ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ

ଉଇକିପିଡ଼ିଆ‌ରୁ
(Applications of artificial intelligenceରୁ ଲେଉଟି ଆସିଛି)
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ
ନଲେଜ ରିଜନିଂ
ପ୍ଲାନିଂ
ମେସିନ ଲର୍ଣିଂ
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ
କମ୍ପ୍ୟୁଟର ଭିଜନ
ରୋବୋଟିକ୍ସ
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ
ପଦ୍ଧତିଗୁଡିକ
ସିମ୍ବଲିକ
ଡିପ ଲର୍ଣିଂ
ବାୟେସିଆନ ନେଟୱର୍କ
ଏଭୋଲ୍ଯୁସନାରୀ ଆଲଗୋରିଦମ
ଫିଲୋସଫି
ଏଥିକ୍ସ
ବଞ୍ଚିରହିବାର ଆଶଙ୍କା
ଟ୍ଯୁରିଙ୍ଗ ପରୀକ୍ଷା
ଚୀନ ଘର
ବନ୍ଧୁତ୍ବପୂର୍ଣ ଏଆଇ
ଇତିହାସ
ଘଟଣାବଳୀ
ପ୍ରଗତି
ଏଆଇ ଶୀତ
ପ୍ରଯୁକ୍ତି ବିଦ୍ୟା
ପ୍ରୟୋଗ
ପ୍ରକଳ୍ପ
ପ୍ରୋଗ୍ରାମିଂ ଭାଷା
ଗ୍ଲୋସରି
ଗ୍ଲୋସରି

ନିମ୍ନଲିଖିତ ବିଭାଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତ୍ତା ସଫଳତାର ସହିତ ଉପଯୋଗ କରାଯାଉଛି ।

  • ଚିକିର୍ସା
  • ମୋଟର ବାହାନ ଉଦ୍ୟୋଗ
  • ଅର୍ଥ ଏବଂ ଅର୍ଥନୀତି
  • ଭିଡିଓ ଗେମ
  • ସାମରିକ
  • ବିଜ୍ଞାପନ
  • ଶିକ୍ଷା
  • ଫୋଟୋଗ୍ରାଫି ଏବଂ ଭିଡ଼ିଓ ସୁଟିଂ
  • ଦ୍ରବ୍ୟ କ୍ରୟ-ବିକ୍ରୟ

ଏହିସବୁ ବିଷୟରେ ନିମ୍ନରେ ଗୋଟିଏ ପରେ ଗୋଟିଏ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

ଚିକିତ୍ସା[ସମ୍ପାଦନା]

ଡାକ୍ତର ଏବଂ ରୋଗୀମାନଙ୍କୁ ସହାୟତା ଯୋଗାଇ କୁତ୍ରିମ ବୁଦ୍ଧିମତ୍ତା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିପାରିଛି। ଆଲଗୋରିଥମ ସହାୟତାରେ କୁତ୍ରିମ ବୁଦ୍ଧିମତ୍ତା କୋଟି କୋଟି ଲୋକଙ୍କର ଲକ୍ଷ୍ୟଣକୁ ପ୍ରକ୍ରିୟାକରି ନିଜକୁ ଭବିଷ୍ୟତର ରୋଗୀ ନିମିତ୍ତ ପ୍ରସ୍ତୁତ କରିଥାଏ।

କିଛି ଉଲ୍ଲେଖନୀୟ କାର୍ଯ୍ୟାବଳୀକୁ ନିମ୍ନରେ ପ୍ରଦର୍ଶନ କରାହେଲା।[୧]

ଚାଟ ବଟ[ସମ୍ପାଦନା]

ୟୋର ଏମଡି ନାମକ ଏକ କମ୍ପାନୀ ଏକ ମୋବାଇଲ ଆପ ବାହାର କରିଛି , ଯେଉଁଥିରେ ରୋଗୀ ଚାଟ ବଟ ସହ କଥା ହୋଇ ନିଜର ଲକ୍ଷ୍ୟଣଗୁଡ଼ିକୁ ଜଣାଇଥାଏ, ଏହି ଲକ୍ଷ୍ୟଣଗୁଡ଼ିକୁ ପ୍ରକ୍ରିୟାକରି ରୋଗୀଙ୍କୁ ତାଙ୍କ ରୋଗ ବିଷୟରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଡାକ୍ତରମାନଙ୍କ କାମ କମ କରିଥାଏ।

ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଉପଯୋଗ କରି ଲୋକମାନଙ୍କ ପାଇଁ ଏକ ନିର୍ବିଘ୍ନ ଅନୁଭବ ତିଆରି କରିଛନ୍ତି। ସେହିଭଳି ରୂପେ ଆଡା ନାମକ ଅନ୍ୟେକ କମ୍ପାନୀ ଏହା ମଧ୍ୟ ଏକ ମୋବାଇଲ ଆପ, ଯାହା ଲୋକମାନଙ୍କୁ ସୁବିଧା ଦେବା ନିମିତ୍ତ ଆମାଜନ ଆଲେକ୍ସା ସହିତ ମିଶିକରି କାମ କରିଥାଏ। ଏହା ମଧ୍ୟ ଏକ ଡାକ୍ତର ସହିତ ଯୋଗାଯୋଗର ସୁବିଧା କରାଇଦେଇପାରେ।

ରୋଗ ଚିହ୍ନଟ[ସମ୍ପାଦନା]

ଷ୍ଟାନଫୋର୍ଡ଼ ୟୁନିଭର୍ସିଟିବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ଏକ କୁତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ ଆଲଗୋରିଦମ ବାହାର କରିଛନ୍ତି ଯାହାଦ୍ୱାରା ଚର୍ମ କର୍କଟ ଆଗୁଆ ଜଣା ଯାଇପାରିବ।[୨] ଏହି ଗବେଷକମାନେ ତାଙ୍କର ଡିପ ଲର୍ଣିଂ ଆଲଗୋରିଦମକୁ ୧,୩୦,୦୦୦ ଭାତୁଡ଼ି, ଚର୍ମ ଚିହ୍ନ ଇତ୍ୟାଦି ଛବିଦ୍ୱାରା ତାଲିମ ପ୍ରଦାନ କରିଥିଲେ। ଏହାର ଫଳ ପେଶାଦାର ଡାକ୍ତରମାନଙ୍କଠାରୁ ମଧ୍ୟ ଭଲ ଆସୁଛି। ଖୁବ ଶୀଘ୍ର ଏହି ନମୁନାର ଗୋଟିଏ ମୋବାଇଲ ଆପ ତିଆରି କରାଯିବ।

ସେହିଭଳି ଡିପ ମାଇଣ୍ଡ, ଗୁଗଲର ଏହି କମ୍ପାନୀଟି ଯନ୍ତ୍ର ଶିକ୍ଷା (English: machine learning; ମେସିନ ଲର୍ଣିଂ) ଉପଯୋଗ କରି ଅନ୍ଧତ୍ୱଦୂର କରିବାରେ ଚେଷ୍ଟା କରୁଛି।[୩] [୪] ସ୍ତନ କର୍କଟ ରୋଗ ଚିହ୍ନଟ କରିବାରେ ଗୁଗଲର ଲିମ୍ଫ ନୋଡ ଆସିଷ୍ଟାଣ୍ଟ ବା ଲାଇନା ୯୯% ସଠିକ ଭାବରେ କାମ କରୁଛି ।[୫]


ରୋଗ ନିବାରଣ[ସମ୍ପାଦନା]

ମର୍ଫିଓ Archived 2018-01-10 at the Wayback Machine. ନାମକ ଏକ ସଂଗଠନ କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ନିଦ୍ରାଦୋଷ ଦୂର କରିବାରେ ସାହାର୍ଯ୍ୟ କରୁଛି । ସେହିଭଳି ଆଇବିଏମ ୱାଟସନ, ଏହାର କାର୍ଯ୍ୟଦ୍ୱାରା କର୍କଟ ରୋଗର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।[୬]

ମୋଟର ବାହାନ ଉଦ୍ୟୋଗ[ସମ୍ପାଦନା]

ମୋଟର ବାହାନ ଉଦ୍ୟୋଗରେ ନାନାଦି ପ୍ରକାରରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଛି। କିଛି ଉଦାହରଣ ନିମ୍ନରେ ପ୍ରଦର୍ଶନ ହେଲା:

