ବାଇମୁଣ୍ଡି

ଉଇକିପିଡ଼ିଆ‌ରୁ


ବାଇମୁଣ୍ଡି (ପ୍ରକୃତ ନାମ: ବାଇଧର ମୁଣ୍ଡି) ଉତ୍କଳର (ଆଧୁନିକ ଓଡ଼ିଶାର କଟକ ଜିଲ୍ଲାର) ବିଡ଼ାନାସି ଗ୍ରାମର ଜଣେ ପଥର କାରିଗର ଥିଲେ ।[୧] ସେ ରାଜା ମର୍କତ କେଶରୀଙ୍କ ନିର୍ଦ୍ଦେଶରେ କାଠଯୋଡ଼ି ଚାରିପଟେ ପଥର ବନ୍ଧ ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇଥିଲେ ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କଟକ ଚାରିପଟେ ଉଚ୍ଚ ପଥରବନ୍ଧଟିଏ ଗଢ଼ାଗଲେ ବନ୍ୟା ବିପଦକୁ ଟାଳିହେବ ବୋଲି ସେ ପ୍ରଥମେ ଚିନ୍ତା କରିଥିଲେ । ନିର୍ମାଣ ଖର୍ଚ୍ଚ ତୁଲାଇବା ନିମନ୍ତେ ସେ ନିଜ ରୋଜଗାରର କିଛି ଅଂଶ ପ୍ରତିଦିନ ସଞ୍ଚୟ କରି ରଖୁଥିଲେ । ଏହି ଭିତରେ ତାଙ୍କ ବୟସର ଅର୍ଦ୍ଧାଂଶ ବିତିଯାଇଥିଲା । ରାଜା ମର୍କତ କେଶରୀ ନଗର ପରିକ୍ରମା କରୁଥିବା ବେଳେ ପ୍ରୌଢ଼ ବାଇମୁଣ୍ଡି ନିଜ ପଇସା ମୁଣି ଧରି ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜର ଯୋଜନା ବିଷୟରେ ଜଣାଇଥିଲେ ।[୩] ରାଜା, ବାଇମୁଣ୍ଡିଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ପଥର ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[୪][୫] ପରେ ମରହଟ୍ଟା ଓ ଇଂରେଜମାନେ ଏହି ପଥର ବନ୍ଧକୁ ଅଧିକ ଉଚ୍ଚ କରାଇଥିଲେ ।

ଅନ୍ତିମ ଜୀବନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସେଠୀ, ବିଚିତ୍ର. "ବାଇମୁଣ୍ଡି ପଥରବନ୍ଧ". ନିତିଦିନ. Retrieved 11 August 2016.[permanent dead link]
  2. Yojana. Publications Division. 1990.
  3. "Orissa salutes it's Luck makers". nilachakra.org. Archived from the original on 4 March 2016. Retrieved 18 December 2012. Old man Baimundi went to the king with few coins in hand and requested him to construct a stone revetment to protect Cuttack from Kathajodi floods.
  4. "The Hindu : Other States / Orissa News : Moat around Barabati fort to get facelift". hindu.com. 2006. Retrieved 18 December 2012. Baimundi had fervently requested the then king to construct a stone revetment around the city to protect it from swelling waters of the river Kathjodi
  5. ପିଲାଙ୍କ ସମ୍ବାଦ, ପୃ-୩, ୧୭ ଡିସେମ୍ବର ୨୦୧୨

ଅଧିକ ପଠନ[ସମ୍ପାଦନା]