୨୦୨୩ ଓଡ଼ିଶା ରେଳ ଧକ୍କା

Coordinates: 21°20′17″N 86°45′52″E / 21.33806°N 86.76444°E / 21.33806; 86.76444
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଓଡ଼ିଶା ରେଳ ଧକ୍କା
Map
Location of the derailment
ସବିଶେଷ
ତାରିଖ2 ଜୁନ 2023 (2023-06-02)
୧୮:୫୦ ଆଇଏସଟି (୧୩:୨୦ ଜିଏମଟି)[୧]
ଅବସ୍ଥାନବାହାନଗା ବଜାର ରେଳ ଷ୍ଟେସନ, ବାଲେଶ୍ୱର, ଓଡ଼ିଶା
ଅବସ୍ଥିତି21°20′17″N 86°45′52″E / 21.33806°N 86.76444°E / 21.33806; 86.76444
ଦେଶଭାରତ
ଚାଳକଭାରତୀୟ ରେଳ
ଘଟଣା ପ୍ରକାରବିଚ୍ୟୁତ, ଦ୍ୱିତ ଧକ୍କା
ଆକଳନ
ରେଳ୩ଟି ରେଳଗାଡ଼ି
ମୃତ୍ୟୁ୨୮୮[୨]
ଆହତ୯୦୦+

୨୦୨୩ ଜୁନ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ସହର ନିକଟସ୍ଥ ବାହାନଗାଠାରେ ଏକ ରେଳ ଧକ୍କା ହୋଇଥିଲା । ଏଥିରେ ତିନୋଟି ଟ୍ରେନ ପ୍ରଭାବିତ ହୋଇଥିଲେ: ଦୁଇ ଯାତ୍ରୀବାହୀ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ, ଏବଂ ଏକ ମାଲଗାଡ଼ି । ୨୦୨୩ ଜୁନ ୩ ତାରିଖ ସୁଦ୍ଧା ଏହି ଘଟଣାରେ ୨୮୮ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି ।[୩][୧][୪] ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ ।[୫][୬]

ଧକ୍କା[ସମ୍ପାଦନା]

୨୦୨୩ ଜୁନ ୨ ତାରିଖରେ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟାରେ (୧୩:୩୦ ଜିଏମଟି)[୭] ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୯୦୦ରୁ ଅଧିକ ଆହତ ହୋଇଥିଲେ ।[୮][୯][୧୦] ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଏ ଯେ ପ୍ରଥମ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ଏବଂ ଏହାର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।[୮]

ଏଥିରେ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ (ଶାଲିମାର ଏବଂ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ) ଏବଂ ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ (ଏସଏମଭିଟି ବେଙ୍ଗାଲୁରୁ ଏବଂ ହାୱଡା ମଧ୍ୟରେ) ମଧ୍ୟରେ ଧକ୍କା ହୋଇଥିଲା ।[୧୧][୧୨] କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ପରେ ଅଟକି ରହିଥିବା ଏକ ମାଲଗାଡ଼ି ସହ ଧକ୍କା ହୋଇଥିଲା । ଏହାପରେ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଭଗ୍ନାବଶେଷ ମଧ୍ୟକୁ ମାଡ଼ିଯାଇଥିଲା ।[୧୩] ଗୋଟିଏ ଟ୍ରେନକୁ କ୍ଲାସ ଡବ୍ଲ୍ୟୁଏପି-୭ ଲୋକୋମୋଟିଭ ୩୭୩୩୪ଦ୍ୱାରା ଟଣାଯାଇଥିଲା ।[୧୪]

ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ଗଣାଯାଏ ।[୫]

ପ୍ରତିକ୍ରିୟା[ସମ୍ପାଦନା]