ସ୍ୱୟଂଚାଳିତ ଗାଡ଼ି (ସେଲ୍ଫ ଡ୍ରାଇଭିଂ ବେହିକଲ)[ସମ୍ପାଦନା]

ଚାଳକବିହୀନ ଗାଡ଼ି ବର୍ତ୍ତମାନ ୨୦୧୮ ସୁଧା ପ୍ରାୟ ପ୍ରସ୍ତୁତ ହୋଇଗଲାଣି କହିଲେ ଚଳେ। ନିମ୍ନଲିଖିତ ଉଦ୍ୟୋଗଗୁଡ଼ିକ ଚାଳକବିହୀନ ଗାଡ଼ି ଉପରେ କୁତ୍ରିମ ବୁଦ୍ଧିମତ୍ତା ଉପଯୋଗକରି ଗବେଷଣା କରୁଛନ୍ତି।[୭]

ଟେସଲା, ଉବର, ଗୁଗଲ, ଟୟୋଟା, ବିଏମଡବ୍ଲୁ, ଭଲଭୋ, ନିଶାନ, ଫୋର୍ଡ଼, ଜେନେରାଲ ମୋଟର୍ସ, ଡାଇମଲର, ଅଡି, ବାଇଡ଼ୁ, ହୋଣ୍ଡା, ହ୍ୟୁଣ୍ଡାଇ, ବୋସ୍କ, ପିଏସଏ ଗ୍ରୁପ, ଫାରାଡ଼େ, ମରସିଡିଜ଼ ବେଞ୍ଜ

ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।[୮]

କନ୍ନେକ୍ତିଭିଟି[ସମ୍ପାଦନା]

ଏହି ସେବାନୁସାରେ ଗାଡ଼ି ଚାଳକ ଏବଂ ଆରୋହୀମାନେ ବିନା କୌଣସି ଉପକରଣ ସହାୟତାରେ କେବଳ କଥା କହି ଇମେଲ ପଠେଇବା, ଅନ୍ୟ କାହା ସହିତ ମୋବାଇଲରେ କଥାହେବା, ଇଣ୍ଟରନେଟରେ ଖୋଜିବା ଏବଂ ସ୍ମାର୍ଟଫୋନର ଆପ ବ୍ୟବହାର କରିବା ଆଦି କାମ କରିହେଉଛି ।

କେତକ କ୍ଷେତ୍ରରେ ଯଦି କୌଣସି ମାତାପିତା ବା ଅଭିଭାବକ ଚାହାନ୍ତି, ତାଙ୍କର ସନ୍ତାନ ବା ଚିନ୍ହା ବ୍ୟକ୍ତି ଯଦି ଏକ ନିର୍ଦ୍ଧିଷ୍ଟ ସୀମାରୁ ଅଧିକ ବେଗରେ କିମ୍ବା ଅଣହେଳା ହୋଇ ଗାଡ଼ି ଚାଲନ୍ତି କିମ୍ବା ଏକ ନିର୍ଦ୍ଧିଷ୍ଟ ପରିସୀମାରୁ ଦୁରକୁ ଗାଡ଼ି ନେଇଯାନ୍ତି, ତେବେ ସେମାନଙ୍କୁ ଜଣେଇଦିଆ ଯାଇପାରେ।

ହେଲେ ଏସବୁଠାରୁ ଅଧିକ ପ୍ରଭାବଶାଳୀ ପ୍ରୟୋଗ ହେଉଛି ଗାଡ଼ି-ଗାଡ଼ି ମଧ୍ୟରେ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା। ଏହାଦ୍ୱାରା ଦୁର୍ଘଟଣା କମେଇଦିଆଯାଇପାରେ। ଉଦାହରଣ ସ୍ୱରୂପ ଯଦି ଗୋଟିଏ ଆଗରେ ଯାଉଥିବା ଗାଡ଼ି ଜୋରରେ ବ୍ରେକ ମାରି ହଠାତ ଅଟକିଯାଏ ତେବେ ପଛରେ ଆସୁଥିବା ଗାଡ଼ିମାନଙ୍କୁ ସେ ସଚେତନ କରାଇଦେଇଥାଏ, ଯାହାଫଳରେ ପଛଗାଡ଼ି ବା ଚାଳକ ଗୁଡ଼ିକ ସଚେତନ ହୋଇ ବେଗ କମାଇଦିଅନ୍ତି।

