ବରଗାଁ

ଉଇକିପିଡ଼ିଆ‌ରୁ
(Bargaonରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବରଗାଁ
Bargaon
ଗ୍ରାମ ପଞ୍ଚାୟତ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୂଆପଡ଼ା
ପଞ୍ଚାୟତ ସମିତିଖରିଆର
ଗ୍ରାମ ପଞ୍ଚାୟତବରଗାଁ
ଭାଷାଓଡ଼ିଆ
Time zoneଭାରତୀୟ ମାନକ ସମୟ (+୫.୩୦)
ପିନ୍ କୋଡ
୭୬୬୧୦୭

ବରଗାଁ ହେଉଛି ନୂଆପଡ଼ା ଜିଲ୍ଲାର ଏକ ମୁଖ୍ୟ ଗାଁ । ଏହା ନୂଆପଡ଼ା ଜିଲ୍ଲାର ପ୍ରମୁଖ ସହର ଖରିଆର୍‌ଠାରୁ ୧୦ କି.ମି. ଦୂରରେ ଅବସ୍ଥିତ । ବରଗାଁର ନାମ ଦୁଇଟି ଶବ୍ଦ ଯଥା ବର ଏବଂ ଗାଁରୁ ଆସିଅଛି ।[୧] ବର ଅର୍ଥାତ୍ ଶ୍ରେଷ୍ଠ ଏବଂ ଗାଁ ଅର୍ଥାତ୍ ଗ୍ରାମ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବରେ ବରଗାଁକୁ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲାର ଲୋକ କଳା ଗ୍ରାମ ରୂପେ ସମ୍ମାନିତ କରାଯାଇଅଛି ।

ଅର୍ଥନୀତି[ସମ୍ପାଦନା]

ବରଗାଁର ଲୋକ ମୁଖତଃ ନିମ୍ନ ମଧ୍ୟବିତ୍ତ ଅଟନ୍ତି । ବରଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭଶୀଳ କରନ୍ତି । କେତେକ ସରକାରୀ କର୍ମଚାରୀ ମଧ୍ୟ ବରଗାଁରୁ ନିଯୁକ୍ତି ହେଇଛନ୍ତି । ସେଥି ମଧ୍ୟରୁ ଶିକ୍ଷକ, ପୋଲିସ୍, କିରାଣୀ, ସୈନିକ ଆଦି ମୁଖ୍ୟ । ପ୍ରତି ସପ୍ତହର ମଙ୍ଗଳବାର ଦିନ ବରଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବଜାର ପଡ଼ିଆରେ ବଜାର ବସେ ।

Weekly Market on every Tuesday @ BARGAON

୧୯୮୪ରେ ଲୋକଙ୍କ ଆର୍ଥିକ ମାନର ଉନ୍ନତି ପାଇଁ ଗାଁରେ କାଲାହାଣ୍ଡି ଆଞ୍ଚଳିକ ବ୍ୟାଙ୍କର ଏକ ଶାଖା ଖୋଲା ଯାଇଥିଲା । ଆଜିକାଲି ଏହି ବ୍ୟାଙ୍କକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୁହାଯାଉଛି |

ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ[ସମ୍ପାଦନା]

ବରଗାଁରେ ଅନେକଗୁଡ଼ିଏ ସରକାରୀ କାର୍ଯ୍ୟାଳୟ ରହିଛି । ସେଥି ମଧ୍ୟରୁ କେତେକ ହେଲା ;

  • ବରଗାଁ ଡାକ ଘର
  • ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ
GramPanchayat Gate- BARGAON
  • ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍
Utkal Grameen Bank - BARGAON 192
  • ବିଦ୍ୟୁତ୍ ଉପକେନ୍ଦ୍ର
33/11KV Electrical Substation, BARGAON
  • ବରଗାଁ ଇଣ୍ଡେନ୍ ଗ୍ୟାସ୍
Bargaon Indane Gas
  • ଗ୍ରାମ ନିରୀକ୍ଷକଙ୍କ କାର୍ଯ୍ୟାଳୟ
  • ପଶୁ ସମ୍ପଦ ଓ କୃତ୍ରିମ ପ୍ରଜନନ କେନ୍ଦ୍ର
  • ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ

