ଅନନ୍ତ ବଳଦେବଜୀଉ ମନ୍ଦିର
| ଅନନ୍ତ ବଳଦେବଜୀଉ ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ବାଲେଶ୍ୱର |
| Location | |
| ସ୍ଥାନ | ଅନ୍ତପୁର |
| State | ଓଡ଼ିଶା |
| Country | ଭାରତ |
ଅନନ୍ତ ବଳଦେବଜୀଉ ମନ୍ଦିର ବାଲେଶ୍ୱରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।[୧][୨] ଏହି ମନ୍ଦିରଟିରେ ବଳଦେବଜୀଉ ପୂଜା ପାଉଛନ୍ତି । ୧୨୮୯ ସନରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା ।
ଅବସ୍ଥିତି
[ସମ୍ପାଦନା]ଏହି ମନ୍ଦିରଟି ବାଲେଶ୍ୱର ଜିଲ୍ଲାର ସୋରୋ ବ୍ଲକ ଅନ୍ତର୍ଗତ ଅନନ୍ତପୁର ପାଖରେ ଥିବା ଗୁଡ୍ ଗ୍ରାମରେ ଅବସ୍ଥିତ । ମନ୍ଦିରଟି ଉଭୟ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସୀମା ପାଖରେ ଅବସ୍ଥିତ । ଏହି ମନ୍ଦିରଟି ଭଦ୍ରକ ଜିଲ୍ଲାର ବାସୁଦେବପୁରଠାରୁ ୮ କିଲୋମିଟର ଏବଂ ସୋରୋଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]
ଏହି ମନ୍ଦିରଟି ସନ ୧୨୯୨ରେ ନିର୍ମାଣ ହୋଇଥିବା କଥା ମନ୍ଦିର କାନ୍ଥରେ ଲାଗିଥିବା ଫଳକରୁ ଜଣାଯାଏ । ଏହି ଫଳକ ଅନୁସାରେ ମନ୍ଦିରର ନିର୍ମାଣ ଜନାର୍ଦ୍ଦନ ମଙ୍ଗରାଜଙ୍କ ସମୟରେ ହୋଇଥିଲା । ସେତେବେଳେ ଏହି ଜାଗାରେ ମଙ୍ଗରାଜଙ୍କର ରାଜଧାନୀ ଥିଲା । ଚୈତନ୍ୟ ଚରଣ ଦେ ନାମକ ଜଣେ ବ୍ୟକ୍ତ ଏହି ମନ୍ଦିରର ନିର୍ମାଣ କରିଥିଲେ ବୋଲି ଉଲ୍ଲେଖ ଅଛି ।
ମନ୍ଦିର
[ସମ୍ପାଦନା]ଏହି ମନ୍ଦିର ବେଢ଼ା ଭିତରେ ଶ୍ରୀ ବଳଦେବଜୀଉଙ୍କର ଏକ ମନ୍ଦିର ରହିଛି, ଯେଉଁଠି ବଳଦେବ ମୂର୍ତ୍ତୀ ଆକାରରେ ପୂଜା ପାଉଛନ୍ତି । ମନ୍ଦିରର ଭିତରପାଖ ପାଚେରୀରେ ବାମପଟେ ନବଗ୍ରହଙ୍କ ସମେତ ଗଣେଶଙ୍କର ପ୍ରତିମୂର୍ତ୍ତି କରାଯାଇଛି ଏବଂ ଦକ୍ଷିଣ ପଟେ କୃଷ୍ଣ-ବଳରାମଙ୍କର ବାଲ୍ୟଲୀଳା ତଥା କିଛି ଅନ୍ୟାନ୍ୟ ଦୃଷ୍ଟାନ୍ତ ରହିଛି ।

ଆଧାର
[ସମ୍ପାଦନା]- ↑ "Important Places of Balasore". www.balasore.org. Archived from the original on 12 August 2018. Retrieved 2 August 2018.
- ↑ "Gud Village , Soro Tehsil , Baleshwar District". www.onefivenine.com. Retrieved 2 August 2018.