ଅନ୍ୟଏକ ଉଦାହରଣରେ ଯଦି ଏକ ଗାଡ଼ି ଚାଳକ ନାଲି ଟ୍ରାଫିକ ଆଲୁଅରେ କୌଣସି କାରଣବଶତଃ ଅଟକି ପାରିଲାନି, ତେବେ ସେହି ଗାଡ଼ିଟି ଅନ୍ୟପଟରୁ ଆସୁଥିବା ଯାନବାହନଗୁଡ଼ିକୁ ସଜାଗ କରିଦେଇଥାଏ। ଏସବୁ ଅତି କମସମୟରେ ହୋଇ ଥାଏ, ଯାହାକି କେବଳ ମନୁଷ୍ୟପକ୍ଷେ ସମ୍ଭବ ନୁହେଁ।[୯]

କ୍ଲାଉଡ ଇଣ୍ଟେଲିଜେନ୍ସ[ସମ୍ପାଦନା]

କ୍ଲାଉଡଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ହେଇପାରୁଛି କିମ୍ବା ଖୁବଶୀଘ୍ର ହେବାକୁ ଯାଉଅଛି।

  • ପେଟ୍ରୋଲ/ଡିଜେଲ ପମ୍ପ ଖୋଜିବା ଏବଂ ଚାଳକକୁ ଗାଡ଼ିରୁ ବାହାରକୁ ନଆସି, ଗାଡ଼ି ଭିତରୁହିଁ ଇନ୍ଧନ ପଇସା ପୈଠ କରିବା ।
  • ଚାଳକଙ୍କର ମନପସନ୍ଦ ପାଖାପାଖି ଖାଇବା ଦୋକାନ ଖୋଜିବା ।
  • ଗାଡ଼ି ଚଳାଉଥିବା ସମୟରେ ଯଦି ପାଖାପାଖି କିଛି ଦୋକାନ (ଚାଳକର ମନପସନ୍ଦ) ଅଛି ଯେଉଁଥିରେ ଘରେ ଦରକାର ପଡ଼ୁଥିବା ସାମଗ୍ରୀ ଅବାଶ୍ୟକ, ତେବେ ଚାଳକଟିକୁ ମନେପକେଇଦେବା କି ଘର ଆବଶ୍ୟକ ସାମଗ୍ରୀଟି ଏଠାରେ ମିଳୁଅଛି ।
  • ଚାଳକଟି ତାହାର ନିତିଦିନିଆ ଖାଇବା ଦୋକାନରେ ପହଁଚିଲେ ସ୍ୱତଃପ୍ରବୃତ୍ତ ଭାବରେ ଚାଳକଟିର ମନପସନ୍ଦ ଖାଦ୍ୟ ସଂରକ୍ଷଣ କରି ରଖିବା, ଯାହା ଚାଳକଟି ଦୋକାନରେ ପହଂଚିବା କ୍ଷଣି ପ୍ରସ୍ତୁତ ହୋଇ ପରସା ହୋଇଯିବ ।

ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।[୯]

ଇଣ୍ଟରନେଟ ଅଫ ଥିଁଗ୍ସ[ସମ୍ପାଦନା]

ଏହା ଆଶା କରାଯାଉଛିକି ୨୦୨୦ ସୁଦ୍ଧା ପାଖାପାଖି ୨୫କୋଟି ଯାନବାହନ ଇଣ୍ଟରନେଟ ସହିତ ସଂଯୋଗ ହୋଇଯିବ । ନିମ୍ନରେ କିଛି ଉଦାହରଣ ଦିଆହେଲା ଯାହାଦ୍ୱାରା ମୋଟର ବାହାନ ଉଦ୍ୟୋଗ ପ୍ରଭାବିତ ହେଇପାରିବ ।

