ବରେହିପାଣି ପ୍ରପାତ

ଉଇକିପିଡ଼ିଆ‌ରୁ
(Barehipani Fallsରୁ ଲେଉଟି ଆସିଛି)
ବରେହିପାଣି ପ୍ରପାତ
ଅବସ୍ଥାନମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ
ପ୍ରକାରସ୍ତରୀୟ
ଉଚ୍ଚତା399 metres (1,309 ft)
ଖାଲମାନଙ୍କ ସଂଖ୍ୟା
ଝରଣାବୁଢ଼ାବଳଙ୍ଗ ନଦୀ

ବରେହିପାଣି ପ୍ରପାତ, ହେଉଛି ଏକ ଦୁଇ ଥାକିଆ ଜଳପ୍ରପାତ ଯାହାକି ଶିମିଳିପାଳ ଜାତୀୟ ଉଦ୍ୟାନରେ ଅବସ୍ଥିତ । ଏହା ଏକ ଭାରତୀୟ ରାଜ୍ୟ, ଓଡ଼ିଶାମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତରେ ଆସୁଅଛି ।[୧] ଏହା ଭାରତର ଦ୍ୱିତୀୟ ସର୍ବୋଚ୍ଚତମ ଜଳପ୍ରପାତ ।[୨]

ଅବସ୍ଥାନ[ସମ୍ପାଦନା]

ଏହି ଜଳପ୍ରପାତଟି ୨୧.୯୩୨୭୫୯ ଉତ୍ତର ଅକ୍ଷାଂଶ ଏବଂ ୮୬.୩୮୦୧୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ପୂର୍ବଘାଟ ପର୍ବତମାଳାର ମେଘଶୁଣୀ ପର୍ବତରେ ବୋହୁଥିବା ବୁଢ଼ାବଳଙ୍ଗ ନଦୀ ଉପରେ ଏହା ବିଦ୍ୟମାନ ।[୩][୪]ଏଠାରେ ପହଞ୍ଚିବାକୁ ନିକଟତମ ରେଳ ଷ୍ଟେସନ ବାରିପଦା ଅଟେ । ଯୋରନ୍ଦା ପ୍ରପାତ ମଧ୍ୟ ଏହାର ସନ୍ନିକଟରେ ଉପସ୍ଥିତ ।

ଯଶିପୁର ସହରଠାରୁ ଏହା ୧୨୦ କିଲୋମିଟର ଦୂରରେ ଅବସ୍ଥିତ ।

ଜଳ ପ୍ରପାତ[ସମ୍ପାଦନା]

ବରେହିପାଣି ଜଳପ୍ରପାତର ମୋଟ ଉଚ୍ଚତା ୩୯୯ ମିଟର (୧,୩୦୯ ଫୁଟ) ଅଟେ । ଏହା ଏକ ବହୁସ୍ତରୀୟ ଝରଣା ଯେଉଁଠାରେ ପାଣି ଦୁଇଥର ପଥର ଚଟାଣ ଉପରେ ପଡ଼ିଥାଏ । ଉଚ୍ଚତମ ପଡ଼ିବାର ଉଚ୍ଚତା ୨୫୯ ମିଟର (୮୫୦ ଫୁଟ) ଅଟେ ।

ଆଧାର[ସମ୍ପାଦନା]

  1. https://www.india9.com/i9show/-Orissa/Barehipani-Falls-21813.htm
  2. https://web.archive.org/web/20090901164803/http://www.world-waterfalls.com/database.php?s=T&t=G&category=country&search=India&orderby=height%20DESC
  3. Negi, S.S. (1993). Forest geology and soils. Periodical Expert Book Agency. p. 86. Retrieved 2019-10-22.
  4. http://www.onlytravelguide.com/orissa/beaches/barehipani-and-joranda-falls.php