ଅନନ୍ତ ବଳଦେବଜୀଉ ମନ୍ଦିର
ଅନନ୍ତ ବଳଦେବଜୀଉ ମନ୍ଦିର | |
---|---|
![]() | |
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist. | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 21°18′N 86°7′E / 21.300°N 86.117°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ଅବସ୍ଥିତି | ଅନ୍ତପୁର |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ବଳଦେବଜୀଉ |
Architecture | |
ମନ୍ଦିର ସଂଖ୍ୟା | ୧ |
ଅନନ୍ତ ବଳଦେବଜୀଉ ମନ୍ଦିର ବାଲେଶ୍ୱରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।[୧][୨] ଏହି ମନ୍ଦିରଟିରେ ବଳଦେବଜୀଉ ପୂଜା ପାଉଛନ୍ତି । ୧୨୮୯ ସନରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା ।
ଅବସ୍ଥିତି[ସମ୍ପାଦନା]
ଏହି ମନ୍ଦିରଟି ବାଲେଶ୍ୱର ଜିଲ୍ଲାର ସୋରୋ ବ୍ଲକ ଅନ୍ତର୍ଗତ ଅନନ୍ତପୁର ପାଖରେ ଥିବା ଗୁଡ୍ ଗ୍ରାମରେ ଅବସ୍ଥିତ । ମନ୍ଦିରଟି ଉଭୟ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସୀମା ପାଖରେ ଅବସ୍ଥିତ । ଏହି ମନ୍ଦିରଟି ଭଦ୍ରକ ଜିଲ୍ଲାର ବାସୁଦେବପୁରଠାରୁ ୮ କିଲୋମିଟର ଏବଂ ସୋରୋଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ ।
ଇତିହାସ[ସମ୍ପାଦନା]
ଏହି ମନ୍ଦିରଟି ସନ ୧୨୯୨ରେ ନିର୍ମାଣ ହୋଇଥିବା କଥା ମନ୍ଦିର କାନ୍ଥରେ ଲାଗିଥିବା ଫଳକରୁ ଜଣାଯାଏ । ଏହି ଫଳକ ଅନୁସାରେ ମନ୍ଦିରର ନିର୍ମାଣ ଜନାର୍ଦ୍ଦନ ମଙ୍ଗରାଜଙ୍କ ସମୟରେ ହୋଇଥିଲା । ସେତେବେଳେ ଏହି ଜାଗାରେ ମଙ୍ଗରାଜଙ୍କର ରାଜଧାନୀ ଥିଲା । ଚୈତନ୍ୟ ଚରଣ ଦେ ନାମକ ଜଣେ ବ୍ୟକ୍ତ ଏହି ମନ୍ଦିରର ନିର୍ମାଣ କରିଥିଲେ ବୋଲି ଉଲ୍ଲେଖ ଅଛି ।
ମନ୍ଦିର[ସମ୍ପାଦନା]
ଏହି ମନ୍ଦିର ବେଢ଼ା ଭିତରେ ଶ୍ରୀ ବଳଦେବଜୀଉଙ୍କର ଏକ ମନ୍ଦିର ରହିଛି, ଯେଉଁଠି ବଳଦେବ ମୂର୍ତ୍ତୀ ଆକାରରେ ପୂଜା ପାଉଛନ୍ତି । ମନ୍ଦିରର ଭିତରପାଖ ପାଚେରୀରେ ବାମପଟେ ନବଗ୍ରହଙ୍କ ସମେତ ଗଣେଶଙ୍କର ପ୍ରତିମୂର୍ତ୍ତି କରାଯାଇଛି ଏବଂ ଦକ୍ଷିଣ ପଟେ କୃଷ୍ଣ-ବଳରାମଙ୍କର ବାଲ୍ୟଲୀଳା ତଥା କିଛି ଅନ୍ୟାନ୍ୟ ଦୃଷ୍ଟାନ୍ତ ରହିଛି ।
ଆଧାର[ସମ୍ପାଦନା]
- ↑ "Important Places of Balasore". www.balasore.org. Retrieved 2 August 2018.
- ↑ "Gud Village , Soro Tehsil , Baleshwar District". www.onefivenine.com. Retrieved 2 August 2018.
ବାହାର ଆଧାର[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ଅନନ୍ତ ବଳଦେବଜୀଉ ମନ୍ଦିର ବାବଦରେ ମାଧ୍ୟମ ରହିଛି । |