  • ଗାଡ଼ିରେ ନୂଆ କିଛି ସୁବିଧାନିମିତ୍ତ, ଏହାକୁ ଗ୍ୟାରେଜକୁ ନେବା ଅନାବଶ୍ୟକ, ଇଣ୍ଟରନେଟଦ୍ୱାରା ଚାଳକଟିର ଘରେହିଁ ନୂଆ ସୁବିଧା ଯୋଗାଇ ଦିଅ ଯାଇହେବ। ଉଦାହରଣ ସ୍ୱରୂପ ଟେସଲା କମ୍ପାନୀ ବର୍ତ୍ତମାନ ଏହିଭଳି ଭାବେ ନିଜ ଗ୍ରାହକମାନଙ୍କୁ ସେବା ଯୋଗାଉଛି ।
  • ଗାଡ଼ି ଭିତରେ ଥିବା ବୁଦ୍ଧିମାନ ସେନସର ଚାଳକଟିର ହାବଭାବ ଲକ୍ଷ୍ୟଣ କରି ପଦକ୍ଷେପ ନେଇପାରେ, ଯେପରିକି ଅତ୍ୟାବଶ୍ୟକୀୟ ଚିକିତ୍ସା ଆବଶ୍ୟକ ନିରୂପଣ କରିବା, ଆମ୍ବୁଲାନସକୁ ଡାକିବା, ଚାଳକଟି ଶୋଇପଡ଼ିବା, ଚାଳକଟିର ଚେତା ଚାଲିଯିବା, ହଠାତ କେହି ଗାଡ଼ି ଆସି ଧକ୍କା ହୋଇଯିବା ଇତ୍ୟାଦି ସମ୍ଭବ ହୋଇପାରୁଛି।[୯]

ଅର୍ଥ ଏବଂ ଅର୍ଥନୀତି[ସମ୍ପାଦନା]

ଏହି ବିଭାଗରେ ବିଭିନ୍ନ ପ୍ରକାର ଉପାୟରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଅଛି। ସେଥିମଧ୍ୟରୁ କିଛି ନିମ୍ନରେ ଦର୍ଶାଯାଇଛି:

ଭାଣ୍ଡାମି ଧରିବା[ସମ୍ପାଦନା]

ଇଣ୍ଟେରନେଟର ଲୋକପ୍ରିୟତା ଯେଭଳିଭାବେ ବଢ଼ିଚାଲିଛି ସେହିଭଳି ଭାବେ ଇଣ୍ଟରନେଟରେ ଛଳନା ଏବଂ ଭାଣ୍ଡାମି ମଧ୍ୟ ବଢିଚାଲିଛି । ଏହିସବୁ ଧରିବା ଏବଂ ରୋକିବା ନିମିତ୍ତ କୁତ୍ରିମ ବୁଦ୍ଧିମତ୍ତାକୁ ଉପଯୋଗ କରାଯାଉଛି। ୨୦୧୫ରେ ଏକ କମ୍ପାନୀ ସର୍ବେକ୍ଷଣ କରି ଜଣେଇଲେ କି ଭାଣ୍ଡାମି ଯୋଗୁଁ ପୃଥିବୀ ସାରା ୧୧୮୦୦୦ କୋଟି ଟଙ୍କାର[୧୦] କ୍ଷତି ହୋଇସାରିଲାଣି । ଅନେକ କମ୍ପାନୀ କୁତ୍ରିମ ବୁଦ୍ଧିମତ୍ତାଦ୍ୱାରା ଏହି ଭାଣ୍ଡାମି ରୋକିବାକୁ ଚେଷ୍ଟା କରୁଛନ୍ତି।[୧୧]

ବ୍ୟାଙ୍କିଂ ଚାଟ ବଟ[ସମ୍ପାଦନା]

