ଅଦିତି ରାଓ ହୈଦରୀ

ଉଇକିପିଡ଼ିଆ‌ରୁ
(Aditi Rao Hydariରୁ ଲେଉଟି ଆସିଛି)
ଅଦିତି ରାଓ ହୈଦରୀ
୨୦୧୬ରେ ଗ୍ଲୋବଲ ଇଣ୍ଡିଆନ ମ୍ୟୁଜିକ ଆକାଡେମି ଆୱାର୍ଡ଼ରେ ଅଦିତି
ଜନ୍ମ (1986-10-28) ୨୮ ଅକ୍ଟୋବର ୧୯୮୬ (ବୟସ ୩୭)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀସତ୍ୟଦୀପ ମିଶ୍ର (୨୦୦୯-୨୦୧୩)

ଅଦିତି ରାଓ ହୈଦରୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରୁଛନ୍ତି । ସେ ହାଇଦ୍ରାବାଦରେ ମହମଦ ସାଲେଃ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ରେ ତାମିଲ କଥାଚିତ୍ର ଶ୍ରିଙ୍ଗରାମ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଦେବଦାସୀ ଭାବରେ ଅଭିନୟ କରିଥିଲେ ଏବଂ ପରେ ସମୀକ୍ଷକମାନେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ।

ସେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ରେ ତାଙ୍କର ଅଭିନୀତ କଥାଚିତ୍ର ଚଳଚ୍ଚିତ୍ର ୟେ ଶାଲୀ ଜିନ୍ଦେଗୀରେ ତାଙ୍କୁ ସଭିଏଁ ପସନ୍ଦ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କ୍ରୀନ ଆୱାରଡ଼ରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୧ରେ ରକ୍‌ଷ୍ଟାର, ୨୦୧୩ରେ ମର୍ଡ଼ର ୩, ୨୦୧୪ର ଖୁବ୍‌ସୁରତ୍, ୨୦୧୬ର ୱ୍ୱଜିର ଏବଂ ଫିତୁର୍ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଭାରତ ନାଟ୍ୟମ୍‌ରେ ପ୍ରଶିକ୍ଷଣ ନେଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଦିତି ହାଇଦ୍ରାବାଦର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମହମଦ ସାଲେହ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧][୨] ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ତାଙ୍କ ସମ୍ପର୍କୀୟା ଭଉଣୀ ।[୩][୪] ଅଦିତି ୬ ବର୍ଷ ବୟସରେ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୫] ସେ ମଦନପାଲ୍ଲେର ରିଶି ବଲ୍ଲେ ସ୍କୁଲରେ ପଢ଼ିଥିଲା ଏବଂ ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଲେଡି ଶ୍ରୀ ରାମଚନ୍ଦ୍ର କଲେଜରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଅଦିତି ୨୦୦୭ରେ ତାମିଲ କଥାଚିତ୍ର ଶ୍ରୀଙ୍ଗରାମରେ ଜଣେ ଦେବଦାସୀ ଭାବରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୬] ୨୦୦୬ରେ ସେ ମାଲାୟଲମ୍ କଥାଚିତ୍ର ପ୍ରଜାପତିରେ ମାମୋନ୍ତିଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ ।[୭]

୨୦୦୯ରେ ସେ ଏକ ହିନ୍ଦୀ କଥାଚିତ୍ର ଦିଲ୍ଲୀ-୬ରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ ହିନ୍ଦୀ କଥାଚିତ୍ର ୟେ ଶାଲୀ ଜିନ୍ଦେଗୀରେ ଅଭିନୟ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କୀନ୍ ଆୱାର୍ଡ଼ରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୮] ୨୦୧୧ରେ ସେ ରକ୍‌ଷ୍ଟାରରେ ଅଭିନୟ କରିଥିଲେ ।[୯] ୨୦୧୩ରେ ମର୍ଡ଼ର ୩[୨][୨][୧୦], ୨୦୧୪ର ଖୁବ୍‌ସୁରତ୍, ୨୦୧୬ର ୱ୍ୱଜିର[୧୧] ଏବଂ ଫିତୁର୍[୧୨] ଭଳି ସଫଳ ହିନ୍ଦୀ କଥାଚିତ୍ରରେ ସେ ଅଭିନୟ କରିଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

