ଅନନ୍ତ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
(Anant Kumar Pandaରୁ ଲେଉଟି ଆସିଛି)
ଅନନ୍ତ କୁମାର ପଣ୍ଡା
Born(1934-11-01)୧ ନଭେମ୍ବର ୧୯୩୪
ଭୋଗରାଇ, ବାଲେଶ୍ୱର
Died୧୫ ଫେବୃଆରୀ ୨୦୧୭(2017-02-15) (ବୟସ ୮୨)
ଭୁବନେଶ୍ୱର
Nationalityଭାରତୀୟ
Alma materଫକୀର ମୋହନ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ
Childrenଉଦ୍ଦୀପନ ପଣ୍ଡା

ଅନନ୍ତ କୁମାର ପଣ୍ଡା(୦୧ ନଭେମ୍ବର ୧୯୩୪-୧୫ ଫେବୃଆରୀ ୨୦୧୭), ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ଜନ୍ମିତ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ । ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ନିପୁଣତା ପାଇଁ, ତାଙ୍କୁ ଧର୍ମପଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୧] ଭାସ୍କର୍ଯ୍ୟ କଳା ବ୍ୟତିତ ତୈଳଚିତ୍ର, ଅଭିନୟ ଓ ଗଳ୍ପରଚନା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ବିଭବ ଥିଲା ।

ଜୀବନୀ[ସମ୍ପାଦନା]

ଅନନ୍ତ, ୧୯୩୪ ମସିହାରେ ଭୋଗରାଇଠାରେ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରୁ ସେ କଳା, ଅଭିନୟ ଓ ଛାତ୍ର ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ । ଫକୀର ମୋହନ କଲେଜରେ ପାଠ ପଢ଼ିବା ବେଳେ, ମାଣିକ ଯୋଡ଼ି ନାଟକରେ ନାରୀ ଭୂମିକାରେ ଅଭିନୟ କରି, ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେ ୧୯୫୯ ମସିହାରେ ଶାନ୍ତି ନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିପ୍ଲୋମା କରିଥିଲେ । ପ୍ରଥମ ଓଡ଼ିଆ ଭାବରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଛାତ୍ରସଂଘର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।[୨] ସେ ବାଲେଶ୍ୱର ଜିଲ୍ଲା ଛାତ୍ର ସଂଘର ସଭାପତି, ଭାରତୀୟ ଗଣତାନ୍ତ୍ରିକ ଯୁବ ଫେଡେରେସନର ସଭ୍ୟ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୧୫ତାରିଖରେ ତାଙ୍କର ନିଧନ ହୋଇଥିଲା ।

କଳାକୃତି[ସମ୍ପାଦନା]

ରାଜ୍ୟ ତଥା ରାଜ୍ୟ ବାହାରେ ବହୁସ୍ଥାନରେ ଅନନ୍ତଙ୍କ କଳାକୃତି ସ୍ଥାନ ପାଇଛି :

  • ପାଟନା ରାଜଭବନ
  • ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ
  • ଏକାଡେମୀ ଅଫ ଫାଇନ ଆର୍ଟସ, କଲିକତା
  • ଇଣ୍ଡିଆ ଟବାକୋ କମ୍ପାନୀ, ପାଟନା
  • ନ୍ୟାସନାଲ ଗ୍ୟାଲେରି ଅଫ ମଡର୍ଣ୍ଣ ଆର୍ଟ, ନୂଆଦିଲ୍ଲୀ
  • ଭାସ୍କର୍ଯ୍ୟ ଉଦ୍ୟାନ, ଜମ୍ମୁ କାଶ୍ମୀର
  • ଅର୍ବାନ କମିଶନ, ଦିଲ୍ଲୀ
  • ଓଡ଼ିଶା ବିଧାନ ସଭା

ସାହିତ୍ୟକୃତି[ସମ୍ପାଦନା]

  • ସ୍ୱରାଜର ସ୍ୱପ୍ନ(କ୍ଷୁଦ୍ରଗଳ୍ପ ସଂକଳନ)
  • ହେମର କାହାଣୀ(ଗୀତିକବିତା ସଂକଳନ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ- (୧୯୬୨-୬୩)
  • ଧର୍ମପଦ ପୁରସ୍କାର - ୨୦୦୨[୩]

ଆଧାର[ସମ୍ପାଦନା]

  1. http://odishalalitkalaakademi.org/Pages/awards/
  2. "ପରଲୋକରେ ଚିତ୍ରଶିଳ୍ପୀ ଅନନ୍ତ". ଧରିତ୍ରୀ ୧୬/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 16 February 2017.
  3. ସମ୍ବାଦ ୧୬/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪ http://www.sambadepaper.com/Details.aspx?id=331416&boxid=31017401. Retrieved 16 February 2017. {{cite news}}: Missing or empty |title= (help)[permanent dead link]