୨୦୧୮କୁ ଚାଟ ବଟର ବର୍ଷ ଭାବରେ କୁହାଯାଉଛି ।[୧୨][୧୩][୧୪] ଚାଟ ବଟର ବହୁଳ ଲୋକପ୍ରିୟତା ଏହା କରିଦେଖେଇବାକୁ ଯାଉଛି। ୨୦୨୦ ସୁଦ୍ଧା ଶତକଡ଼ା ୮୫ ଭାଗ ବ୍ୟାଙ୍କିଂ କାମ ଲୋକମାନେ ଚାଟ ବଟଦ୍ୱାରା କରିବେ ବୋଲି ଆକଳନ କରାଯାଉଛି[୧୫]। ନିଜର କର୍ମଚାରୀମାନଙ୍କର ନିତିଦିନିଆ କାମ ଗୁଡ଼ିକ ଯେଉଁଥିରେ ଅଧିକ ମୁଣ୍ଡ ଖଟାଇବାକୁ ପଡ଼େନି ସେହିସବୁ କାମଗୁଡ଼ିକୁ ଏବେ ଚାଟ ବଟକୁ ଦିଆ ଯାଉଛି। ଉଦାହରଣ ସ୍ୱରୂପ ନିଜର ବ୍ୟାଙ୍କ ବାଲାନ୍ସ ଜାଣିବା, ଚେକ ବୁକ ନୂଆ ମଗେଇବା, ସୁଧର ହାର ଜାଣିବା ଏସବୁ ବର୍ତ୍ତମାନ ଚାଟ ବଟ ଏବଂ ଇଣ୍ଟରନେଟ ମୋବାଇଲଦ୍ୱାରା ଘରେ ବସି ହେଇପାରୁଛି। କିଛି ପ୍ରମୁଖ ବ୍ୟାଙ୍କ ଯାହା ଏସବୁ କରିସାରିଲେଣି ସେମାନଙ୍କର ନାମ ହେଲା: ବ୍ୟାଙ୍କ ଅଫ ଆମେରିକା[୧୬], ଜେପି ମୋରଗାନ ଚେଜ, କ୍ୟାପିଟାଲ ଓ୍ବାନ, ମାଷ୍ଟର କାର୍ଡ, ଆମେରିକାନ ଏକ୍ସପ୍ରେସ ଇତ୍ୟାଦି[୧୭]

ଭାରତୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଚାଟ ବଟ ଉପରେ କାମ କରିବା ଆରମ୍ଭ କରିସାରିଲେଣି।[୧୮][୧୯] ମୁଖ୍ୟତଃ ଏଚଡିଏଫସି ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଏଥିପାଇଁ ଅଧିକ ତତ୍ପର ଥିବା ଭଳି ଲାଗୁଛି[୨୦]

ଭିଡିଓ ଗେମ[ସମ୍ପାଦନା]

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ବିଶେଷ ବିଭାଗ ଟ୍ରାନ୍ସଫର ଲର୍ଣିଂ ଏବଂ ରିଏନ୍ଫୋର୍ସମେଣ୍ଟ ଲର୍ଣିଂଦ୍ୱାରା ବିଭିନ୍ନ ଭିଡିଓ ଗେମରେ ଯନ୍ତ୍ର ମନୁଷ୍ୟକୁ ହରାଇଲାଣି । କେତେକ ଉଦାହରଣ ହେଲା ଗୋ[୨୧], ଡୋଟା୨[୨୨] ଇତ୍ୟାଦି ।

ସାମରିକ[ସମ୍ପାଦନା]

ସାମରିକ କ୍ଷେତ୍ରରେ ଏଆଇର ପ୍ରୟୋଗକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରାଯାଉଛି। ଏହାଦ୍ୱାରା ମନୁଷ୍ୟ ସମାଜର କ୍ଷତି ହୋଇପାରେବୋଲି ଆଶଙ୍କା କରି ଇଲନ ମସ୍କଙ୍କ ଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ଏଆଇ ଉଦ୍ୟୋଗଗୁଡ଼ିକୁ ସାମରିକ କ୍ଷେତ୍ରରେ ବ୍ୟବହାର କରିବେ ନାହିଁ ବୋଲି ଶପଥ କରିଛନ୍ତି।[୨୩][୨୪][୨୫] ଗୁଗଲର କର୍ମଚାରୀମାନଙ୍କ ତୀବ୍ର ବିରୋଧ ଯୋଗୁଁ[୨୬] ପ୍ରୋଜେକ୍ଟ ମବେନ୍ ନାମକ ଏକ ଦ୍ରୋଣ୍ ନିର୍ମାଣ ଚୁକ୍ତିରୁ ଗୁଗଲ ଓହରିଗଲା ।[୨୭]

ବିଜ୍ଞାପନ[ସମ୍ପାଦନା]

ଏଆଇଦ୍ୱାରା ନେଟଫ୍ଲିକ୍ସ ନାମକ ଏକ ମନୋରଞ୍ଜନ ଭିଡିଓ ଯୋଗାଉଥିବା କମ୍ପାନୀ ଦର୍ଶକମାନଙ୍କୁ ସେମାନେ ପୂର୍ବରୁ ଦେଖିଥିବା ଭିଡିଓ ହିସାବରେ ନୂଆ ଭିଡିଓ ସୁପାରିଶ କରିଥାଏ ।[୨୮]

