ଅନେକ ଶରତ

ଉଇକିପିଡ଼ିଆ‌ରୁ
(Anek Sharataରୁ ଲେଉଟି ଆସିଛି)
ଅନେକ ଶରତ  
ଲେଖକସୀତାକାନ୍ତ ମହାପାତ୍ର
ଦେଶଭାରତ
ଭାଷାଓଡ଼ିଆ
ବିଷୟଭ୍ରମଣ କାହାଣୀ
ପ୍ରକାଶକପକ୍ଷୀଘର ପ୍ରକାଶନୀ (ପଞ୍ଚମ ଓଡ଼ିଆ ସଂସ୍କରଣ)
ଭାରତୀୟ ଜ୍ଞାନପୀଠ (ଅନ୍ୟାନ୍ୟ ଭାରତୀୟ ଭାଷା ସଂସ୍କରଣ)[୨]
ପ୍ରକାଶ ତାରିଖ୧୯୮୧ (ପ୍ରଥମ ସଂସ୍କରଣ)[୧],
୨୦୧୩ (ପଞ୍ଚମ ସଂସ୍କରଣ)
ମାଧ୍ୟମ ପ୍ରକାରମୋଟା କାଗଜ ମଲାଟ, ବନ୍ଧେଇ
ପୃଷ୍ଠା୧୫୪
ISBNଅଜଣା

ଅନେକ ଶରତ ସୀତାକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ ଏକ ଭ୍ରମଣ କାହାଣୀ ଅଟେ ।[୧][୨] ଏହା ଲେଖକଙ୍କ ସଭିଏତ ୟୁନିଅନ, ଯୁଗୋସ୍ଲୋଭକିଆ ଓ ରୁମାନତଆ ପରିଭ୍ରମଣର ଏକ କବ୍ୟିକ ଆଲେଖ ।[୩] ଏହି ଭ୍ରମଣ କାହାଣୀଟି ଓଡ଼ିଆ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ସମୀକ୍ଷା[ସମ୍ପାଦନା]

ପାଶ୍ଚାତ୍ୟ ସାହିତ୍ୟ ଓ ସଂସ୍କୃତି ସହ ଗଭୀର ଭାବେ ପରିଚିତ ସୀତାକାନ୍ତ ମହାପାତ୍ର କବିର ଆଖି ନେଇ ଏଇ ତିନୋଟି ପୂର୍ବ ୟୁରୋପୀୟ ଦେଶର ସମାଜ, ଚଳଣି, ସଂସ୍କୃତି, କବିତା ଇତ୍ୟାଦିକୁ ଦେଖିଛନ୍ତି । ତାଙ୍କର ଗଭୀର ବିଶ୍ଲେଷଣାତ୍ମକ ଦୃଷ୍ଟିଭଙ୍ଗୀ, ସୃଜନଶୀଳ ଆଭିମୁଖ୍ୟ ଓ କବି ସୁଲଭ ଆତ୍ମ-ନିରୀକ୍ଷଣ ବହିଟିର ପ୍ରତିଟି ପୃଷ୍ଠାରେ ପ୍ରତିଫଳିତ । ଏଥିରେ ଆମେ ଭେଟୁ ରେନେସାଁର ପ୍ରଥମ ଅଭ୍ୟାସ ରୂପେ ମାସିଡୋନିଆର ପାନ୍ତଲେଜମନ୍‌ର ଚମତ୍କାର ଫ୍ରେସ୍କୋଙ୍କୁ; ରୋମନିଆର ରାଜଧାନୀ, ପୂର୍ବ ଇଉରୋପର ପ୍ୟାରିସ ଭାବେ ଖ୍ୟାତ ବୁକୁରେସ୍ତିକୁ ତଥା ରୋମାନିଆର ରିଭିଏରାକୁ । ଆମେ ଭେଟୁ କକେସସ୍ ପର୍ବତମାଳାସାଇବେରିଆର ଅନ୍ତହୀନ ବିସ୍ତୃତିରେ ପୃଥିବୀର ଗଭୀରତମ ବୈକାଲ ହ୍ରଦକୁଇରକୁଟ୍‌ସ୍କ ସହରକୁ । ଭେଟୁ ସଂସ୍କୃତିର ପ୍ରାଣକେନ୍ଦ୍ର ଲେନିନ୍‌ଗ୍ରାଡ଼ରେ ଜାରଙ୍କ କାରାଗାରରେ ବନ୍ଦୀ ଦସ୍ତାଭିକଙ୍କ ପାଦର ଶିକୁଳୀକୁ; ତରବାରୀ ସଙ୍ଘାତରେ ମରିଶୋଇଥିବା ପୁସ୍‌କିନ୍ ଓ ଲେର୍‌ମାଣ୍ଟୋଭଙ୍କୁ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sitakant Mahapatra to get 'Padma Vibhushan'". Odisha Now. 25/1/2011. Retrieved 18 January 2014. {{cite news}}: Check date values in: |date= (help)[permanent dead link]
  2. ୨.୦ ୨.୧ ଗୁଗୁଲ ବୁକ. "Anek sharat: (travelogue)". ଭାରତୀୟ ଜ୍ଞାନପୀଠ. Retrieved 18 January 2014.
  3. ୩.୦ ୩.୧ ସୀତାକାନ୍ତ ମହାପାତ୍ର (୨୦୧୩). ଅନେକ ଶରତ (ପଛ ମଲାଟ). ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ.

ବାହାର ଲିଙ୍କ[ସମ୍ପାଦନା]