ଅଜିତ ପାଲ ସିଂହ
ବ୍ୟକ୍ତିଗତ ସୂଚନା | ||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Full name | ଅଜିତ ପାଲ ସିଂହ | |||||||||||||||||||||||||||||||
ଜନ୍ମ |
ସଂସାରପୁର, ପଞ୍ଜାବ, ଭାରତ | ୧ ଅପ୍ରେଲ ୧୯୪୭|||||||||||||||||||||||||||||||
ଉଚ୍ଚତା | 5 ft 10 in (1.78 m)[୧] | |||||||||||||||||||||||||||||||
Playing position | Halfback | |||||||||||||||||||||||||||||||
Medal record
|
ଅଜିତ ପାଲ ସିଂହ, (ଜନ୍ମ ୧ ଅପ୍ରେଲ ୧୯୪୭[୨]), ପଞ୍ଜାବର ସଂସାରପୁର ଅଞ୍ଚଳର ଜଣେ ଭାରତୀୟ ପେଶାଦାର ହକି ଖେଳାଳୀ । ସେ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ତାଙ୍କୁ ୧୯୭୦ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୭୫ ମସିହାରେ କୁଆଲା ଲୁମ୍ପୁର, ମାଲେସିଆରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟକ ଥିଲେ ।
ସେ ୧୯୮୬ରୁ ୧୯୭୬ ମଧ୍ୟରେ ତିନିଥର ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ଦୁଇ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଥିଲେ ।[୩] ସେ ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସ ପାଇଁ ଭାରତର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ପ୍ରଥମ ଥର ପାଇଁ କୌଣସି ଖେଳାଳୀକୁ ଏହି ଅଧିକାର ଦିଆଯାଇଥିଲା, କାରଣ ଏହା ପୂର୍ବରୁ କୌଣସି ରାଜନୀତିକ ବ୍ୟକ୍ତି କିମ୍ବା ପଦାଧିକାରୀ ଏଥିରେ ନିଯୁକ୍ତ ହେଉଥିଲେ ।[୪] ମାତ୍ର ସେ ଭାରତର ଅଭିନୟକାରୀ ମୁଖ୍ୟ ଥିଲେ । ସ୍ପଣ୍ଡିଲାଇଟିସ କାରଣରୁ ସେ ପ୍ରତିଯୋଗିତାକୁ ଯାଇ ପାରିନଥିଲେ ।[୫] ଭାରତୀୟ ଅଲିମ୍ପିକ ସଂଦଠନର ୭ ଜଣ କର୍ମକର୍ତ୍ତା ଅପ୍ରେଲ ୨୦୧୨ରେ ଅଜିତ ପାଲ ସିଂହଙ୍କ ନେତୃତ୍ୱରେ ବଛା ଯାଇଥିଲେ । ସେ ମଧ୍ୟ ବର୍ତ୍ତମାନ ମାତା ପ୍ରକାଶ କୌର କପ୍ ପାଇଁ ସର୍ବ ଭାରତୀୟ ବଲୱନ୍ତ ସିଂହ ହକି ପ୍ରତିଯୋଗିତାର ଆୟୋଜକ ସଭ୍ୟ ଅଛନ୍ତି, ଯାହା ପ୍ରତିବର୍ଷ ୧୬ ବର୍ଷରୁ କମ୍ ବାଳକମାନଙ୍କ ପାଇଁ ଆୟୋଜିତ ହୋଇଥାଏ । ସେ ବେସାମରିକ ଉପାଧୀ ପଦ୍ମଶ୍ରୀରେ ୧୯୯୨ ମସିହାରେ ସମ୍ବର୍ଦ୍ଧିତ ହୋଇଥିଲେ ।[୬]
ପିଲାଦିନ
[ସମ୍ପାଦନା]ଅଜିତ ପାଲ ୧ ଅପ୍ରେଲ ୧୯୪୭ରେ ପଞ୍ଜାବର ଜଳନ୍ଧର ସେନା ଛାଉଣୀ ନିକଟରେ ସଂସାରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ, ଯାହା ପ୍ରସିଦ୍ଧ ହକି ଖେଳାଳୀଙ୍କ ଜନ୍ମସ୍ଥାନ ରୂପେ ଖ୍ୟାତି ଅର୍ଜିଥିଲା । ଏହି ଗ୍ରାମ ବହୁ ସଂଖ୍ୟକ ଆନ୍ତର୍ଜାତୀୟ ହକି ଖେଳାଳୀଙ୍କ ଗ୍ରାମ ଅଟେ ।
ଘରୋଇ ହକି
[ସମ୍ପାଦନା]୭/୮ ବର୍ଷ ବୟସରେ ତାଙ୍କୁ ପ୍ରଥମେ ତାଙ୍କ ଦାଦା ଏକ ହକି ବାଡି ଧରାଇଥିଲେ । ସେ କ୍ୟାଣ୍ଟନମେଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଳନ୍ଧରରେ ପଢ଼ିଥିଲେ । ସେ ୧୬ ବର୍ଷ ବୟସରେ ୧୯୬୩ରେ ପଞ୍ଜାବ ରାଜ୍ୟ ବିଦ୍ୟାଳୟ ହକି ଦଳରେ ଥିଲେ । ପ୍ରଥମେ ସେ ଫୁଲ ବ୍ୟାକ୍ ସ୍ଥାନ (Full Back position)ରେ ଖେଳୁଥିଲେ ।