ସ୍ୱାସ୍ଥ୍ୟ ସେବା ସୁବିଧା[ସମ୍ପାଦନା]

ବରଗାଁରେ କେତେକ ସରକାରୀ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ରହିଛି । ସେଗୁଡ଼ିକ ହେଲା;

ବରଗାଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବରଗାଁ
  • ପ୍ରାଥମିକ ସ୍ୱାସ୍ଥ୍ୟ ଉପ କେନ୍ଦ୍ର
  • ମାତୃତ୍ୱ ଓ ଶିଶୁ କଲ୍ୟାଣ କେନ୍ଦ୍ର
  • ଜିଲୋକାଲ ଡିଜିଟାଲ ହସ୍ପିଟାଲ୍ ଓ ଡିସ୍ପେନ୍ସରି

ଭୂଗୋଳ[ସମ୍ପାଦନା]

ବରଗାଁ ନୂଆପଡ଼ା ଜିଲ୍ଲା ସହର ମହକୁମାଠାରୁ ୭୦ କିଲୋମିଟର ଦୂର ଓ ଜିଲ୍ଲାର ମୁଖ୍ୟ ସହର ଖରିଆର୍‌ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଭୌଗୋଳିକ ରେଖା ଅନୁସାରେ 20.34° N 82.68° Eରେ ଅବସ୍ଥିତ ।

ଆକର୍ଷଣୀୟ ସ୍ଥାନ[ସମ୍ପାଦନା]

  • ଚକାଡୋଙ୍ଗର :
Chakadongar - Gateway of BARGAON

ଗାଁର ପୂର୍ବ ଭାଗରେ ପ୍ରକୃତିର ସୌନ୍ଦର୍ଯ୍ୟ ପୂର୍ଣ୍ଣ ଏକ ଗୋଲାକାର ଆକୃତିର ପାହାଡ଼ ମୁଖ୍ୟ ରାସ୍ତା ଦେଇ ଗାଁକୁ ଆସିବା ସମୟରେ ସ୍ୱାଗତ କରିଥାଏ । ଜାତୀୟ ରାଜପଥ ୩୫୩ ଏହି ପାହାଡ଼ ମଧ୍ୟ ଦେଇ ଯାଇଅଛି | ମା ଚକାଡୋଙ୍ଗ୍ରେନ୍ ଏଠି ପୂଜା ପାଆନ୍ତି ।

  • ତେତେଲ୍ ଡୁଙ୍ଗୁରି:

ତେତେଲ୍ ଡୁଙ୍ଗୁରି ଓ ଉଧ୍ଲୁ ଡୁଙ୍ଗୁରି ଗାଁର ଉତ୍ତର ପାର୍ଶ୍ୱରେ ଅବସ୍ଥିତ । ଠିକ୍ ଏହାର ପାଦ ଦେଶରେ ଏକ ବୃହତ ପୋଖରୀ ଅବସ୍ଥିତ ଓ ପାହାଡ଼ ସାମ୍ନାର ଏହି ଦୃଶ୍ୟ ଦେଖିବାକୁ ଅତି ମନୋରମ । ସନ୍ଧ୍ୟା ସମୟର ସୂର୍ଯ୍ୟ କିରଣ ଏହି ଦୃଶ୍ୟକୁ ଆହୁରି ମନୋରମ କରିଥାଏ ।

  • ଦଧିବାମନ ପୋଖରୀ :
Dadhibaman Pokhari-BARGAON

ଗାଁର ଉତ୍ତର ପୂର୍ବ ଭାଗରେ ଗାଁକୁ ଲାଗି ଏକ ବୃହତ ପୋଖରୀ ଅବସ୍ଥିତ । ବରଗାଁର ଲୋକମାନେ ଏହାକୁ ଦୈନନ୍ଦିନ ସ୍ନାନ ପାଇଁ ବ୍ୟବହାର କରନ୍ତି । ମା ବାନ୍ଧଗୋସେନ୍ ମନ୍ଦିର ପୋଖରୀ ମଝିରେ ଅବସ୍ଥିତ ।

