Jump to content

ଅଜିତ ପାଲ ସିଂହ

ଉଇକିପିଡ଼ିଆ‌ରୁ
(Ajit Pal Singhରୁ ଲେଉଟି ଆସିଛି)
ଅଜିତ ପାଲ ସିଂହ
ବ୍ୟକ୍ତିଗତ ସୂଚନା
Full name ଅଜିତ ପାଲ ସିଂହ
ଜନ୍ମ (1947-04-01) ୧ ଅପ୍ରେଲ ୧୯୪୭ (ବୟସ ୭୮)
ସଂସାରପୁର, ପଞ୍ଜାବ, ଭାରତ
ଉଚ୍ଚତା 5 ft 10 in (1.78 m)[]
Playing position Halfback
Medal record
Men's field hockey
Competitor for  ଭାରତ
Olympic Games
Bronze1968 Mexico CityTeam
Bronze1972 MunichTeam
Hockey World Cup
Bronze1971 BarcelonaTeam
Silver1973 AmsterdamTeam
Gold1975 Kuala LumpurTeam

ଅଜିତ ପାଲ ସିଂହ, (ଜନ୍ମ ୧ ଅପ୍ରେଲ ୧୯୪୭[]), ପଞ୍ଜାବର ସଂସାରପୁର ଅଞ୍ଚଳର ଜଣେ ଭାରତୀୟ ପେଶାଦାର ହକି ଖେଳାଳୀ । ସେ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ତାଙ୍କୁ ୧୯୭୦ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୭୫ ମସିହାରେ କୁଆଲା ଲୁମ୍ପୁର, ମାଲେସିଆରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟକ ଥିଲେ ।

ସେ ୧୯୮୬ରୁ ୧୯୭୬ ମଧ୍ୟରେ ତିନିଥର ଅଲିମ୍ପିକ୍‌ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ଦୁଇ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ପାଇଥିଲେ ।[] ସେ ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍‌ସ ପାଇଁ ଭାରତର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ପ୍ରଥମ ଥର ପାଇଁ କୌଣସି ଖେଳାଳୀକୁ ଏହି ଅଧିକାର ଦିଆଯାଇଥିଲା, କାରଣ ଏହା ପୂର୍ବରୁ କୌଣସି ରାଜନୀତିକ ବ୍ୟକ୍ତି କିମ୍ବା ପଦାଧିକାରୀ ଏଥିରେ ନିଯୁକ୍ତ ହେଉଥିଲେ ।[] ମାତ୍ର ସେ ଭାରତର ଅଭିନୟକାରୀ ମୁଖ୍ୟ ଥିଲେ । ସ୍ପଣ୍ଡିଲାଇଟିସ କାରଣରୁ ସେ ପ୍ରତିଯୋଗିତାକୁ ଯାଇ ପାରିନଥିଲେ ।[] ଭାରତୀୟ ଅଲିମ୍ପିକ ସଂଦଠନର ୭ ଜଣ କର୍ମକର୍ତ୍ତା ଅପ୍ରେଲ ୨୦୧୨ରେ ଅଜିତ ପାଲ ସିଂହଙ୍କ ନେତୃତ୍ୱରେ ବଛା ଯାଇଥିଲେ । ସେ ମଧ୍ୟ ବର୍ତ୍ତମାନ ମାତା ପ୍ରକାଶ କୌର କପ୍ ପାଇଁ ସର୍ବ ଭାରତୀୟ ବଲ‌ୱନ୍ତ ସିଂହ ହକି ପ୍ରତିଯୋଗିତାର ଆୟୋଜକ ସଭ୍ୟ ଅଛନ୍ତି, ଯାହା ପ୍ରତିବର୍ଷ ୧୬ ବର୍ଷରୁ କମ୍ ବାଳକମାନଙ୍କ ପାଇଁ ଆୟୋଜିତ ହୋଇଥାଏ । ସେ ବେସାମରିକ ଉପାଧୀ ପଦ୍ମଶ୍ରୀରେ ୧୯୯୨ ମସିହାରେ ସମ୍ବର୍ଦ୍ଧିତ ହୋଇଥିଲେ ।[]

ପିଲାଦିନ

[ସମ୍ପାଦନା]

ଅଜିତ ପାଲ ୧ ଅପ୍ରେଲ ୧୯୪୭ରେ ପଞ୍ଜାବର ଜଳନ୍ଧର ସେନା ଛାଉଣୀ ନିକଟରେ ସଂସାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଯାହା ପ୍ରସିଦ୍ଧ ହକି ଖେଳାଳୀଙ୍କ ଜନ୍ମସ୍ଥାନ ରୂପେ ଖ୍ୟାତି ଅର୍ଜିଥିଲା । ଏହି ଗ୍ରାମ ବ‌ହୁ ସଂଖ୍ୟକ ଆନ୍ତର୍ଜାତୀୟ ହକି ଖେଳାଳୀଙ୍କ ଗ୍ରାମ ଅଟେ ।

ଘରୋଇ ହକି

[ସମ୍ପାଦନା]

