୪-ଆମିନୋସାଲିସିଲିକ ଏସିଡ

ଉଇକିପିଡ଼ିଆ‌ରୁ
୪-ଆମିନୋସାଲିସିଲିକ ଏସିଡ
Clinical data
Trade namesPaser
AHFS/Drugs.commonograph
Pregnancy
category
  • C
Routes of
administration
by mouth
ATC code
Legal status
Legal status
  • UK: POM (Prescription only)
Pharmacokinetic data
Protein binding50–60%
Metabolismliver
Excretionkidney
Identifiers
  • 4-Amino-2-hydroxybenzoic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.557 Edit this at Wikidata
Chemical and physical data
FormulaC7H7NO3
Molar mass153.135 g/mol
3D model (JSmol)
Melting point150.5 °C (302.9 °F)
  • O=C(O)c1ccc(cc1O)N
  • InChI=1S/C7H7NO3/c8-4-1-2-5(7(10)11)6(9)3-4/h1-3,9H,8H2,(H,10,11) checkY
  • Key:WUBBRNOQWQTFEX-UHFFFAOYSA-N checkY
  (verify)

୪-ଆମିନୋସାଲିସିଲିକ ଏସିଡ (ଇଂରାଜୀ ଭାଷାରେ 4-Aminosalicylic acid ଅନ୍ୟ ନାମ para-aminosalicylic acid ବା PAS) ଏକ ଆଣ୍ଟିବାୟୋଟିକ (en:antibiotic|) ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ବିଶେଷତଃ ଏହା ଔଷଧରୋଧୀ ଯକ୍ଷ୍ମା (drug resistant tuberculosis) ରୋଗରେ ଅନ୍ୟାନ୍ୟ ଯକ୍ଷ୍ମା ନିବାରକ ଔଷଧ (antituberculosis medications) ସ‌ହିତ ଦିଆଯାଏ । ଅଲସରେଟିଭ କୋଲାଇଟିସ ଓ କ୍ରନ୍ସ ଡିଜିଜ (Crohn's disease) ଭଳି ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease) ମାନଙ୍କରେ ସଲଫାସାଲାଜିନ (sulfasalazine) ପରେ ଦ୍ୱିତୀୟ ଧାଡ଼ିର ଔଷଧ ରୂପେ ୪-ଆମିନୋସାଲିସିଲିକ ଏସିଡ ବ୍ୟବ‌ହାର କରାଯାଏ । ଏହାକୁ ପାଟିରେ ଦିଆଯାଏ ।[୨]

୪-ଆମିନୋସାଲିସିଲିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୁଏ । ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ବୃକ୍‌କ ରୋଗର ଶେଷ ଅବସ୍ଥାରେ (end stage kidney disease) ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ କିଛି ଅଘଟଣ ଦେଖା ନ ଗଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ । ଜୀବାଣୁର ଫଲିକ ଏସିଡ (folic acid) ତିଆରି କରିବା ସାମର୍ଥ୍ୟକୁ ଏହି ଔଷଧ ଅବରୋଧ କରିଦିଏ ।[୨]

୪-ଆମିନୋସାଲିସିଲିକ ଏସିଡ ପ୍ରଥମେ ସନ ୧୯୦୨ରେ ତିଆରି ହୋଇଥିଲା ଓ ସନ ୧୯୪୩ରେ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୦୫ରେ ଯକ୍ଷ୍ମା ରୋଗ ନିମନ୍ତେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୭୦୦ ଆମେରିକୀୟ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. WHO Model Formulary 2008 (PDF). World Health Organization. 2009. p. 140. ISBN 9789241547659. Retrieved 8 December 2016.
  2. ୨.୦ ୨.୧ "Aminosalicylic Acid". The American Society of Health-System Pharmacists. Retrieved 8 December 2016.
  3. Donald, Peter R; Diacon, Andreas H. "Para-aminosalicylic acid: the return of an old friend". The Lancet Infectious Diseases. 15 (9): 1091–1099. doi:10.1016/s1473-3099(15)00263-7.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. Brown, Garrett W.; Yamey, Gavin; Wamala, Sarah. "Chapter 12". The Handbook of Global Health Policy (in ଇଂରାଜୀ). John Wiley & Sons. ISBN 9781118509609.