ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର

Coordinates: 20°18′26″N 85°49′49″E / 20.307191°N 85.830243°E / 20.307191; 85.830243
ଉଇକିପିଡ଼ିଆ‌ରୁ

ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କଦ୍ୱାରା ଯୁଗ୍ମ ଭାବେ ପରିଚାଳିତ ଅଣୁଶକ୍ତି ବିଭାଗ ଅଧିନରେ ସୃଷ୍ଟ ଏକ ସ୍ୱୟଂଚାଳିତ ସଂସ୍ଥାନ ଅଟେ ।[୧]

ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱର
ସ୍ଥାପିତ୧୯୭୨
ପ୍ରକାରସାର୍ବଜନୀନ
ନିର୍ଦ୍ଦେଶକସୂଧାକର ପଣ୍ଡା
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ୱେବସାଇଟhttp://www.iopb.res.in
ଫାଇଲ:Institute of Physics, Bhubaneswar (emblem).jpg
ପଦାର୍ଥ ବିଜ୍ଞାନ ଅନୁଷ୍ଠାନକୁ ଯିବାପାଇଁ ଅାନିମେଟେଡ଼ ମାନଚିତ୍ର

ସ୍ଥାପନା[ସମ୍ପାଦନା]

ଏହା ୧୯୭୨ରେ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୯୮୦ ଅଧିନରେରେ ଓଡ଼ିଶା ସରକାରଙ୍କ ସହଯୋଗଦ୍ୱାରା ସ୍ଥାପିତ ହୋଇଥିଲା । ପ୍ରଫେସର ଟି. ପ୍ରଧାନଙ୍କ ତତ୍ତ୍ୱାବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅତିଥି ଗୃହର ଦୁଇଟି ଭଡ଼ା ଘରେ ଆରମ୍ଭ ହୋଇଥିଲା । କିଛି ମାସ ପରେ ଅନୁଷ୍ଠାନଟି ସହିଦ ନଗରରେ ଥିବା ଏକ ଭଡ଼ା ଘରେ ଚାଲୁରହିଲା । ଏହାର ପାଠପଢ଼ା କାର୍ଯ୍ୟ ଜାନୁଅାରୀ ୧୯୭୫ରେ ନିର୍ଦ୍ଦେଶକଙ୍କ ବ୍ୟତୀତ ଦୁଇଜଣ ଶିକ୍ଷକଙ୍କୁ ନେଇ ଆରମ୍ଭ ହେଲା । ପ୍ରଫେସର ଟି. ପ୍ରଧାନ ୧୯୭୪ରୁ ୧୯୮୧ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ଅନୁଷ୍ଠାନଟି ଏହାର ବର୍ତ୍ତମାନର ପରିସରକୁ ୧୯୮୧ରେ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିଲା । [୨]

ପାଣ୍ଠି[ସମ୍ପାଦନା]

ଅଣୁଶକ୍ତି ବିଭାଗ, ଭାରତ ସରକାରଙ୍କ କାଉନ୍ସିଲରୁ ସିଂହଭାଗ ଆର୍ଥିକ ଅନୁଦାନ ପାଇଥାଏ ଏବଂ ଓଡ଼ିଶା ସରକାରଙ୍କଠାରୁ ଆଂଶିକ ସହାୟତା ପାଇଥାଏ । ଏହି ଅନୁଷ୍ଠାନ ୟୁଜିସି ଏବଂ ସିଏସଆଇଆରଠାରୁ ମଧ୍ୟ ପାଣ୍ଠି ଗ୍ରହଣ କରିଥାଏ ।

ପାଠ୍ୟକ୍ରମ[ସମ୍ପାଦନା]

ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର ପାଠାଗାର

ପ୍ରାକ-ଡକ୍ଟରାଲ ପ୍ରୋଗ୍ରାମ[ସମ୍ପାଦନା]

ଡକ୍ଟରାଲ ପ୍ରୋଗ୍ରାମ[ସମ୍ପାଦନା]

ଗବେଷଣା[ସମ୍ପାଦନା]

ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ ଥିବା ଆୟନ ବିମ୍ ଲାବୋରେଟୋରୀ

ଏହି ଅନୁଷ୍ଠାନ ତାତ୍ତ୍ୱିୟ ଓ ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ ଗବେଷଣା କରେ ।

ଅଧିକ ତଥ୍ୟ[ସମ୍ପାଦନା]

20°18′26″N 85°49′49″E / 20.307191°N 85.830243°E / 20.307191; 85.830243

ଆଧାର[ସମ୍ପାଦନା]

  1. http://www.iopb.res.in/overview.php
  2. http://www.iopb.res.in/overview.php