  • ସୁନ୍ଦର ନଦୀ ତଟ:
Riverside Beauty, Sundar River near BARGAON -Village of History & Culture

ମହାନଦୀକୁ ପ୍ରବାହିତ ତେଲ ନଦୀର ଏକ ମୁଖ୍ୟ ଉପନଦୀ ମଧ୍ୟରୁ ଏକ ନଦୀ ହେଉଛି ସୁନ୍ଦର ନଦୀ । ଏହାକୁ ବିଭିନ୍ନ ସ୍ଥାନରେ ଇନ୍ଦ୍ର ନଦୀ ମଧ୍ୟ କୁହାଯାଏ ।[ଆଧାର ଲୋଡ଼ା] ଏହା ଚିରାଚରିତ ଏବଂ ପ୍ରକୃତିର ପ୍ରବାହରେ ପ୍ରବାହିତ । ବରଗାଁଠାରୁ ୫ କିଲୋମିଟର ପୂର୍ବରୁ ଏହି ନଦୀରେ ଉପରେ ଲୋୟର ଇନ୍ଦ୍ର ଡ୍ୟାମ୍ ବା ତିଖାଲି ଡ୍ୟାମ୍ ନିର୍ମାଣ କରାଯାଇଛି ।

ବରଗାଁ ଏବଂ ନଦୀର ଉଭୟ ପଟେ ଥିବା ଅଧିକାଂଶ ଗାଁ ଲୋକ ଏହି ନଦୀ ଉପରେ ଗାଧୋଇବା ସହିତ ପିଇବା ପାଇଁ ନିର୍ଭରଶୀଳ ।

ଗମନାଗମନ[ସମ୍ପାଦନା]

ଗାଁ ଅନେକ ସହରକୁ ରାସ୍ତା ସହିତ ଭଲ ଭାବରେ ସଂଯୁକ୍ତ | ଜାତୀୟ ରାଜପଥ ୩୫୩ ଗାଁ ନିକଟରେ ଯାଉଛି ଯାହାକି ରାୟପୁର, ମହାସମୁନ୍ଦ, ଖରିଆର ରୋଡ୍, ନୂଆପଡା, ଭବାନୀପାଟଣା, ରାୟଗଡା ଇତ୍ୟାଦି ବଡ଼ ବଡ଼ ସହରକୁ ଯାଇଥାଏ ।

ନିକଟତମ ରେଳ ଷ୍ଟେସନ ହେଉଛି କାଣ୍ଟାବାଞ୍ଜି (୪୦ କିଲୋମିଟର) ଏବଂ ନିକଟତମ ରେଳ ଜଙ୍କସନ ହେଉଛି ଟିଟଲାଗଡ଼ ଯାହା ବରଗାଁଠାରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ । ନିକଟତମ ବିମାନବନ୍ଦର ହେଉଛି ୧୭୦ କିମି ଦୂରରେ ଛତିଶଗଡ଼ର ରାୟପୁରରେ ଥିବା ବିବେକାନନ୍ଦ ବିମାନ ବନ୍ଦର ।

ଜନସଂଖ୍ୟା[ସମ୍ପାଦନା]

ବରଗାଁର ଜନସଂଖ୍ୟା ପାଖାପାଖି ୫୦୦୦ । ବରଗାଁର ହାରାହାରି ଲିଙ୍ଗ ଅନୁପାତ ୯୬୮/୧୦୦୦ ଅଟେ ଯାହା ଓଡ଼ିଶା ରାଜ୍ୟର ହାରାହାରି ୯୭୯/୧୦୦୦ଠାରୁ କମ ଅଟେ । ଜନଗଣନା ଅନୁଯାୟୀ ବରଗାଁ ପାଇଁ ଶିଶୁ ଲିଙ୍ଗ ଅନୁପାତ ୧୦୪୫/୧୦୦୦, ଓଡ଼ିଶା ହାରାହାରି ୯୪୧/୧୦୦୦ରୁ ଅଧିକ । [୨]

