ବାଇମୁଣ୍ଡି
ଦେଖଣା
(Baimundiରୁ ଲେଉଟି ଆସିଛି)
ବାଇମୁଣ୍ଡି (ପ୍ରକୃତ ନାମ: ବାଇଧର ମୁଣ୍ଡି) ଉତ୍କଳର (ଆଧୁନିକ ଓଡ଼ିଶାର କଟକ ଜିଲ୍ଲାର) ବିଡ଼ାନାସି ଗ୍ରାମର ଜଣେ ପଥର କାରିଗର ଥିଲେ ।[୧] ସେ ରାଜା ମର୍କତ କେଶରୀଙ୍କ ନିର୍ଦ୍ଦେଶରେ କାଠଯୋଡ଼ି ଚାରିପଟେ ପଥର ବନ୍ଧ ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇଥିଲେ ।[୨]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କଟକ ଚାରିପଟେ ଉଚ୍ଚ ପଥରବନ୍ଧଟିଏ ଗଢ଼ାଗଲେ ବନ୍ୟା ବିପଦକୁ ଟାଳିହେବ ବୋଲି ସେ ପ୍ରଥମେ ଚିନ୍ତା କରିଥିଲେ । ନିର୍ମାଣ ଖର୍ଚ୍ଚ ତୁଲାଇବା ନିମନ୍ତେ ସେ ନିଜ ରୋଜଗାରର କିଛି ଅଂଶ ପ୍ରତିଦିନ ସଞ୍ଚୟ କରି ରଖୁଥିଲେ । ଏହି ଭିତରେ ତାଙ୍କ ବୟସର ଅର୍ଦ୍ଧାଂଶ ବିତିଯାଇଥିଲା । ରାଜା ମର୍କତ କେଶରୀ ନଗର ପରିକ୍ରମା କରୁଥିବା ବେଳେ ପ୍ରୌଢ଼ ବାଇମୁଣ୍ଡି ନିଜ ପଇସା ମୁଣି ଧରି ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜର ଯୋଜନା ବିଷୟରେ ଜଣାଇଥିଲେ ।[୩] ରାଜା, ବାଇମୁଣ୍ଡିଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ପଥର ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[୪][୫] ପରେ ମରହଟ୍ଟା ଓ ଇଂରେଜମାନେ ଏହି ପଥର ବନ୍ଧକୁ ଅଧିକ ଉଚ୍ଚ କରାଇଥିଲେ ।
ଅନ୍ତିମ ଜୀବନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ସେଠୀ, ବିଚିତ୍ର. "ବାଇମୁଣ୍ଡି ପଥରବନ୍ଧ". ନିତିଦିନ. Retrieved 11 August 2016.[permanent dead link]
- ↑ Yojana. Publications Division. 1990.
- ↑ "Orissa salutes it's Luck makers". nilachakra.org. Archived from the original on 4 March 2016. Retrieved 18 December 2012.
Old man Baimundi went to the king with few coins in hand and requested him to construct a stone revetment to protect Cuttack from Kathajodi floods.
- ↑ "The Hindu : Other States / Orissa News : Moat around Barabati fort to get facelift". hindu.com. 2006. Retrieved 18 December 2012.
Baimundi had fervently requested the then king to construct a stone revetment around the city to protect it from swelling waters of the river Kathjodi
- ↑ ପିଲାଙ୍କ ସମ୍ବାଦ, ପୃ-୩, ୧୭ ଡିସେମ୍ବର ୨୦୧୨
ଅଧିକ ପଠନ
[ସମ୍ପାଦନା]- ବିଶ୍ୱାଳ, ମଙ୍ଗଳୁଚରଣ. କଟକ ଚିନ୍ତା ବାଇମୁଣ୍ଡିକି. ପୂର୍ଣ୍ଣ ପ୍ରକାଶନ.