ଅରୁଣ କୁମାର ପତି

ଉଇକିପିଡ଼ିଆ‌ରୁ
(Arun Kumar Patiରୁ ଲେଉଟି ଆସିଛି)
ଅରୁଣ କୁମାର ପତି
Born (1966-04-13) ୧୩ ଅପ୍ରେଲ ୧୯୬୬ (ବୟସ ୫୭)
Nationalityଭାରତୀୟ
Occupationବୈଜ୍ଞାନିକ


ଅରୁଣ କୁମାର ପତି (Arun Kumar Pati) ଜଣେ ଭାରତୀୟ ପଦାର୍ଥ ବୈଜ୍ଞାନିକ ଅଟନ୍ତି । ସେ କ୍ୱାଣ୍ଟମ୍ ତଥ୍ୟ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଗବେଷଣା ସହିତ ଜଡ଼ିତ ।[୧] ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ବମ୍ବେ ବିଶ୍ୱବିଦ୍ୟାଳୟରୁ ନିଜର ପିଏଚ୍.ଡି କରିଥିଲେ । ସେ "Quantum no-deleting theorem" ଓ"Quantum no-hiding theorem" ପାଇଁ ପରିଚିତ । ସେ ୨୦୦୯ରେ ଓଡ଼ିଶା ବିଜ୍ଞାନ ଆକାଡେମୀଦ୍ୱାରା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୨] ୧୯୮୯ରୁ ୧୯୯୮ ପର୍ଯ୍ୟନ୍ତ ସେ ବମ୍ବେର BARCରେ ଥିଲେ । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ୟୁକେର ୱେଲ୍ସ୍ ବିଶ୍ୱବିଦ୍ୟାଳୟରେ ଥିଲେ । ୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ସେ ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ । ୨୦୧୦ ମସିହାରୁ, ସେ ଆଲାହାବାଦର ହରିଶ୍ଚନ୍ଦ୍ର ରିସର୍ଚ୍ଚ ଇନଷ୍ଟିଉଟରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ୨୦୧୩-୨୦୧୫ ସମୟରେ ଚିନର Zhejiang ବିଶ୍ୱବିଦ୍ୟାଳୟରେ କେ.ପି. ଚେୟାର ପ୍ରଫେସର ରୂପେ ସମ୍ମାନିତ ହୋଇଥିଲେ ।

ଆଧାର[ସମ୍ପାଦନା]