ସର୍ଚ୍ଚ ଇଞ୍ଜିନଗୁଡ଼ିକ ଏଆଇଦ୍ୱାରା ବ୍ୟବହାରକାରୀମାନେ କେଉଁ କେଉଁ ୱେବସାଇଟ ଦେଖୁଛନ୍ତି ସେହି ହିସାବରେ ବିଜ୍ଞାପନ ଦେଖାନ୍ତି ।[୨୯]

ଏହି ଆଧାରଗୁଡ଼ିକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://thenextweb.com/artificial-intelligence/2017/04/13/artificial-intelligence-revolutionizing-healthcare/
  2. https://www.nature.com/articles/nature21056.epdf
  3. https://www.theguardian.com/technology/2016/jul/05/google-deepmind-nhs-machine-learning-blindness
  4. https://venturebeat.com/2018/08/13/deepminds-ai-can-recommend-treatment-for-more-than-50-eye-diseases-with-94-accuracy/
  5. https://ai.googleblog.com/2018/10/applying-deep-learning-to-metastatic.html
  6. http://fortune.com/2017/02/01/ibm-watson-cancer-florida-hospital/
  7. https://www.businessinsider.in/19-companies-racing-to-put-self-driving-cars-on-the-road-by-2021/Tesla-is-aiming-to-have-its-driverless-technology-ready-by-2018-/slideshow/54904971.cms
  8. https://www.bankrate.com/auto/6-firms-that-are-testing-driverless-cars/
  9. ୯.୦ ୯.୧ ୯.୨ https://igniteoutsourcing.com/publications/artificial-intelligence-in-automotive-industry/
  10. https://www.javelinstrategy.com/press-release/false-positive-card-declines-push-consumers-abandon-issuers-and-merchants
  11. https://cointelegraph.com/news/3-ways-artificial-intelligence-is-changing-the-finance-industry
  12. https://chatbotsmagazine.com/2018-the-year-of-the-chatbot-fc5a5f780a31
  13. https://www.information-management.com/opinion/2018-will-be-the-year-of-the-chatbot[permanent dead link]
  14. https://moxiworks.com/blogs/2018-year-chatbot
  15. https://chatbotsmagazine.com/banking-chatbots-saga-which-are-the-top-5-banks-that-have-adopted-chatbots-8160fdcd495
  16. https://www.cnbc.com/2016/10/24/bank-of-america-launches-ai-chatbot-erica--heres-what-it-does.html
  17. "ଆର୍କାଇଭ୍ କପି". Archived from the original on 2018-08-15. Retrieved 2018-07-23. {{cite web}}: Cite has empty unknown parameter: |1= (help)
  18. https://www.techemergence.com/ai-applications-in-the-top-4-indian-banks/
  19. https://www.livemint.com/Money/jQEQNXyfLkW1kY5FihFBHM/Indian-banks-seek-artificial-intelligence.html
  20. "ଆର୍କାଇଭ୍ କପି". Archived from the original on 2018-07-25. Retrieved 2018-07-23. {{cite web}}: Cite has empty unknown parameter: |1= (help)
  21. https://techcrunch.com/2017/05/23/googles-alphago-ai-beats-the-worlds-best-human-go-player/
  22. https://www.theverge.com/2017/8/11/16137388/dota-2-dendi-open-ai-elon-musk
  23. https://www.theverge.com/2018/7/18/17582570/ai-weapons-pledge-elon-musk-deepmind-founders-future-of-life-institute
  24. https://www.cnet.com/news/elon-musk-google-deepmind-pledge-no-deadly-ai-autonomous-weapons/
  25. https://www.technowize.com/elon-musk-deepmind-founders-and-others-pledge-not-to-develop-ai-weapon-systems/
  26. https://www.fedscoop.com/google-employees-resign-project-maven/
  27. https://www.weeklystandard.com/klon-kitchen/google-withdraws-from-pentagon-project-maven-with-potential-future-consequences-for-national-security
  28. https://www.businessinsider.in/Netflix-lifted-the-lid-on-how-the-algorithm-that-recommends-you-titles-to-watch-actually-works/articleshow/51158848.cms
  29. https://www.searchenginejournal.com/google-algorithm-history/rankbrain/