୪-ଆମିନୋସାଲିସିଲିକ ଏସିଡ
| Clinical data | |
|---|---|
| Trade names | Paser |
| AHFS/Drugs.com | monograph |
| Pregnancy category |
|
| Routes of administration | by mouth |
| ATC code | |
| Legal status | |
| Legal status |
|
| Pharmacokinetic data | |
| Protein binding | 50–60% |
| Metabolism | liver |
| Excretion | kidney |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| NIAID ChemDB | |
| ECHA InfoCard | 100.000.557 |
| Chemical and physical data | |
| Formula | C7H7NO3 |
| Molar mass | 153.135 g/mol |
| 3D model (JSmol) | |
| Melting point | 150.5 °C (302.9 °F) |
| |
| |
| (verify) | |
୪-ଆମିନୋସାଲିସିଲିକ ଏସିଡ (ଇଂରାଜୀ ଭାଷାରେ 4-Aminosalicylic acid ଅନ୍ୟ ନାମ para-aminosalicylic acid ବା PAS) ଏକ ଆଣ୍ଟିବାୟୋଟିକ (en:antibiotic|) ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ବିଶେଷତଃ ଏହା ଔଷଧରୋଧୀ ଯକ୍ଷ୍ମା (drug resistant tuberculosis) ରୋଗରେ ଅନ୍ୟାନ୍ୟ ଯକ୍ଷ୍ମା ନିବାରକ ଔଷଧ (antituberculosis medications) ସହିତ ଦିଆଯାଏ । ଅଲସରେଟିଭ କୋଲାଇଟିସ ଓ କ୍ରନ୍ସ ଡିଜିଜ (Crohn's disease) ଭଳି ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease) ମାନଙ୍କରେ ସଲଫାସାଲାଜିନ (sulfasalazine) ପରେ ଦ୍ୱିତୀୟ ଧାଡ଼ିର ଔଷଧ ରୂପେ ୪-ଆମିନୋସାଲିସିଲିକ ଏସିଡ ବ୍ୟବହାର କରାଯାଏ । ଏହାକୁ ପାଟିରେ ଦିଆଯାଏ ।[୨]
୪-ଆମିନୋସାଲିସିଲିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୁଏ । ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସ ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ବୃକ୍କ ରୋଗର ଶେଷ ଅବସ୍ଥାରେ (end stage kidney disease) ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ କିଛି ଅଘଟଣ ଦେଖା ନ ଗଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ । ଜୀବାଣୁର ଫଲିକ ଏସିଡ (folic acid) ତିଆରି କରିବା ସାମର୍ଥ୍ୟକୁ ଏହି ଔଷଧ ଅବରୋଧ କରିଦିଏ ।[୨]
୪-ଆମିନୋସାଲିସିଲିକ ଏସିଡ ପ୍ରଥମେ ସନ ୧୯୦୨ରେ ତିଆରି ହୋଇଥିଲା ଓ ସନ ୧୯୪୩ରେ ଚିକିତ୍ସା ନିମନ୍ତେ ବ୍ୟବହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୦୫ରେ ଯକ୍ଷ୍ମା ରୋଗ ନିମନ୍ତେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୭୦୦ ଆମେରିକୀୟ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ WHO Model Formulary 2008 (PDF). World Health Organization. 2009. p. 140. ISBN 9789241547659. Retrieved 8 December 2016.
- ↑ ୨.୦ ୨.୧ "Aminosalicylic Acid". The American Society of Health-System Pharmacists. Retrieved 8 December 2016.
- ↑ Donald, Peter R; Diacon, Andreas H. "Para-aminosalicylic acid: the return of an old friend". The Lancet Infectious Diseases. 15 (9): 1091–1099. doi:10.1016/s1473-3099(15)00263-7.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Brown, Garrett W.; Yamey, Gavin; Wamala, Sarah. "Chapter 12". The Handbook of Global Health Policy (in ଇଂରାଜୀ). John Wiley & Sons. ISBN 9781118509609.