ବରଗାଁ ଗ୍ରାମରେ ଓଡ଼ିଶା ତୁଳନାରେ ସାକ୍ଷରତା ହାର ସାଧାରଣତଃ କମ୍ ରହିଛି । ୨୦୧୧ରେ, ଓଡ଼ିଶାର ୭୨.୮୭% ତୁଳନାରେ ବରଗାଁ ଗାଁର ସାକ୍ଷରତା ହାର ୬୭.୪୧% ଥିଲା । ବରଗାଁରେ ପୁରୁଷ ସାକ୍ଷରତା ୭୯.୪୭% ଥିବାବେଳେ ମହିଳା ସାକ୍ଷରତା ହାର ୫୪.୮୧% ଥିଲା ।

ଶିକ୍ଷା ବ୍ୟବସ୍ଥା[ସମ୍ପାଦନା]

ପୂର୍ବ ପ୍ରାଥମିକ ଶିକ୍ଷା: ପିଲାମାନଙ୍କର ସମସ୍ତ ପ୍ରକାରର ବିକାଶ ପାଇଁ ବରଗାଁରେ ୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି ।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା: ବରଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଅବିଭାଜିତ କାଲାହାଣ୍ଡି ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ, ଯାହାକି ୧୯୧୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୨୦୧୮ ଡିସେମ୍ବର ମାସରେ ବିଦ୍ୟାଳୟ ଏହି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା ।

Govt Centre Primary School, Bargaon : School of 100 Years
  • ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ବରଗାଁ

ଓଡ଼ିଶା ସରକାରଙ୍କ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ, ନୂଆପଡ଼ା (DPEP) ଅଧୀନରେ ୨୦୦୨ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।

  • କମାଯୋରି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ

ଏହି ବିଦ୍ୟାଳୟଟି ୨୦୦୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ଏହା ପରିଚାଳତ ।

  • ବେନ୍ଦ୍ରବାହାଲ ପ୍ରାଥମିକ ବିଦ୍ୟାଳୟ

ବରଗାଁକୁ ଆସୁଥିବା ମୁଖ୍ୟ ରାସ୍ତାର ଡାହାଣ ପାର୍ଶ୍ୱରେ ଏହି ବିଦ୍ୟାଳୟଟି ଅବସ୍ଥିତ । ୧୯୬୬ ମସିହାରେ ଏହା ବେନ୍ଦ୍ରବାହାଲ ନିକଟରେ ପ୍ରତିଷ୍ଠା କରାଯାଇଥିଲା।

  • ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୭ ମସିହାରେ ସ୍ଥାପିତ ହୋଇଥିଲା । ଦୀର୍ଘ ୬୦ ବର୍ଷ ପରେ ଏହା ୨୦୧୭ ମସିହାରେ ନିକଟସ୍ଥ ଜୟ କିଶାନ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରିତ ହୋଇଗଲା ।

  • ୱେଷ୍ଟର୍ଣ୍ଣ ଓଡ଼ିଶା ପବ୍ଲିକ୍ ସ୍କୁଲ୍, ବରଗାଁ

ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା

ମାଧ୍ୟମିକ ଶିକ୍ଷା ପାଇଁ,ଗାଁରେ ଏକ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଅଛି, ତାହା ହେଲା :

  • ଜୟ କିଷାନ୍ ନୋଡାଲ ଉଚ୍ଚ ବିଦ୍ୟାଳୟ, ବରଗାଁ
Office building
       en: Jai Kishan High School, Bargaon