୭/୮ ବର୍ଷ ବୟସରେ ତାଙ୍କୁ ପ୍ରଥମେ ତାଙ୍କ ଦାଦା ଏକ ହକି ବାଡି ଧରାଇଥିଲେ । ସେ କ୍ୟାଣ୍ଟନମେଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଳନ୍ଧରରେ ପଢ଼ିଥିଲେ । ସେ ୧୬ ବର୍ଷ ବୟସରେ ୧୯୬୩ରେ ପଞ୍ଜାବ ରାଜ୍ୟ ବିଦ୍ୟାଳୟ ହକି ଦଳରେ ଥିଲେ । ପ୍ରଥମେ ସେ ଫୁଲ ବ୍ୟାକ୍ ସ୍ଥାନ (Full Back position)ରେ ଖେଳୁଥିଲେ ।୧୯୬୪ରେ ସେ ଲୀଲାପୁର ଖାଲସା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲେ । ସେଠାରେ ୪ ବର୍ଷ ମଧ୍ୟରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ନିଜ ମହାବିଦ୍ୟାଳୟକୁ ୩ ଥର ଜିତାଇଥିଲେ । ଏହିଠାରେ ସେ ଫୁଲ୍ ବ୍ୟାକ୍‌ରୁ ସେଣ୍ଟର ହାଫ୍ (Center Half), ନିଜ ମୂଳ ସ୍ଥାନ‌କୁ ଯାଇଥିଲେ । ୧୯୬୬ରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ହକି ପ୍ରତିଯୋଗିଟାର ଅଧିନାୟକ ହେଲେ ଓ ୧୯୬୮ରେ ଭାରତୀୟ ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କଲେ ।

ଆନ୍ତର୍ଜାତୀୟ ହକି

[ସମ୍ପାଦନା]

ଅଜିତ ପାଲ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପ୍ରତିଯୋଗିତା ୧୯୬୦ରେ ବମ୍ବେଠାରେ ଖେଳିଥିଲା । ସେ ୧୯୬୬ରେ ଜାପାନ ଯାଇଥିବା ଭାରତୀୟ ଦଳରେ ଥିଲେ । ଏହା ପରବର୍ଷ ପ୍ରି-ଅଲିମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପୁଣିଥରେ ସେ ୧୯୬୮ ମସିହାରେ ମେକ୍ସିକୋ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଭାଗନେଇଥିଲେ । ଯଦିଓ ଭାରତୀୟ ଦଳ ଏଥିରେ ତୃତୀୟ ସ୍ଥାନ ଅଧିକାର କରିଥିଲା, ତେବେ ଅଜିତଙ୍କ ଖେଳ ଉଚ୍ଚମାନର ଥିଲା । ସେ ୧୯୭୦ ମସିହାରେ ବ୍ୟାଙ୍ଗକ‌କ୍ ଏସୀୟ କ୍ରୀଡାରେ ଭାଗନେଇଥିଲେ ଓ ୧୯୭୧ରେ ସିଙ୍ଗାପୁରରେ ହୋଇଥିବା ଶୁଆନ ପ୍ରତିଯୋଗିତା ପରେ ୧୯୭୪ ତେହରାନ ଏସୀୟ ପ୍ରତିଯୋଗିତାରେ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ । ଉଭୟ ପ୍ରତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା । ସେ ୧୯୭୨ ମସିହା ମୁନିଚ ଅଲିମ୍ପିକ୍‌ସରେ ଭାଗନେଇଥିଲେ, ଯେଉଁଠାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିଲା । ସେ ୧୯୭୫ରେ କୁଆଲା ଲୁମ୍ପୁରଠାରେ ହୋଇଥିବା ବିଶ୍ୱ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟ ଦେଇଥିଲେ । ମାତ୍ର ୧୯୭୪ ମଣ୍ଟ୍ରିଲ ଅଲିମ୍ପିକ୍‌ସରେ ଭାରତୀୟ ଦଳ ଅତି ଖରାପ ଖେଳି ୭ମ ସ୍ଥାନ ଅଧିକାର କରିଥିଲା । ଏହି ବିପର୍ଯ୍ୟୟ ପରେ ୧୯୮୦ ମସିହାରେ କରାଚୀରେ ଚମ୍ପିଅନସ ପ୍ରତିଯୋଗିତାରେ ନିଜ ଶେଷ ଖେଳ ଖେଳି ଅଜିତ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଥିଲେ । ତେବେ ଆନ୍ତର୍ଜାତୀୟ ଖେଳରୁ ଅବସର ପରେ ମଧ୍ୟ ସେ ଘରୋଇ ଖେଳରେ ସୀମା ସୁରକ୍ଷା ବାହିନୀ ତରଫରୁ ହକି ଖେଳୁଥିଲେ ।

ପୁରସ୍କାର

[ସମ୍ପାଦନା]

ଭାରତୀୟ ହକିକୁ ସଫଳ ଅବଦାନ ପାଇଁ, ଅଜିତଙ୍କୁ ୧୯୭୦ରେ ଅର୍ଜୁନ ପୁରସ୍କାର ଓ ୧୯୯୨ରେ ପଦ୍ମଶ୍ରୀ ପୁରସ୍କାର ଦିଆ ଯାଇଥିଲା ।[]

  1. "Player's Profile".
  2. "Sikh-History.com". Archived from the original on 24 December 2018. Retrieved 28 September 2015.
  3. "Ajitpal Singh". Olympics at Sports-Reference.com. Sports Reference LLC.
  4. http://www.deccanherald.com/content/239075/ajit-pal-singh-named-indian.html
  5. "Brigadier Raja named India's acting Chef-de-Mission". The Hindu. Chennai, India. 27 July 2012.
  6. 1 2 "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.