୧୯୬୪ରେ ସେ ଲୀଲାପୁର ଖାଲସା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲେ । ସେଠାରେ ୪ ବର୍ଷ ମଧ୍ୟରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ନିଜ ମହାବିଦ୍ୟାଳୟକୁ ୩ ଥର ଜିତାଇଥିଲେ । ଏହିଠାରେ ସେ ଫୁଲ୍ ବ୍ୟାକ୍ରୁ ସେଣ୍ଟର ହାଫ୍ (Center Half), ନିଜ ମୂଳ ସ୍ଥାନକୁ ଯାଇଥିଲେ । ୧୯୬୬ରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ହକି ପ୍ରତିଯୋଗିଟାର ଅଧିନାୟକ ହେଲେ ଓ ୧୯୬୮ରେ ଭାରତୀୟ ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କଲେ ।
ଆନ୍ତର୍ଜାତୀୟ ହକି
[ସମ୍ପାଦନା]ଅଜିତ ପାଲ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପ୍ରତିଯୋଗିତା ୧୯୬୦ରେ ବମ୍ବେଠାରେ ଖେଳିଥିଲା । ସେ ୧୯୬୬ରେ ଜାପାନ ଯାଇଥିବା ଭାରତୀୟ ଦଳରେ ଥିଲେ । ଏହା ପରବର୍ଷ ପ୍ରି-ଅଲିମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପୁଣିଥରେ ସେ ୧୯୬୮ ମସିହାରେ ମେକ୍ସିକୋ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଭାଗନେଇଥିଲେ । ଯଦିଓ ଭାରତୀୟ ଦଳ ଏଥିରେ ତୃତୀୟ ସ୍ଥାନ ଅଧିକାର କରିଥିଲା, ତେବେ ଅଜିତଙ୍କ ଖେଳ ଉଚ୍ଚମାନର ଥିଲା । ସେ ୧୯୭୦ ମସିହାରେ ବ୍ୟାଙ୍ଗକକ୍ ଏସୀୟ କ୍ରୀଡାରେ ଭାଗନେଇଥିଲେ ଓ ୧୯୭୧ରେ ସିଙ୍ଗାପୁରରେ ହୋଇଥିବା ଶୁଆନ ପ୍ରତିଯୋଗିତା ପରେ ୧୯୭୪ ତେହରାନ ଏସୀୟ ପ୍ରତିଯୋଗିତାରେ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ । ଉଭୟ ପ୍ରତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା । ସେ ୧୯୭୨ ମସିହା ମୁନିଚ ଅଲିମ୍ପିକ୍ସରେ ଭାଗନେଇଥିଲେ, ଯେଉଁଠାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିଲା । ସେ ୧୯୭୫ରେ କୁଆଲା ଲୁମ୍ପୁରଠାରେ ହୋଇଥିବା ବିଶ୍ୱ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟ ଦେଇଥିଲେ । ମାତ୍ର ୧୯୭୪ ମଣ୍ଟ୍ରିଲ ଅଲିମ୍ପିକ୍ସରେ ଭାରତୀୟ ଦଳ ଅତି ଖରାପ ଖେଳି ୭ମ ସ୍ଥାନ ଅଧିକାର କରିଥିଲା । ଏହି ବିପର୍ଯ୍ୟୟ ପରେ ୧୯୮୦ ମସିହାରେ କରାଚୀରେ ଚମ୍ପିଅନସ ପ୍ରତିଯୋଗିତାରେ ନିଜ ଶେଷ ଖେଳ ଖେଳି ଅଜିତ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଥିଲେ । ତେବେ ଆନ୍ତର୍ଜାତୀୟ ଖେଳରୁ ଅବସର ପରେ ମଧ୍ୟ ସେ ଘରୋଇ ଖେଳରେ ସୀମା ସୁରକ୍ଷା ବାହିନୀ ତରଫରୁ ହକି ଖେଳୁଥିଲେ ।
ପୁରସ୍କାର
[ସମ୍ପାଦନା]ଭାରତୀୟ ହକିକୁ ସଫଳ ଅବଦାନ ପାଇଁ, ଅଜିତଙ୍କୁ ୧୯୭୦ରେ ଅର୍ଜୁନ ପୁରସ୍କାର ଓ ୧୯୯୨ରେ ପଦ୍ମଶ୍ରୀ ପୁରସ୍କାର ଦିଆ ଯାଇଥିଲା ।[୬]
ଆଧାର
[ସମ୍ପାଦନା]- ↑ "Player's Profile".
- ↑ "Sikh-History.com". Archived from the original on 24 December 2018. Retrieved 28 September 2015.
- ↑ "Ajitpal Singh". Olympics at Sports-Reference.com. Sports Reference LLC.
- ↑ http://www.deccanherald.com/content/239075/ajit-pal-singh-named-indian.html
- ↑ "Brigadier Raja named India's acting Chef-de-Mission". The Hindu. Chennai, India. 27 July 2012.
- ↑ ୬.୦ ୬.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.