସର୍ବାଧିକ ଲୋକପ୍ରିୟତା ଦେଇଥିଲା । ତାଙ୍କ ଅଭିନୀତ କିଛି ଜଣାଶୁଣା ଧାରାବାହିକ ମଧ୍ୟରେ ଏଣ୍ଟେ ମାନସପୁତ୍ରୀ (ଏସିଆନେଟ୍), ଅମ୍ମାକ୍କିଲି (ଏସିଆନେଟ୍), ଇନ୍ଦ୍ରନୀଲମ (ଅମୃତା ଟିଭି), ଅଟୋଗ୍ରାଫ୍ (ଏସିଆନେଟ୍), ଆଲିପ୍ପାଜାମ, ନିରାକ୍କୂଟୁ, ଚାରୁଲତା (ସୂର୍ଯ୍ୟ ଟିଭି), ଓମ୍ମାନାତିଙ୍କାଲପକ୍ଷୀ, ଶ୍ରୀ ଅୟାପ୍ପାନମ ବାବାରୁମ, ଇନ୍ଦିରା, କୁଞ୍ଜଲିମାରିକିଆର, ଏଣ୍ଟେ ଅଲ୍ପୋନସାମ୍ମା, ମାୟାସୀତା, ବଟର୍‌ଫ୍ରାଏଜ୍, ଅର୍ଦ୍ଧଚନ୍ଦ୍ରାନ୍ତେ ରାତ୍ରି, ଅଭିନେତ୍ରୀ, ଆମଲା, ସରାୟୁ (ସୂର୍ଯ୍ୟ ଟିଭି), ପ୍ରଣୟମ୍, କସ୍ତୂରିମାନ (ଏସିଆନେଟ୍) ଆଦି ଅନ୍ୟତମ ।

ଆଧାର[ସମ୍ପାଦନା]

  1. "അഭിനയ ജീവിതം ബീന ആന്റണിക്ക് സമ്മാനിച്ചതെന്ത്?". Archived from the original on 14 July 2016. Retrieved 26 November 2015.
  2. George, Anjana (14 November 2019). "Though I'm happy with my film career, I don't have a single role I'm proud of: Beena Antony". The Times of India (in ଇଂରାଜୀ). Archived from the original on 26 August 2022. Retrieved 26 August 2022. The actress, who made her debut in 1991 with the film Kanalkkattu, says that she has been experimenting with her acting style in the small screen to avoid being stereotyped.

ବାହାର ଲିଙ୍କ୍[ସମ୍ପାଦନା]