ଯଦିଓ ୧୯୧୮ ମସିହାରୁ ଏହି ଗାଁର ପ୍ରାଥମିକ ଶିକ୍ଷା ପାଇଁ ସୁବିଧା ଥିଲା, ମାଧ୍ୟମିକ ଶିକ୍ଷାର ବିକାଶ ପାଇଁ କୌଣସି ସୁବିଧା ନଥିଲା | ମାଧ୍ୟମିକ ଶିକ୍ଷା ପାଇଁ, ଲୋକମାନଙ୍କୁ ବରଗାଁଠାରୁ 11 କିଲୋମିଟର ଦୂରରେ ଥିବା ଖରିଆରସ୍ଥିତ ରାଜା ଏଟି ହାଇସ୍କୁଲ ଉପରେ ନିର୍ଭର କରିବାକୁ ପଡିବ | ତେଣୁ ବରଗାଁର ଲୋକମାନେ ଗାଁରେ ଏକ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଦୃଢ଼ ବିଶ୍ୱାସ ଏବଂ ମାନବ ଶକ୍ତି ବଳରେ ସେମାନେ ୩ ଜୁଲାଇ, ୧୯୭୨ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ଏବଂ ଜୟ କିଶାନ ଉଚ୍ଚ ବିଦ୍ୟାଳୟ ନାମରେ ବିଦ୍ୟାଳୟର ନାମକରଣ କରିଥିଲେ ।

Jai Kishan Nodal High School - Gate

ବର୍ତ୍ତମାନ ଏହି ବିଦ୍ୟାଳୟ ଏକ ଉତ୍ତମ ନୋଡାଲ ବିଦ୍ୟାଳୟ ଭାବରେ ଖ୍ୟାତି ଲାଭ କରିଛି । ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ବାଳକ ଏବଂ ବାଳିକାଙ୍କୁ ଶିକ୍ଷା ପ୍ରଦାନ କରା ଯାଏ । ବିଦ୍ୟାଳୟରେ ଉଭୟ ଜୁନିଅର ରେଡ୍ କ୍ରସ୍ (JRC) ଏବଂ ସ୍କାଉଟ୍ସ ଏବଂ ଗାଇଡ୍ ରହିଛି ।

ଧାର୍ମିକ ସ୍ଥାନ[ସମ୍ପାଦନା]

ଗାଁରେ ୪ଟି ଶିବ ମନ୍ଦିର ଅଛି ତଥା ଚକାଡୋଙ୍ଗ୍ରେନ୍ ମନ୍ଦିର, ଚୁଟିଗୁଡି ମନ୍ଦିର, ଗାଙ୍ଗାଦୀ ଗୁଡ଼ି, ଧର୍ନି ଗୁଡ଼ି ଆଦି ପ୍ରମୁଖ । ମାଁ ଚକାଡୋଙ୍ଗ୍ରେନ୍, ମାଁ ବନ୍ଧଗୋସେନ୍, ମାଁ ଗଙ୍ଗାଦୀ, ମାଁ ଧର୍ଣ୍ଣି ଆଦି ଗ୍ରାମ ଦେବୀ ଭାବରେ ପୂଜା ପାଆନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

ବରଗାଁରେ ଅନେକ ଗୁଡ଼ିଏ ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ ମୁଖ୍ୟ ପର୍ବଗୁଡ଼ିକ ହେଲା;

  • ରଥଯାତ୍ରା
Bargaon Rathyatra 2023

ପୁରୀରେ ବିରାଜ ମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା - ରଥଯାତ୍ରା ବରଗାଁରେ ମଧ୍ୟ ଧୁମ୍ ଧାମରେ ପାଳନ କରାଯାଏ । ଏହି ଅବସରରେ ଶ୍ରୀ ପ୍ରଭୁ ବରଗାଁସ୍ଥିତ ଜଗନ୍ନାଥ ମନ୍ଦିରରୁ ବାହାରି ବେନ୍ଦ୍ରାବାହାଲସ୍ଥ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ସେଠାରେ ଗୋଟେ ସପ୍ତାହ ଯାଏଁ ରହିଲା ପରେ ପୁନଶ୍ଚ ନିଜ ସ୍ଥାନ ଅର୍ଥାତ୍ ବରଗାଁସ୍ଥିତ ମନ୍ଦିରକୁ ଫେରିଥାନ୍ତି । ଏହି ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ ।

  • ଦୁର୍ଗା ପୂଜା
Durga Puja Celebration 2019

ପ୍ରତିବର୍ଷ ଗାଁରେ ପାଳନ କରାଯାଉଥିବା ଏହା ଏକ ଉଲ୍ଲେଖନୀୟ ପ୍ରମୁଖ ପର୍ବ ବା ପୂଜା । ପ୍ରତିବର୍ଷ ଅଶ୍ୱିନ ମାସରେ ଏହି ପର୍ବ ପାଳନ କରାଯାଏ । ୧୯୮୨ ମସିହାରେ ଏହା ଆରମ୍ଭ ହୋଇଥିଲା ଏବଂ ଅବିରତ ଭାବେ ପ୍ରତିବର୍ଷ ପାଳନ ହେଉଅଛି ।