ଭାରତୀୟ ରେଳବାଇ ଏବଂ ଓଡ଼ିଶାପଶ୍ଚିମବଙ୍ଗ ସରକାର ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟରେ ୩ଟି ଏନଡିଆରଏଫ ୟୁନିଟ, ୪ଟି ଓଡ୍ରାଫ ୟୁନିଟ, ୧୫ରୁ ଅଧିକ ଅଗ୍ନିଶମ ଉଦ୍ଧାରକାରୀ ଦଳ, ୧୦୦ ଡାକ୍ତର, ୨୦୦ ପୁଲିସ କର୍ମଚାରୀ ଓ ୨୦୦ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟ ୪ଟି ଏନଡିଆରଏଫ ଦଳ ଦୁର୍ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ବହିବାରେ ସ୍ଥାନୀୟ ବସ କମ୍ପାନୀଗୁଡ଼ିକ ସହଯୋଗ କରିଥିଲେ ।[୧୫][୮] ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ପାଣି ଯୋଗାଇଥିଲେ ଏବଂ ଯଥାସମ୍ଭବ ସେମାନଙ୍କର ଜିନିଷପତ୍ର ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ।[୧୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Abinaya V; Jatindra Dash (2 June 2023). "At least 207 dead, 900 injured in massive train crash in Odisha, India". Reuters. Archived from the original on 2 June 2023. Retrieved 2 June 2023.
  2. "Odisha: Coromandel Express collides with freight train in Balasore; several dead, injured". India Today. June 3, 2023.
  3. "Toll in Odisha train tragedy reaches 280, many still trapped". India Today.
  4. "Coromandel express accident live: Death toll in Odisha train accident rises to 237". The Times of India (in ଇଂରାଜୀ). 2023-06-03. Archived from the original on 3 June 2023. Retrieved 2023-06-03.
  5. ୫.୦ ୫.୧ "1981 Bihar to 2023 Balasore train accident in Odisha, here are India's deadliest rail accidents". The Economic Times. 3 June 2023.
  6. Dash, Jatindra; V, Abinaya (2023-06-03). "At least 261 dead in India's worst train accident in over two decades". Reuters (in ଇଂରାଜୀ). Retrieved 2023-06-03.
  7. "India train crash death toll surpasses 230, estimated 900 injured". Aljazeera (in ଇଂରାଜୀ). 3 June 2023. Archived from the original on 2 June 2023. Retrieved 3 June 2023.
  8. ୮.୦ ୮.୧ ୮.୨ "India train crash: More than 280 dead after Odisha incident". BBC. 3 June 2023. Archived from the original on 2 June 2023. Retrieved 2 June 2023.
  9. "Photos: 70+ killed, over 600 injured in Balasore triple train crash in Odisha". Hindustan Times (in ଇଂରାଜୀ). 3 June 2023. Archived from the original on 2 June 2023. Retrieved 2 June 2023.
  10. "Coromandel express accident live: Train accident in Odisha leaves over 200 dead, 900 injured". The Times of India (in ଇଂରାଜୀ). 3 June 2023. Archived from the original on 3 June 2023. Retrieved 3 June 2023.
  11. "Several trains cancelled after railway accident in Odisha". The Times of India. 2 June 2023. ISSN 0971-8257. Archived from the original on 2 June 2023. Retrieved 2 June 2023.
  12. "India train crash: More than 230 dead after Odisha incident". BBC News (in ବ୍ରିଟିଶ୍‌ ଇଂରାଜୀ). 2023-06-02. Archived from the original on 2 June 2023. Retrieved 2023-06-03.
  13. "India train crash: More than 260 dead after Odisha accident". BBC News. 2 June 2023. Archived from the original on 2 June 2023. Retrieved 3 June 2023.
  14. "Odisha train accident: Deadly India crash in photos". BBC News. 3 June 2023. Retrieved 3 June 2023.
  15. "Rescue Teams At Odisha Train Crash Site, Ops To Last 3 More Hours: Official". NDTV.com. Archived from the original on 2 June 2023. Retrieved 2 June 2023.
  16. Sharma, Ashok (2 June 2023). "More than 200 killed and 900 hurt after 2 trains derail in India; hundreds still trapped in coaches". AP News (in ଇଂରାଜୀ). Archived from the original on 2 June 2023. Retrieved 3 June 2023.