୨୦୦୫ରେ[୫] ଏବଂ ୨୦୦୯ରେ[୭] ଖବର ଆସିଥିଲା ଯେ, ଅଦିତି ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ ।[୧୩][୧୪] ମାତ୍ର ୨୦୧୨ରେ ଅଦିତି ତାଙ୍କ ବିବାହ ବିଷୟରେ ଜଣାଇଥିଲେ,[୧୫] ଏବଂ ୨୦୧୩ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୬: ପ୍ରଜାପତି (ମାଲାୟଲମ୍)
  • ୨୦୦୭: ଶ୍ରୀଙ୍ଗରାମ (ତାମିଲ)
  • ୨୦୦୮: ଦିଲ୍ଲୀ- ୬ (ହିନ୍ଦୀ)
  • ୨୦୧୧: ୟୈ ଶାଲୀ ଜିନ୍ଦେଗୀ (ହିନ୍ଦୀ)
  • ୨୦୧୧: ରକ୍‌ଷ୍ଟାର୍ (ହିନ୍ଦୀ)
  • ୨୦୧୨: ଲଣ୍ଡନ, ପ୍ୟାରିସ୍, ନିଉ ୟର୍କ (ହିନ୍ଦୀ)
  • ୨୦୧୩: ମର୍ଡ଼ର୍ ୩ (ହିନ୍ଦୀ)
  • ୨୦୧୩: ବସ୍ (ହିନ୍ଦୀ)
  • ୨୦୧୪: ଖୁବ୍‌ସୁରତ୍ (ହିନ୍ଦୀ)
  • ୨୦୧୪: ରାମ ମାଧବ (ମରାଠୀ)
  • ୨୦୧୫: ଗୁଡ୍ଡୁ ରଙ୍ଗିଲା (ହିନ୍ଦୀ)
  • ୨୦୧୬: ୱଜିର (ହିନ୍ଦୀ)
  • ୨୦୧୬: ଫିତୁର୍ (ହିନ୍ଦୀ)
  • ୨୦୧୬: ଦ ଲିଜେଣ୍ଡ ଅଫ ମାଇକେଲ ମିଶ୍ର (ହିନ୍ଦୀ)
  • ୨୦୧୭: କାଟ୍ରୁ ବେଲିୟିଦାଇ (ତାମିଲ)
  • ୨୦୧୭: ଭୂମି (ହିନ୍ଦୀ)
  • ୨୦୧୮: ପଦ୍ମାବତ (ହିନ୍ଦୀ)
  • ୨୦୧୮: ଦାସ ଦେବ (ହିନ୍ଦୀ)
  • ୨୦୧୮: ସମ୍ମୋହନ (ତେଲୁଗୁ)
  • ୨୦୧୮: ଚେକ୍କା ଚିବନ୍ତ ବାନମ (ତାମିଲ)
  • ୨୦୧୮: ଅନ୍ତରିକ୍ଷମ୍ ୯୦୦୦ କେଏମ୍‌ପିଏଚ୍
  • ୨୦୨୦: ସାଇକୋ (ତାମିଲ)
  • ୨୦୨୦: ସୁଫିୟମ୍ ସୁଜାତାୟମ୍ (ମଲାୟଲମ)
  • ୨୦୨୦: ଭି (ତେଲୁଗୁ)
  • ୨୦୨୧: ଦ ଗାର୍ଲ ଓନ୍ ଦ ଟ୍ରେନ୍ (ହିନ୍ଦୀ)
  • ୨୦୨୧: ଅଜିବ୍ ଦସ୍ତାନ (ହିନ୍ଦୀ)
  • ୨୦୨୧: ସର୍‌ଦାର୍‌କା ଗ୍ରାଣ୍ଡ୍‌ସନ୍ (ହିନ୍ଦୀ)
  • ୨୦୨୧: ମହା ସମୁଦ୍ରାମ୍ (ତେଲୁଗୁ)
  • ୨୦୨୨: ହେ ସିନାମିକା (ତାମିଲ)
  • ୨୦୨୩: ଗାନ୍ଧୀ ଟକ୍‌ସ୍

ଅଭିନୀତ ଧାରାବାହିକ[ସମ୍ପାଦନା]

  • ୨୦୨୩: ତାଜ୍: ଡିଭାଇଡେଡ୍ ବାଇ ବ୍ଲଡ୍
  • ୨୦୨୩: ଜୁବିଲୀ
  • ହୀରାମଣ୍ଡି

ଆଧାର[ସମ୍ପାଦନା]

  1. "I can speak good hyderabadi hindi: Aditi Rao Hydari". The Times of India. 21 January 2012. Archived from the original on 10 July 2013. Retrieved 3 June 2017.
  2. ୨.୦ ୨.୧ ୨.୨ ୨.୩ "I've always struggled with my relationship with my father: Aditi". Times of India. 23 February 2013. Archived from the original on 28 February 2013. Retrieved 3 June 2017.
  3. Drama Queen Filmfare 2 July 2013
  4. "Aditi Rao Hydari's happiness mantra". wonderwoman.in. Archived from the original on 2016-03-04. Retrieved 2017-06-03.
  5. ୫.୦ ୫.୧ ୫.୨ "Delhi girl's Chennai tryst". Chennai, India: The Hindu. 6 August 2005. Archived from the original on 25 February 2009. Retrieved 3 June 2017.
  6. "Sringaram, a labour of love". Rediff.com. 26 September 2007. Retrieved 3 June 2017.
  7. ୭.୦ ୭.୧ "Aditi Rao shines as Delhi 6 sinks". Zimbio. Archived from the original on November 4, 2009. Retrieved 3 June 2017.
  8. Record breaking lip-locks!. Rediff. 31 January 2011. Retrieved 3 June 2017.
  9. "Aditi Rao the other woman in Rockstar". The Times of India. 8 February 2011. Archived from the original on 23 September 2012. Retrieved 3 June 2017.
  10. "'Murder 3' review: But where's the murder?". Deccan Chronicle. 16 February 2013. Archived from the original on 24 February 2013. Retrieved 3 June 2017.
  11. "Bejoy Nambiar's Do is now Wazir". The Asian Age. 24 October 2014. Retrieved 3 June 2017.
  12. Aditya Roy Kapur, Katrina Kaif to pair up for 'Fitoor'. Daily News and Analysis. Retrieved 23 October 2013.
  13. "The outsiders: Some fresh talent is making a mark in Bollywood – without bloodline or filmy connections". Daily Mail. 9 March 2012. Retrieved 3 June 2017.
  14. "Arunodoy Singh, Aditi Rao set new kissing record". The Times of India. 31 January 2011. Archived from the original on 9 August 2013. Retrieved 3 June 2017.
  15. "I can't date Ranbir, too many women want him: Aditi". Times of India. 21 March 2012. Archived from the original on 26 January 2013. Retrieved 3 June 2017.

ଅଧିକ ତ‌ଥ୍ୟ[ସମ୍ପାଦନା]