  • ଶ୍ରୀ ଶ୍ରୀ ଶ୍ରୀ ମଧୁମଙ୍ଗଲ ବସନ୍ତ ରାସଲୀଳା
Shri Shri Madhumangal Raas leela, 2019

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ରାସଲେଲା, ପ୍ରତିବର୍ଷ ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଏହା ପାଳନ କରାଯାଏ । ଶ୍ରୀକୃଷ୍ଣଙ୍କ ଏହି ପର୍ବ ଆଠ ଦିନ ଧରି ପାଳନ କରାଯାଏ । କିଛି ପିଲା ଏବଂ କିଛି ବୟସ୍କମାନେ ବିଭିନ୍ନ ଚରିତ୍ରର ଭୂମିକା ଗ୍ରହଣ କରନ୍ତି ଯେପରିକି କୃଷ୍ଣ, ବଳରାମ, ମଧୁମଙ୍ଗଲ, ସୁଦାମ, ସୁବାଲ, ରାଜା, ଦାଶୀ, ଏବଂ ଶାଖୀ ଇତ୍ୟାଦି । କୋକୋଲିଲା ହେଉଛି ସବୁଠାରୁ ଲୋକପ୍ରିୟ ରାତି । ଏହା ସାଧାରଣତ ଉତ୍ସବର ତୃତୀୟ ରାତିରେ ପାଳନ କରାଯାଏ । ୧୮୮୯ ପରଠାରୁ ଏହା ପ୍ରତିବର୍ଷ ଗାଁରେ ପାଳନ କରାଯାଉ ଅଛି ।

  • ଶିବରାତ୍ରି

ପ୍ରତିବର୍ଷ ବରଗାଁରେ ପାଳନ କରାଯାଉଥିବା ଅନ୍ୟ ଏକ ପର୍ବ ମଧ୍ୟରୁ ଏହା ମଧ୍ୟ ଗୋଟିଏ । ଏହା ଭଗବାନ ଶିବଙ୍କ ସମ୍ମାନାର୍ଥେ ପାଳନ କରାଯାଏ । ତଥ୍ୟ ଅନୁଯାୟୀ, 1990 ମସିହାରୁ ଏହା ଗାଁରେ ପାଳନ ହେଇ ଆସୁଛି ।

ଏହା ଛଡ଼ା ଆହୁରି ଅନେଗୁଡ଼ିଏ ଜାତୀୟ ଏବଂ ଆଞ୍ଚଳିକ ପର୍ବ ମଧ୍ୟ ପାଳନ କରାଯାଏ । ସେଗୁଡିକ ହେଉଛି ହୋଲି, ଦିୱାଲୀ, ନୁଆଖାଇ, ପୁଷ୍ପୁନି, ଗଣେଶ ପୂଜା, ଏବଂ ଗଜା ଲକ୍ଷ୍ମୀ ପୂଜା....

ଆଧାର[ସମ୍ପାଦନା]

ଏହି ପ୍ରବନ୍ଧଟି ହେଉଛି ଇଂରାଜୀ ପ୍ରବନ୍ଧ en: Bargaon, Odishaର ଓଡ଼ିଆ ରୂପ । ଏହି ଇଂରାଜୀ ଓ ଓଡ଼ିଆ ଉଭୟ ପ୍ରବନ୍ଧର ଲେଖକ ହେଉଛନ୍ତି ବରଗାଁର ଜଣେ ଯୁବକ (DK6771) ।

All the Content in this article is translated from the existing English Wikipedia article at en: Bargaon, Odisha

Thank you for reading. 🙏
  1. http://www.onefivenine.com/india/villages/Nuapada/Khariar/Bargaon
  2. https://villageinfo.in/odisha/nuapada/khariar/bargaon.html